ଓଡିଶା

odisha

By ETV Bharat Tech Team

Published : Sep 2, 2024, 11:33 AM IST

ETV Bharat / technology

ନିଜ ଘରକୁ ସ୍ମାର୍ଟହୋମ୍‌ କରିବାକୁ ଚାହୁଁଛନ୍ତି କି ? ନଜର ପକାନ୍ତୁ ଏହି ଗ୍ୟାଜେଟ୍‌ ଉପରେ - Smart Home Devices Under Rs 5000

SMART HOME DEVICES UNDER RS 5000: ଘରର ଗୃହିଣୀ ନିଜ ଘରକୁ ସର୍ବଦା ଅନ୍ୟଠୁ ଭିନ୍ନ କରିବାକୁ ଚାହେଁ । ଘରକୁ ସଫା ସୁତୁରା ରଖିବା ସହ ଆକର୍ଷଣୀୟ ଜିନିଷରେ ଘରକୁ ସଜାଇଥାଏ । ତେବେ ଆପଣ କଣ ନିଜ ଘରକୁ ସ୍ମାର୍ଟହୋମ୍‌ରେ ପରିଣତ କରିବାକୁ ଚାହୁଁଛନ୍ତି ? ତେବେ ଏହି ଖବରଟି ଆପଣଙ୍କ ପାଇଁ । 5000ଟଙ୍କା ଭିତରେ ନିଜ ଘରକୁ ସ୍ମାର୍ଟହୋମରେ ପରିଣତ କରନ୍ତୁ...

SMART HOME DEVICES UNDER RS 5000
SMART HOME DEVICES UNDER RS 5000 (ETV Bharat Tech Team)

ହାଇଦ୍ରାବାଦ: ସବୁଠୁ ଆରାମଦାୟକ ସ୍ଥାନ ହେଉଛି ଘର । ଯେଉଁଠାକୁ ଗଲେ ମଧ୍ୟ ନିଜ ଘର ଯେଉଁ ଆରାମ, ସୁଖ ମିଳିଥାଏ ତାହା କେଉଁଠି ବି ମିଳିନଥାଏ । ଏଣୁ ଆଜିକାଲି ସମସ୍ତେ ନିଜ ଘରକୁ ବେଶ ଆକର୍ଷଣୀୟ କରିବାକୁ ଉଦ୍ୟମ କରୁଛନ୍ତି । ଏହା ଖାଲି ନିଜ ମନକୁ ସନ୍ତୋଷ ଦିଏ ନାହିଁ, ବରଂ ଘରକୁ ଆସୁଥିବା ଅତିଥିମାନେ ମଧ୍ୟ ଆପଣଙ୍କ ଘରର ସାଜସଜ୍ଜା ଓ ଜିନିଷପତ୍ର ଦେଖି ପ୍ରଶଂସା କରିଥାନ୍ତି । ସେମାନଙ୍କୁ ମଧ୍ୟ ଆପଣଙ୍କ ଘର ବେଶ ପସନ୍ଦ ଆସିଥାଏ ।

ତେବେ ଘରକୁ ସାଜସଜ୍ଜା କରିବା ଲାଗି ବଜାରରେ ଏବେ ବହୁତ ପ୍ରକାର ଜିନିଷ ଉପଲବ୍ଧ । ଆଧୁନିକ ଜିନିଷଗୁଡ଼ିକ ଘରକୁ ସଜାଇବା ସହିତ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ପ୍ରଦାନ କରିଥାଏ । ଯାହାକି ଆପଣଙ୍କୁ ଘରେ ହିଁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରେ । ତେବେ ଆମେ ଆପଣଙ୍କୁ ବଜେଟ୍‌ ମଧ୍ୟରେ ଏପରି କିଛି ଜିନିଷ ସମ୍ପର୍କରେ କହିବୁ, ଯାହା ପକେଟକୁ ସୁହାଇବା ସହିତ ଆପଣଙ୍କୁ ଏକ ଉତ୍ତମ ଅନୁଭବ ମଧ୍ୟ ଦେବ । 5000ଟଙ୍କା ଭିତରେ ଏହି ଜିନିଷଗୁଡ଼ିକ କିଣି ଆପଣଙ୍କ ଘରକୁ ସ୍ମାର୍ଟହୋମରେ ପରିଣତ କରିପାରିବେ ।

Amazon Echo Dot 5th Gen (Amazon)

1. Amazon Echo Dot 5th Gen:-ଆମାଜନର ଏହି ଇକୋ ଡଟ୍‌ 5th ଜେନେରେସନ ଆପଣଙ୍କ ହୋମକୁ ସ୍ମାର୍ଟହୋମରେ ପରିଣତ କରିବ । ଏହା ହେଉଛି ଏକ ପ୍ରକାର ସ୍ମାର୍ଟ ସ୍ପିକର । ଏହା ଘରେ ଲାଇଟ୍‌ ଓ ମ୍ୟୁଜିକ ପ୍ଲେ କରିବାରେ ସାହାଯ୍ୟ କରିଥାଏ । ଆପଣ ବିନା ସ୍ବିଚ ଚିପି ଘରର ଲାଇଟ୍‌ ଅନ୍‌ କରିପାରିବେ । ଏହାର ଦାମ ରହିଛି 5,499 ଟଙ୍କା ।

Wipro LED Bulb (Wipro)

2. Wipro LED Bulb:-ଏହା ଆମାଜନ ଆଲେକ୍ସା ସ୍ପିକର ସହିତ କାମ କରିଥାଏ । ଏହାର ଦାମ ମାତ୍ର 749 ଟଙ୍କା । ଏହି LED ବଲ୍‌ବ ସହିତ ଆପଣ ମ୍ୟୁଜିକ ମଧ୍ୟ ଶୁଣିପାରିବେ । ୱିପ୍ରୋ କମ୍ପାନୀର ଏହି ଇଲେକ୍ଟ୍ରିକ ବଲ୍‌ବ ଭିନ୍ନ ଭିନ୍ନ ରଙ୍ଗରେ ମଧ୍ୟ ଜଳିଥାଏ ।

QUBO WiFi BT Smart Plug (QUBO)

3. QUBO WiFi BT Smart Plug:- ଏହା ହେଉଛି ୱାଇ-ଫାଇ ଓ ବ୍ଲୁଟୁଥ କନେକ୍ସନ ଯୋଗ୍ୟ ସ୍ମାର୍ଟ ପ୍ଲଗ । ଯାହାକି ଆପଣଙ୍କ ବିନା ସ୍ମାର୍ଟ ଡିଭାଇସଗୁଡ଼ିକୁ ମଧ୍ୟ ସ୍ମାର୍ଟ ଡିଭାଇସରେ ପରିଣତ କରିବ । ଉଦାହରଣ ସ୍ବରୂପ, ଆପଣ ନିଜ ପର୍ସନାଲ କମ୍ପ୍ୟୁଟରକୁ ଏହି ପ୍ଲଗ ସାହାଯ୍ୟରେ ଅନ୍‌ କରିପାରିବେ । ଏହା ବ୍ୟତୀତ ମୋବାଇଲ ଚାର୍ଜର ଆଦି ମଧ୍ୟ ଏହି ପ୍ଲଗରେ ଲଗାଇପାରିବେ । ଏହି ପ୍ଲଗରେ ଆପଣ ଯାହା ବି ସଂଯୋଗ କରୁଛନ୍ତି, ତାହାକୁ ବନ୍ଦ କରିବାକୁ ହେଲେ ଆପଣଙ୍କୁ ବାରମ୍ବାର ଉଠିବାକୁ ପଡ଼ିବ ନାହିଁ । ଆପଣ ନିଜ ମୋବାଇଲ ସାହାଯ୍ୟରେ ଏହାକୁ ଅନ୍‌ ଓ ଅଫ୍‌ କରିପାରିବେ । କାରଣ ଏହା ୱାଇଫାଇ ଓ ବ୍ଲୁଟୁଥ ଦ୍ବାରା କନେକ୍ଟ ହୋଇଥାଏ ।

QUBO Smart WiFi Video Doorbell (QUBO)

4. QUBO Smart WiFi Video Doorbell:- ଆପଣଙ୍କ ଘର ପାଇଁ Cubo Smart Wi-Fi ଭିଡିଓ ଡୋରବେଲ୍‌ ଏକ ଉପଯୁକ୍ତ ଡିଭାଇସ । ଏଥିରେ 1080 ପିକ୍ସେଲ କ୍ୟାମେରା ରହିଛି । ଏହା 2-ୱେ ଟକ୍‌ ଫିଚର ସହିତ ଆସିଥାଏ । ଏହି ସ୍ମାର୍ଟ ଡିଭାଇସ ଆଲେକ୍ସା ଓ Ok ଗୁଗଲ୍‌କୁ ସପୋର୍ଟ କରିଥାଏ । ଏହାକୁ ବ୍ୟବହାର କରି ଆପଣ ଏହି ଡିଭାଇସକୁ କମାଣ୍ଡ ଦେଇପାରିବେ । ଏଥିରେ ଇକୋ ଓ ଗୁଗଲ ହୋମ ସ୍ପିକର ମଧ୍ୟ ସପୋର୍ଟ କରିଥାଏ । ଏହି ସ୍ମାର୍ଟ ଡିଭାଇସଟି ଆପଣଙ୍କୁ ମାତ୍ର 2500ଟଙ୍କାରେ ବଜାରରେ ମିଳିଯିବ ।

Tapo TP Link C200 Smart Camera (Tapo TP Link)

5. Tapo TP Link C200 Smart Camera:- ଆଜିକାଲି ଘରେ କାମ କରୁଥିବା ସହଯୋଗୀ ମଧ୍ୟ ଚୋରି କରୁଛନ୍ତି । କର୍ମଜୀବୀ ମହିଳାମାନେ ଘରେ ନିଜ ସନ୍ତାନକୁ ଛାଡି଼କି ଗଲେ ଚିନ୍ତାରେ ରହୁଛନ୍ତି । ଏଥିପାଇଁ ଘରେ ସିସିଟିଭି କ୍ୟାମେରା ଲଗାଇବା ନିହାତି ଆବଶ୍ୟକ । ଯାହାଦ୍ବାରା ଆପଣ କାମରୁ ଫେରିବା ପରେ ଘରେ କାମ କରୁଥିବା ସହଯୋଗୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିପାରିବେ । ଏଥିଲାଗି ଆପଣଙ୍କୁ ଆବଶ୍ୟକ ଏକ ସ୍ମାର୍ଟ କ୍ୟାମେରା । ଟାପୋର ଏହି କ୍ୟାମେରା ଆପଣଙ୍କୁ 1799ଟଙ୍କାରେ ଅନଲାଇନ ସପିଂ ସାଇଟରେ ମିଳିୟିବ । ଏଥିରେ 360 କ୍ୟାମେରା ସପୋର୍ଟ ରହିଛି । ଏହାସହିତ ଏଥିରେ 2MP ଓ 1080 ପିକ୍ସେଲ ଭିଡିଓ ରେକର୍ଡିଂ ସୁବିଧା ମଧ୍ୟ ଦିଆଯାଇଛି । ଏଥିରେ 2-ୱେ ଅଡିଓ ଫିଚର ସାଙ୍ଗକୁ ନାଇଟ୍‌ ଭିଜନ ସୁବିଧା ରହିଛି । ଏହା ଆଲେକ୍ସାକୁ ମଧ୍ୟ ସପୋର୍ଟ କରିଥାଏ ।

Atomberg Renesa Smart Fan (Atomberg)

6. Atomberg Renesa Smart Fan:- ଏହି ସ୍ମାର୍ଟ ଫ୍ୟାନ ଆପଣଙ୍କୁ 3,899ଟଙ୍କାରେ ବଜାରରେ ମିଳିୟିବ । ଏହା ଆମାଜନ ଇକୋ ଡଟ୍‌ ଓ ଗୁଗଲ ହୋମ ଭଏସ ଆସିଷ୍ଟାଣ୍ଟକୁ ସପୋର୍ଟ କରିଥାଏ । ୟୁଜର୍ସ Atomberg ଆପ୍‌ ବ୍ୟବହାର କରି ଏହି ଫ୍ୟାନକୁ ଅନ୍‌ ଓ ଅଫ୍‌ କରିପାରିବେ ।

ଏହା ବି ପଢନ୍ତୁ- ବର୍ଷାକୁ ଆହୁରି ଉପଭୋଗ କରିବାକୁ ଚାହୁଁଛନ୍ତି ? ଏହାସହ କରନ୍ତୁ ଫୁଲ୍‌ ମସ୍ତି - Best Gadgets For Monsoon

ABOUT THE AUTHOR

...view details