ଓଡିଶା

odisha

ETV Bharat / videos

ପାଖେଇ ଆସୁଛି ନିର୍ବାଚନ, ଘର ଘର ବୁଲି ଭୋଟ ମାଗୁଛନ୍ତି ବ୍ରଜକିଶୋର - Braja Kishore Pradhan campaign - BRAJA KISHORE PRADHAN CAMPAIGN

By ETV Bharat Odisha Team

Published : May 21, 2024, 5:20 PM IST

Talcher Assembly Constituency: ଅନୁଗୋଳ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାରକୁ ସେତିକି ସରଗରମ କରୁଛନ୍ତି ନେତା, ପ୍ରାର୍ଥୀ ଓ ସମର୍ଥକ । ଅନୁଗୋଳ ଜିଲ୍ଲାର ତାଳଚେର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନିଆରା ପ୍ରଚାର। ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ। ସେପଟେ ପ୍ରାର୍ଥୀଙ୍କୁ ଭୋଟର ମାନେ ସ୍ୱାଗତ କରିବା ସହିତ ଦୀପ, ଫୁଲ ସହ ଶଙ୍ଖ ବଜାଇ ଅଭିବାଦନ ଜଣାଉଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ..ଢେଙ୍କାନାଳ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ସବ୍ୟସାଚୀ ଓ ଅର୍ଚ୍ଚିତା - BJD CAMPAIGN IN DHENKANAL

ଅନୁଗୋଳ ଜିଲ୍ଲାର ତାଳଚେରରେ ବିଜେଡି ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ନିଜ ପ୍ରଚାରକୁ ଜୋର କରିଥିବା ବେଳେ ସବୁଠି ତାଙ୍କୁ ସ୍ୱାଗତ କରା ଯାଉଥିବା ଦେଖିବାକୁ ମିଳିଥିଲା।  ସେ ନିଜର ହଜାର ହଜାର କର୍ମୀଙ୍କ ସହ କେତେବେଳେ ପାଦରେ ଚାଲି ଚାଲି ତ ଆଉ କେତେବେଳେ ମୋଟର ସାଇକେଲ ଏବଂ ପ୍ରଚାର ଗାଡ଼ିରେ ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି। ଯେଉଁ ଗାଁକୁ ଗଲେ ମହିଳା ମାନେ ବ୍ରଜଙ୍କୁ ହୁଳହୁଳି ଦେଇ ଫୁଲ ପକାଇ ସ୍ୱାଗତ କରୁଛନ୍ତି। ଗାଁ ଗାଁରେ ତାଙ୍କ ସହ ସାମିଲ ହେଉଛନ୍ତି ଲୋକେ।  

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details