ଡାକ୍ତରରୁ ଢେଙ୍କାନାଳ ସାଂସଦ ପ୍ରାର୍ଥୀ, ବିଜେପିର ରୁଦ୍ରଙ୍କୁ ଟକ୍କର ଦେବେ ଅଭିନାଶ - Lok Sabha Election 2024 - LOK SABHA ELECTION 2024
Published : Mar 28, 2024, 11:19 AM IST
Interview With BJD MP Candidate Avinash: ଅନୁଗୋଳ: ଢେଙ୍କାନାଳ ଲୋକସଭା ଆସନରେ ଏଥର ପୁରୁଖା ନେତା ଓ ଯୁବ ନେତାଙ୍କ ମଧ୍ୟରେ ହେବ ଜୋରଦାର ଲଢେଇ । ଏହି ଆସନ ପାଇଁ ଏଥର ଯୁବ ନେତାଙ୍କୁ ଉପରେ ଭରସା କରିଛି ଦଳ । ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଅଭିନାଶ ସାମଲ । ପେଶାରେ ସେ ଜଣେ ଡାକ୍ତର ହୋଇଥିବା ବେଳେ ଲୋକସଭା ନିର୍ବାଚନ ପାଇଁ ତାଙ୍କୁ ଦଳ ଟିକେଟ ଦେଇଛି । ବିଜୟୀ ହେଲେ ଅଞ୍ଚଳବାସୀଙ୍କ ପାଇଁ ବହୁତ କିଛି କରିବାର ଲକ୍ଷ୍ୟ ରଖିଛନ୍ତି ଅଭିନାଶ । ପ୍ରତିକ୍ରିୟାରେ ଅଭିନାଶ ସାମଲ କହିଛନ୍ତି, ଢେଙ୍କାନାଳ ଲୋକସବା ଆସନରୁ ଟିକେଟ ମିଳିଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ଯୁବ ନେତୃତ୍ୱ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିଛନ୍ତି, ମୋ ପରି ଜଣେ ଡାକ୍ତର ଉପରେ ଭରସା କରିଛନ୍ତି । ଆଗାମୀ ଦିନରେ ଜଣେ ଯୁବ ସିପାହୀ ହୋଇ ଦଳ ପାଇଁ କାମ କରିବି ଓ ଲୋକଙ୍କ ସେବା କରିବି ।'' ଢେଙ୍କାନାଳ ଲୋକସଭା ଆସନ ପାଇଁ ବିଜେପି ତରଫରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି । ଷଷ୍ଠ ଥର ପାଇଁ ଲୋକସଭା ନିର୍ବାଚନ ଲଢିବାକୁ ଟିକେଟ ଦେଇଛି ଦଳ । ବର୍ତ୍ତମାନ ଢେଙ୍କାନାଳ ସାଂସଦ ରହିଛନ୍ତି ବିଜେଡିର ମହେଶ ସାହୁ । ଚଳିତ ଥର ବିଜେଡି ତାଙ୍କୁ ଟିକେଟ ନଦେଇ ଯୁବକ ନେତାଙ୍କୁ ଭରସା କରିଛନ୍ତି ।
ଇଟିଭି ଭାରତ, ଅନୁଗୋଳ