ହାଇଦ୍ରାବାଦ: ଯଦି ଆପଣ ଲୋକପ୍ରିୟ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ YouTubeର କଣ୍ଟେଣ୍ଟେ କ୍ରିଏଟର ତେବେ ଆପଣଙ୍କ ପାଇଁ ବଡ଼ ଖବର ଆସିଛି । ଭାରତରେ ବିଶେଷ ଭାବରେ କ୍ରିଏଟରମାନେ ନିଜ ଭିଡିଓରେ ଅଧିକ ଭ୍ୟୁଜ (Views) ଆଣିବା ଲାଗି କ୍ଲିକବେଟ୍ ଅର୍ଥାତ ଭ୍ରମିତ କଲା ଭଳି ଥମ୍ବନେଲର ବ୍ୟବହାର କରିଥାନ୍ତି । କିନ୍ତୁ ଆଗକୁ ଏପରି କଲେ ଆପଣଙ୍କୁ ମହଙ୍ଗା ପଡ଼ିପାରେ । ଏଭଳି ଭିଡିଓକୁ ୟୁଟ୍ୟୁବ ବିନା ଜଣାଇ ଡିଲିଟ୍ କରିଦେବ ବୋଲି କହିଛି ।
ଗୁଗଲ ମାଲିକାନାରେ ଥିବା ୟୁଟ୍ୟୁବ ଘୋଷଣା କରିଛି ଯେ କ୍ଲିକବେଟ୍ ଥମ୍ବନେଲ ଓ ହେଡଲାଇନ ଥିବା ଭିଡିଓ ଉପରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖୁବଶୀଘ୍ର ଭାରତରେ ଏହି ଅଭିଯାନ ଆରମ୍ଭ କରାଯିବାକୁ ଥିବା ବେଳେ ବିଶେଷ କରି ପ୍ରାଥମିକ ପର୍ଯ୍ୟାୟରେ ସେହି ଭିଡିଓ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ ଯେଉଁ ଭିଡିଓ ଗୁଡ଼ିକ ସଦ୍ୟ ବା ବ୍ରେକିଙ୍ଗ ଖବର ଉପରେ ଆଧାରିତ । କମ୍ପାନୀ କହିଛି ଯେ ଏହି କାର୍ଯ୍ୟାନୁଷ୍ଠାନ ଏଥିପାଇଁ ଗ୍ରହଣ କରାଯାଉଛି ଯାହାଦ୍ବାରା ଦର୍ଶକଙ୍କୁ ଭିଡିଓ କଣ୍ଟେଣ୍ଟକୁ ନେଇ ଭ୍ରମିତ କରାଯାଇପାରିବ ନାହିଁ ।
କ୍ଲିକ୍ବେଟ୍ ଭିଡିଓ ଉପରେ ନଜର