ହାଇଦ୍ରାବାଦ:ଆମେରିକୀୟ କୃତ୍ରିମ ବୁଦ୍ଧିମତା (AI) ଗବେଷଣା ସଂସ୍ଥା OpenAI ଏହି ନୂତନ ପ୍ରକଳ୍ପ ଉପରେ କାମ କରୁଛି । ଯାହାର ନାମ ରଖାଯାଇଛି ପ୍ରୋଜେକ୍ଟ ଷ୍ଟ୍ରବେରୀ । ସଂସ୍ଥାର ଏହା ସବୁଠୁ ଉନ୍ନତ ଏଆଇ ମଡେଲ ବୋଲି କୁହାଯାଉଛି । ଏହାର କୋଡ ନେମ୍ ପ୍ରୋଜେକ୍ଟ ଷ୍ଟ୍ରବେରୀ ରଖାଯାଇଛି । ଏହି ମଡେଲକୁ ଚଳିତ ବର୍ଷ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଜାରି କରାଯିବ ବୋଲି କୁହାଯାଉଛି ।
ChatGPT ବିକଶିତ କରିଥିବା କମ୍ପାନୀ OpenAI ଏହି ନୂଆ ଟେକ୍ନୋଲୋଜି ଉପରେ କାମ କରି ସାରା ଦୁନିଆରେ ଚର୍ଚ୍ଚାର ପରିସରକୁ ଆସିଛି । ଯେଉଁମାନେ ଟେକ୍ନୋଲୋଜି ଦୁନିଆ ସହ ଜଡ଼ିତ ସେମାନେ ଏହି ପ୍ରୋଜେକ୍ଟ ଷ୍ଟ୍ରବେରୀ ନାମଟିକୁ ଶୁଣିଥିବେ । ଏହାର ଗଭୀରତାକୁ ଯାଇନଥିବା ବ୍ୟକ୍ତି ଜଣକ ଏହା କଣ ବୋଲି ନିଶ୍ଚିତ ଭାବିଥିବେ । ସରଳ ଭାଷାରେ କହିଲେ ଏହା ଉନ୍ନତମାନର AI ମଡେଲ । OpenAIର ସିଇଓ ସ୍ୟାମ୍ ଆଲ୍ଟମ୍ୟାନ୍ଙ୍କ ତତ୍ତ୍ବାବଧାନରେ ଏହି ପ୍ରୋଜେକ୍ଟ ଉପରେ କାମ ଆଗେଇ ଚାଲିଛି ।
ପ୍ରୋଜେକ୍ଟ ଷ୍ଟ୍ରବେରୀର ଉଦ୍ଦେଶ୍ୟ କଣ ?
ପୂର୍ବରୁ ପ୍ରୋଜେକ୍ଟ ଷ୍ଟ୍ରବେରୀର ନାମ Q* ରଖାଯାଇଥିଲା । ସଂସ୍ଥାର କିଛି କର୍ମଚାରୀଙ୍କୁ Q*ର ଡେମୋ ମଧ୍ୟ ଦେଖାଯାଇଥିଲା । ଏଥିରେ ଏଆଇ ମଡେଲ ସେହି କଠିନ ବିଜ୍ଞାନ ଓ ଗଣିତ ପ୍ରଶ୍ନର ଉତ୍ତର ଦେଇଥିଲା, ଯାହାକି ଜଣେ ମନୁଷ୍ଟ ପକ୍ଷେ ବେଶ କଷ୍ଟକର । Strawberry ପ୍ରକଳ୍ପର ଉଦ୍ଦେଶ୍ୟ କେବଳ କଠିନ ପ୍ରଶ୍ନର ଉତ୍ତର ଦେବା ନୁହେଁ, ବରଂ ଯେପରି ଏହି ମଡେଲ ଇଣ୍ଟରନେଟରେ ସ୍ବୟଂଚାଳିତ ଭାବେ କାମ କରିବା ସହିତ ବିଭିନ୍ନ ଯୋଜନା ପ୍ରସ୍ତୁତ କରିପାରିବ ।
ବିଜ୍ଞାନ ଓ ଗଣିତ କ୍ଷେତ୍ରରେ ବଡ଼ ସମ୍ଭାବନା:-