ଓଡିଶା

odisha

ETV Bharat / videos

ବାତ୍ୟା ବେଳେ ହୃଦୟ ଜିତିଲେ ଆଟେଣ୍ଡାଣ୍ଟ: ଅସୁସ୍ଥଙ୍କୁ ଟେକି ଆଣିଲେ, ସବୁଠି ବାଃ ବାଃ

By ETV Bharat Odisha Team

Published : 4 hours ago

କେନ୍ଦ୍ରାପଡା: ବାତ୍ୟା ଦାନା ପ୍ରଭାବରେ କେନ୍ଦ୍ରାପଡାରେ ହେଉଥିଲା ତୁହାକୁ ତୁହା ବର୍ଷା ସାଙ୍ଗକୁ ବହୁଥିଲା ସୁ ସୁ ପବନ । ଏସବୁ ଯେମିତି ୧୧୨ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଥିବା ଆଟେଣ୍ଡାଣ୍ଟଙ୍କ କର୍ତ୍ତବ୍ୟକୁ ଅଟକାଇ ପାରିନଥିଲା । ରାସ୍ତାରେ ଗଛ ପଡିଥିବା ହେତୁ ଗାଁକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ । ଶେଷରେ ଅସୁସ୍ଥଙ୍କ ପାଖରେ ପହଞ୍ଚି ବର୍ଷାରେ ଓଦା ହୋଇ ତାଙ୍କୁ ଟେକି ଟେକି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ ଆଟେଣ୍ଡାଣ୍ଟ ମାନସ ମଲ୍ଲିକ । ଏଭଳି ଘଟଣା ଘଟିଛି ରାଜନଗର ଚିଞ୍ଚିରି ଅଞ୍ଚଳରେ । ତାଙ୍କର ଏପରି ସେବାକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି ।  

ଏହା ମଧ୍ୟ ପଢନ୍ତୁ-ଅସହାୟଙ୍କ ଆଶାର କିରଣ ଆଶା କର୍ମୀ 'ଶିବାନୀ', ୭ ବୁଦ୍ଧାଙ୍କୁ କାନ୍ଧେଇ ନେଲେ ବାତ୍ୟା ଆଶ୍ରୟସ୍ଥଳୀ

ମାନସ ମଲ୍ଲିକଙ୍କ କହିବା ଅନୁଯାୟୀ, ''୨୫ ତାରିଖ ସକାଳ ୮ଟାରେ ୧୧୨ କଲ ସେଣ୍ଟରକୁ କଲ ଆସିଥିଲା । ରାଜନଗର ଚିଞ୍ଚିରି ଅଞ୍ଚଳରୁ ଜଣେ ଆହତଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣିବାକୁ  କୁହାଯାଇଥିଲା । ପରେ ସେ ଓ ତାଙ୍କ ସହଯୋଗୀ ଚିଞ୍ଚିରି ଗାଁକୁ ଯାଉଥିବା ବେଳେ ବାଟରେ ଗଛ ପଡିଥିବା ଦେଖି ୧୧୨ କଲ ସେଣ୍ଟରକୁ କହି ଆହତଙ୍କ ସହ ଯୋଗାଯୋଗ କରି ଆମ୍ବୁଲାନ୍ସ ଆଗକୁ ଯାଇପାରିବ ନାହିଁ ବୋଲି କହିଥିଲେ । ପରିବାର ଲୋକେ ଅସୁସ୍ଥ ଇତିଶ୍ରୀଙ୍କୁ ଅଧାବାଟ ପର୍ଯ୍ୟନ୍ତ ଆଣିଥିଲେ ମଧ୍ୟ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ପାରିନଥିଲେ । ଆହତଙ୍କୁ ଆଣିବା ପାଇଁ ଷ୍ଟ୍ରେଚରର ଆବଶ୍ୟକତା ପଡିଥିଲା । କିନ୍ତୁ କାଦୁଅ ରାସ୍ତା ଅତିକ୍ରମ କରି ଷ୍ଟ୍ରେଚରରେ ଆହତଙ୍କୁ ଆଣିବା ସମ୍ଭବପର ନଥିଲା । ଶେଷରେ ମାନସ ଅସୁସ୍ଥଙ୍କୁ ଟେକି ଟେକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ ।''

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details