ଓଡିଶା

odisha

ETV Bharat / videos

ରିଲିଫ ମିଳୁନଥିବା ଅଭିଯୋଗ ଆଣିଲେ ବିରୋଧୀ, ବିଜେପିର ଜବାବ 'ସଜାଗ ଅଛନ୍ତି ସରକାର'

By ETV Bharat Odisha Team

Published : 5 hours ago

ଯାଜପୁର: ବାତ୍ୟା 'ଦାନା'କୁ ନେଇ ଜୋର ଧରିଲା ରାଜନୀତି l ରିଲିଫ ଘୋଷଣା ନକରି ଫଟୋ ଉଠାଇଲେ ଚଳିବ ନାହିଁ ବୋଲି କହି ବର୍ଷିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ। ଏଭଳି ସମୟରେ ରାଜନୀତି ନ କରିବାକୁ ବିଜେପି କହିଛି। ଯାଜପୁର ଜିଲ୍ଲାରେ ବାତ୍ୟା ଦାନା ପ୍ରଭାବ ରେ ବର୍ଷା ଯୋଗୁ ବିଞ୍ଝାରପୁର ଓ ଦଶରଥପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ। ସେଥିପାଇଁ ଆଗାମୀ 7 ଦିନ ପାଇଁ ବିଞ୍ଝାରପୁର ଓ ଦଶରଥପୁର ବିପନ୍ନମାନଙ୍କୁ ରିଲିଫ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। 

ଏହା ବି ପଢନ୍ତୁ- ଅସହାୟଙ୍କ ଆଶାର କିରଣ ଆଶା କର୍ମୀ 'ଶିବାନୀ', ୭ ବୁଦ୍ଧାଙ୍କୁ କାନ୍ଧେଇ ନେଲେ ବାତ୍ୟା ଆଶ୍ରୟସ୍ଥଳୀ

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ଏରିଅଲ ସର୍ଭେ; 7 ଦିନରେ କ୍ଷୟକ୍ଷତି ରିପୋର୍ଟ: ରାଜସ୍ୱ ମନ୍ତ୍ରୀ

ଏହା ବି ପଢନ୍ତୁ...ଆଶା ଦିଦି ଶିବାନୀଙ୍କ ସହ କଥାହେଲେ ମୋହନ ମାଝୀ; ଭଲ କାମ ପାଇଁ ପ୍ରଶଂସା କଲେ, ମିଳିବ ଘର

ପ୍ରମିଳା ମଲ୍ଲିକ କହିଛନ୍ତି, "ରିଲିଫ ଘୋଷଣା ନକରି ସରକାରୀ ଦଳର କର୍ମକର୍ତ୍ତା ଫଟୋ ଉଠାଇଲେ ଚଳିବ ନାହିଁ l ଗୋରୁଗାଈମାନଙ୍କ ପାଇଁ ଗୋ ଖାଦ୍ୟ ପହଞ୍ଚି ନାହିଁ l ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବିରୋଧୀ ଦଳ ଲଢେଇ କରିବ। "ବାତ୍ୟା ମୁକାବିଲା ପାଇଁ ସରକାର ସଜାଗ । ଏଭଳି ସମୟରେ ଗଣମାଧ୍ୟମ ଆଗରେ ରାଜନୀତି କରିବା ଶୁଭଙ୍କର ନୁହେଁ" ବୋଲି ବିଜେପି ନେତା ସୁରଜଲାଲ ସାମଲ କହିଛନ୍ତି।


 ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details