ଓଡିଶା

odisha

ETV Bharat / videos

ଜମୁଛି ନିର୍ବାଚନ ପ୍ରଚାର, ଗାଁ ଗାଁ ବୁଲି ଭୋଟ ମାଗିଲେ ଦୀପାଳି - Election Campaigning in Jharsuguda

By ETV Bharat Odisha Team

Published : May 9, 2024, 6:30 PM IST

Election Campaigning: ଝାରସୁଗୁଡ଼ା:  ଆସନ୍ତା ମେ ୨୦ ତାରିଖରେ ହେବ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ମତଦାନ। ଆଜି ବିଜେଡ଼ି ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ ଲଇକେରା ବ୍ଳକର ଖୁନ୍ତାମାଲ ଓ ସାରଙ୍ଗଲୋଇ ପଞ୍ଚାୟତର ବିଭିନ୍ନ ଗାଁକୁ ଗାଁ ଯାଇ ଘରକୁ ଘର ବୁଲି ପ୍ରଚାର କରିଛନ୍ତି। ବିଗତ ୮ମାସ ଧରି କରିଥିବା ବିକାଶ ମୂଳକ କାର୍ଯ୍ୟ ଓ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ମୁଦ୍ଦା କରି ନିଜ ପାଇଁ ଭୋଟ ଭିକ୍ଷା କରିଛନ୍ତି ଦୀପାଳି । ୮ମାସ ନୁହେଁ ବରଂ ୫ବର୍ଷ ସେବା କରିବା ପାଇଁ ମୌକା ଦିଅନ୍ତୁ ବୋଲି କହିଛନ୍ତି ଦୀପାଳି ଦାସ।  

ଏହା ମଧ୍ୟ ପଢ଼ନ୍ତୁ.. ସମ୍ବଲପୁରରେ ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର, ପଚାରିଲେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ? - Dharmendra Slams BJD

ଏହି ଶୋଭାଯାତ୍ରା ଓ ସଭାରେ ଶହ ଶହ ଗ୍ରାମବାସୀ ଏବଂ ଦଳୀୟ କର୍ମୀ ସାମିଲ ଥିବା ବେଳେ ଏହି ଅଞ୍ଚଳର ପ୍ରତ୍ୟେକ ଗ୍ରାମ ଓ ପଡା ବୁଲି ନିର୍ବାଚନୀ ପ୍ରଚାର ସହ ଆଶିର୍ବାଦ ଭିକ୍ଷା କରିଛନ୍ତି । ପ୍ରଚାର ବେଳେ ଗଣ ମାଧ୍ୟମକୁ ଦୀପାଳି କହିଛନ୍ତି ଯେ, ଅଞ୍ଚଳବାସୀଙ୍କ ମୋର ବାପା ସ୍ୱର୍ଗୀୟ ନବ କିଶୋର ଦାସ ଏବଂ ମୋର ପ୍ରତି ପ୍ରେମ ଦେଖିବାକୁ ମିଳିଛି। ଏପରି ଜନ ସମର୍ଥନ ଆସନ୍ତା ଜୁନ ୪ ତାରିଖର ବିଜୟ ଦର୍ଶନ ଅଟେ। ଯେଉଁଭଳି ଏଠିକାର ବିକାଶ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ବିଶେଷ କରି ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସୁବିଧା ସୁଯୋଗକୁ ଅଗ୍ରାଧିକାର ଦିଆଯାଇଛି ଏହା ହିଁ ବିଜୟ ଶଙ୍ଖର ପ୍ରଥମ ମନ୍ତ୍ର ଅଟେ । ଏହିପରି ଆସନ୍ତା ସମୟରେ ଏହି ବିକାଶ କାର୍ଯ୍ୟ ଅବ୍ୟାହତ ରହିବ ବୋଲି ଦୀପାଳି ଦାସ କହିଛନ୍ତି।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details