ହାଇଦ୍ରାବାଦ: ଅନେକ ସମୟରେ ଭିନ୍ନ ଭାଷାର ଭିଡିଓ ଦେଖିବା କଷ୍ଟକର ହୋଇପଡ଼େ । ଯଦିଓ ଭିଡିଓଟି ଶିକ୍ଷଣୀୟ ଥାଏ କିନ୍ତୁ ଭାଷା ବାଧା ଉପୁଜାଏ । ଏହି ଅସୁବିଧାର ସମାଧାନ କରିବା ଲାଗି ପ୍ରମୁଖ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ ଏକ ଅଟୋ-ଡବ୍ ଫିଚର ଆଣିଛି । ଯାହାଦ୍ବାରା ଜଣେ ୟୁଜର ନିଜ ଚ୍ୟାନେଲରେ ଭିଡିଓକୁ ଡବ୍ କରି ଅନ୍ୟ ଭାଷାରେ ଅପଲୋଡ କରିପାରିବେ । ଏହି ନୂଆ ଫିଚରର ଉଦ୍ଦେଶ୍ୟ ହେଉଛି 'ଭାଷା ସମ୍ବନ୍ଧୀୟ ବାଧାକୁ ଭାଙ୍ଗିବା' ଓ ଦର୍ଶକଙ୍କୁ ଦୁନିଆର ସମସ୍ତ କ୍ରିଏଟରଙ୍କ ସହିତ ଯୋଡ଼ି ରଖିବା ।
ଉଲ୍ଲେଖଯୋଗ୍ୟ ଯେ ଅଟୋ-ଡବିଂ ଫିଚରଟି କେବଳ ୟୁଟ୍ୟୁବ୍ ପାର୍ଟନର ପ୍ରୋଗ୍ରାମର ଚ୍ୟାନେଲଗୁଡ଼ିକ ପାଇଁ ଉପଲବ୍ଧ ଯାହା ଜ୍ଞାନ ଏବଂ ସୂଚନା ଉପରେ ଧ୍ୟାନ ଦେଇଥାନ୍ତି । ୟୁଟ୍ୟୁବ୍ ଶୀଘ୍ର ଅନ୍ୟ ପ୍ରକାରର କଣ୍ଟେଣ୍ଟ ଲାଗି ଏହି ଫିଚରକୁ ଉପଲବ୍ଧ କରାଇବ, କିନ୍ତୁ ଏହାର ପାର୍ଟନର ପ୍ରୋଗ୍ରାମ୍ ଅଧୀନରେ ମନିଟାଇଜ୍ ହୋଇନଥିବା ଚ୍ୟାନେଲଗୁଡିକ ପାଇଁ ଏହାର ଉପଲବ୍ଧତା ଉପରେ କୌଣସି ସୂଚନା ଦିଆଯାଇନାହିଁ ।
YouTubeରେ କିପରି ବ୍ୟବହାର କରିବେ ଏହି ଫିଚର ?
- ଆପଣଙ୍କର ଭିଡିଓ ଅପଲୋଡ୍ କରନ୍ତୁ:-ଏହି ଫିଚରକୁ ବ୍ୟବହାର କରିବା ଲାଗି ପୂର୍ବପରି ଆପଣଙ୍କର ଭିଡିଓକୁ ଅପଲୋଡ୍ କରନ୍ତୁ । ଏହାପରେ ୟୁଟ୍ୟୁବ୍ ଭାଷା ଚିହ୍ନଟ କରିବ ଏବଂ ସ୍ବୟଂଚାଳିତ ଭାବରେ ଅନ୍ୟ ଭାଷାରେ ଡବ୍ ସୃଷ୍ଟି କରିବ ।
- ଡବଡ୍ ଭିଡିଓଗୁଡିକ ସମୀକ୍ଷା କରନ୍ତୁ:-ଆପଣଙ୍କର ଡବ୍ ହୋଇଥିବା ଭିଡିଓ ଦେଖିବା ପାଇଁ ୟୁଟ୍ୟୁବ୍ ଷ୍ଟୁଡିଓ> ଭାଷା ବିଭାଗକୁ ଯାଆନ୍ତୁ । ଆପଣ ଡବଡ୍ ଭିଡିଓଗୁଡିକ ଶୁଣିପାରିବେ ଏବଂ ଯଦି ଆପଣ ସନ୍ତୁଷ୍ଟ ନୁହଁନ୍ତି ତେବେ ଆପଣ ସେଗୁଡିକୁ ହଟାଇପାରିବେ । ଭିଡିଓକୁ ଅପଲୋଡ କରିବା ପୂର୍ବରୁ ୟୁଟ୍ୟୁବ୍ ଆପଣଙ୍କୁ ଡବ୍ ସମୀକ୍ଷା କରିବାକୁ ମଧ୍ୟ ଅନୁମତି ଦିଏ ।
ଏହା ବି ପଢନ୍ତୁ |
କେଉଁ ଭାଷାରେ ମିଳିବ ଡବ୍ ଅପସନ ?