ହାଇଦ୍ରାବାଦ:ନବବର୍ଷ 2025 ବିଶ୍ବରେ ପାଦ ଥାପିଛି । ବିଶ୍ବବାସୀ ଧୁମଧାମର ସହିତ ନୂଆବର୍ଷକୁ ସେଲିବ୍ରେଟ କରିଛନ୍ତି । ନୂଆବର୍ଷରେ ମାର୍କେଟରେ ଧମାଲ କରିବାକୁ ଆସୁଛି ଅନେକ ପାୱାରଫୁଲ ସ୍ମାର୍ଟଫୋନ । ଯାହାକି ନୂଆବର୍ଷ ପ୍ରାରମ୍ଭରେ ଲଞ୍ଚ ହେବାକୁ ଯାଉଛି । ଏହି ତାଲିକାରେ ରେଡମି, ଇଟେଲ ଓ ୱାନପ୍ଲସ ବ୍ରାଣ୍ଡ ବି ସାମିଲ । ଏହି ଆର୍ଟିକଲରେ ଆମେ ଆପଣଙ୍କୁ କିଛି ସ୍ମାର୍ଟଫୋନ ସମ୍ପର୍କରେ କହିବୁ ଯାହାକି ଭଲ ଫିଚର ଓ AI ସପୋର୍ଟ ସହିତ ଆସିଛି ।
Redmi 14C 5G
- ବିଶ୍ବ ବଜାର ସମେତ ଭାରତରେ ଆସନ୍ତା ଜାନୁଆରୀ 6 ତାରିଖରେ Redmi 14C 5ଜି ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି । ଏହା ଉଭୟ ଆମାଜନ ଓ ଫ୍ଲିପକାର୍ଟରେ ଲାଇଭ ମଧ୍ୟ ହୋଇସାରିଛି । ଏହାର ଅର୍ଥ ଗ୍ରାହକ ଦେଶର ଏହି ଦୁଇଟି ଇ-କମର୍ସ ପ୍ଲାଟଫର୍ମରୁ ସ୍ମାର୍ଟଫୋନକୁ କିଣିପାରିବେ । ଏଥିରେ ଏକ ବଡ଼ ଗୋଲାକାର କ୍ୟାମେରା ମଡ୍ୟୁଲ ମିଳିବ ଯାହାକି ଫୋନର ପଛ ଭାଗରେ ମଝିରେ ରହିବ । ଏଥିରେ 50MP ମେନ୍ ରିଅର କ୍ୟାମେରା ମଧ୍ୟ ମିଳିପାରେ ।
- କିଛି ଲିକ୍ ତଥ୍ୟ ଅନୁସାରେ, ଏହି ସ୍ମାର୍ଟଫୋନଟି Redmi 14R 5Gର ରିବ୍ୟାଜଡ ଭର୍ସନ ହୋଇପାରେ । ଯଦି ଏହା ସତ ହୁଏ, ତେବେ Redmi 14C 5Gରେ ସ୍ନାପଡ୍ରାଗନ 4 ଜେନ୍ 2 ଚିପସେଟ୍ ସହ ଆସିପାରେ । ଏହାବାଦ ଏଥିରେ 5160mAh ବ୍ୟାଟେରୀ ଯାହାକି 18W ଚାର୍ଜିଂ ସପୋର୍ଟ ସହ ଆସିବ । ଏଥିରେ 6.68 ଇଞ୍ଚ 120Hz HD Plus LCD ସ୍କ୍ରିନ ରହିବ । ଏହା ଆଣ୍ଡ୍ରଏଡ 14 ଉପରେ ଆଧାରିତ HyperOS ସହ ଆସିପାରେ । ବ୍ଲାକ୍, ବ୍ଲୁ ଓ ପର୍ପଲ କଲର ସେଡ୍ ସହ ଏହା ଉପଲବ୍ଧ ହୋଇପାରେ ।
OnePlus 13 Series
- ଜାନୁଆରୀ 7 ତାରିଖରେ ୱାନପ୍ଲସ 13 ସିରିଜ ବିଶ୍ବସ୍ତରରେ ଲଞ୍ଚ ହୋଇପାରେ । ଏହି ସରିଜରେ ଦୁଇଟି ସ୍ମାର୍ଟଫୋନ OnePlus 13 ଓ OnePlus 13R ଲଞ୍ଚ ହେବ । ଆମାଜନରେ ଏହାର ମାଇକ୍ରୋସାଇଟ୍ ଲାଇଭ ହୋଇସାରିଛି । ଫୋନର କଲର ଅପସନ ଓ ସ୍ବତନ୍ତ୍ର ଫିଚର ମଧ୍ୟ ସାମ୍ନାକୁ ଆସିଛି । ୱାନପ୍ଲସ 13 ସ୍ମାର୍ଟଫୋନଟି Snapdragon 8 Elite ଚିପସେଟ୍ ସହ ଆସିବାକୁ ଥିବା ବେଳେ ୱାନପ୍ଲସ 13R ସ୍ନାପଡ୍ରାଗନ 8 ଜେନ୍ 3 ପ୍ରୋସେସର ସହ ଆସିବ । ଏଥିରେ ୱାନପ୍ଲସ AI ସପୋର୍ଟ ମିଳିବ ।
- ୱାନପ୍ଲସ 13 ସ୍ମାର୍ଟଫୋନ ଭାରତରେ ଆର୍କଟିକ୍ ଡନ୍, ବ୍ଲାକ୍ ଏକ୍ଲିପସ୍ ଓ ମିଡନାଇଟ୍ ଓସେନ କଲରରେ ଉପଲବ୍ଧ ହେବ । ସେପଟେ ୱାନପ୍ଲସ 13R Astral Trail ଓ Nebula Noir ସେଡ୍ ସହ ଆସିପାରେ । ଏଥିରେ 6000mAh ବ୍ୟାଟେରୀ ମିଳିବ । ୱାନପ୍ଲସ 13 ସ୍ମାର୍ଟଫୋନ ଧୂଳି ଓ ପାଣିରୁ ରକ୍ଷା ଲାଗି IP68 ଓ IP69 ରେଟିଂ ସହ ଆସିବ । ଏହାର ଦାମ Rs 67,000ରୁ Rs 70,000 ମଧ୍ୟରେ ରହିପାରେ । ୱାନପ୍ଲସ 13R ସିଙ୍ଗଲ RAM ଓ 12GB+256GB ଷ୍ଟୋରେଜ ସହ ଆସିପାରେ ।
Samsung Galaxy S25 Series
ସାମସମଙ୍ଗ ଗାଲାକ୍ସି S25 ସିରିଜର ଲଞ୍ଚ ତାରିଖ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ, କିନ୍ତୁ ଲିକ୍ ତଥ୍ୟ ଅନୁସାରେ ଏହି ଫୋନଟି ଜାନୁଆରୀ 22, 2025ରେ ଲଞ୍ଚ ହୋଇପାରେ । ଗାଲାକ୍ସି ଏସ25 ସିରିଜ ତିନୋଟି ମଡେଲ- Galaxy S25, Galaxy S25 Plus ଓ Galaxy S25 Ultraରେ ଲଞ୍ଚ ହେବ । ଏଥିରେ କ୍ୟାମେରା ଓ ପରଫର୍ମାନ୍ସ ପୂର୍ବାପେକ୍ଷା ଅଧିକ ଉନ୍ନତମାନର ହେବ । ଗାଲାକ୍ସି ଏସ25 ଅଲଟ୍ରା ଲାଟେଷ୍ଟ ସ୍ନାପଡ୍ରାଗନ 8 ଏଲିଟ୍ ଚିପସେଟ ଆସିପାରେ ।
Oppo Reno 13 5G Series
ଓପୋ ରେନୋ 13 5ଜି ସିରିଜ ମଧ୍ୟ ଜାନୁଆରୀରେ ଲଞ୍ଚ ହେବାକୁ ଯାଉଛି । ଏଥିରେ ଦୁଇଟି ସ୍ମାର୍ଟଫୋନ Oppo Reno 13 5G ଓ Oppo Reno 13 Pro 5G ଲଞ୍ଚ ହେବ । ଏହି ଉଭୟ ମଡେଲ ମିଡଲ-ରେଞ୍ଜ ସେଗମେଣ୍ଟରେ ଲଞ୍ଚ ହେବ । ଲିକ୍ ତଥ୍ୟ ଅନୁସାରେ, ଏହି ସ୍ମାର୍ଟଫୋନରେ MediaTek Dimensity 8350 ଚିପସେଟ୍ ଓ 5,640mAh ବ୍ୟାଟେରୀ ମିଳିପାରେ ।