ତୀର୍ଥରାଜ ଶ୍ରୀମହୋଦଧିଙ୍କ ନିତ୍ୟ ସନ୍ଧ୍ୟା ଆଳତିର ୧୮ତମ ବାର୍ଷିକ ମହୋତ୍ସବ - ତୀର୍ଥରାଜ ମହୋଦଧି ଆଳତୀ ଅନୁଷ୍ଠିତ
Published : Jan 26, 2024, 3:46 PM IST
Mahodadhi Alati: ପୁରୀ: ତୀର୍ଥରାଜ ଶ୍ରୀମହୋଦଧିଙ୍କ ନିତ୍ୟ ସନ୍ଧ୍ୟା ଆଳତିର ୧୮ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ଦେଶ ବିଦେଶରୁ ବହୁ ସଂଖ୍ୟକ ସାଧୁସନ୍ଥ, ରାଜନେତା, ଭକ୍ତ ଯୋଗ ଦେଇଥିଲେ । ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳନନ୍ଦ ସରସ୍ବତୀ, ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ ସାଧୁସନ୍ଥମାନେ ପ୍ରଭୁ ମହୋଦଧିଙ୍କୁ ଆଳତି ଅର୍ଘ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଥିଲେ ନିଜ ବିଚାର ଅନୁସାରେ କାମ କର । ଶାସନତନ୍ତ୍ର ଉପରେ ନିର୍ଭର କରନି, ଏହା ଅଳସୁଆ କରିଦେବ ।
ଶାସନତନ୍ତ୍ର ପାଖରେ ଏଭଳି ଅମୋଘ ଶବ୍ଦଭେଦି ରହିଛି, ଯାହା ସମାଜ ଓ ଦେଶକୁ ଭାଗ ଭାଗ କରିଦେବ । ସବର୍ଣ୍ଣ ଓ ଅସବର୍ଣ୍ଣ, ଶ୍ରମଜୀବୀ ଓ ବୁଦ୍ଧିଜୀବୀ, ଆଗନ୍ତୁକ ଓ ଆଦିବାସୀ, ଏଭଳି ଶବ୍ଦଭେଦି ବିଷ ପ୍ରୟୋଗ କରି ଶାସନତନ୍ତ୍ର ଦେଶକୁ ବିଭାଜନ କରିବାରେ ଲାଗିଛି । ବିଧାୟକ, ସାଂସଦମାନଙ୍କୁ ନିଜ ନିଜ ଅଞ୍ଚଳର କ’ଣ ବିକାଶ କରିଛନ୍ତି, ପଚାରବୋଲି କହିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । ବେଦାଦି ଶାସ୍ତ୍ରର ଅନୁକରଣ ପୂର୍ବକ ଜୀବନକୁ ସାର୍ଥକ କରିବା ସହ ଭାରତକୁ ହିନ୍ଦୁରାଷ୍ଟ୍ର ବନାଇବାରେ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ। କାର୍ଯ୍ୟକ୍ରମରେ ଯୋଗ ଦେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଥିଲେ, ବ୍ୟବସ୍ଥାରେ ଚେତନା ଉପରେ କିଛି ବିଷୟବସ୍ତୁ ନାହିଁ। ଆଧ୍ୟାତ୍ମିକ, ଧାର୍ମିକ ଶିକ୍ଷା ନହେଲେ, ଚରିତ୍ର ନିର୍ମାଣ ଅସମ୍ଭବ । ଏହା ଏକ ବଡ଼ ସମସ୍ୟା ।
ଏହି ଅବସରରେ ଆଦର୍ଶ ହିନ୍ଦୁ ତଥା ସନାତନା ଭାବେ ସନାତନ ଅନୁକରଣ କରିବାକୁ ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ଯୋଗ ଦେଇଥିଲେ । ଏଥିସହ ଶ୍ରୀ ମନ୍ଦିରର ବହୁ ବରିଷ୍ଠ ସେବାୟତଙ୍କ ସହ ବହୁ ସାଧୁସନ୍ଥ, ମଠ ମହନ୍ତ ବି ଯୋଗ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ: ପୌଷ ପୂର୍ଣ୍ଣିମା: ସ୍ୱର୍ଗଦ୍ୱାର ବେଳାଭୂମିରେ ତୀର୍ଥରାଜ ମହୋଦଧି ଆଳତୀ ଅନୁଷ୍ଠିତ
ଇଟିଭି ଭାରତ, ପୁରୀ