ହାଇଦ୍ରାବାଦ:ନୂଆବର୍ଷ 2025 ଅଟୋ ଶିଳ୍ପ ପାଇଁ ସ୍ପେଶାଲ ହେବାକୁ ଯାଉଛି । କାରଣ ଜାନୁଆରୀ 2025ରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ ବିଭିନ୍ନ କାର କମ୍ପାନୀ ଅଂଶଗ୍ରହଣ କରିବେ । ଏଥିରେ ପେଟ୍ରୋଲ କାର୍ ଏବଂ ଇଲେକଟ୍ରିକ୍ କାର କମ୍ପାନୀ ମଧ୍ୟ ସାମିଲ । ଗ୍ଲୋବାଲ ଏକ୍ସପୋରେ ଟାଟା, ମହିନ୍ଦ୍ରା, ମର୍ସିଡିଜ୍ ଏବଂ ମାରୁତିରୁ ଅନେକ କାର ଲଞ୍ଚ ହେବାକୁ ଯାଉଛି ।
ହୁଣ୍ଡାଇ କ୍ରେଟା ଇଭି
ଜାନୁଆରୀ 17ରୁ 22 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଅଟୋ ଏକ୍ସପୋରେ ହୁଣ୍ଡାଇ କ୍ରେଟା ଇଭି ଲଞ୍ଚ ହେବାର ସମ୍ଭାବନା ରହିଛି । ଏହା 60 କିଲୋୱାଟ ବ୍ୟାଟେରୀ ପ୍ୟାକ୍ ସହିତ ଆସିପାରେ । ଏହି ଇଲେକଟ୍ରିକ୍ କାର୍ 500 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରିବାକୁ ସକ୍ଷମ ହେବ ବୋଲି କୁହାଯାଉଛି । ଖବର ଅନୁଯାୟୀ ଏହା ଗୋଟିଏ ମୋଟର ସହିତ ଲଞ୍ଚ ହୋଇପାରେ ।
ମାରୁତି ସୁଜୁକି ଇ-ଭିଟାରା
ମାରୁତି ଏପର୍ଯ୍ୟନ୍ତ କୌଣସି ଇଲେକଟ୍ରିକ କାର ଲଞ୍ଚ କରିନାହିଁ । କମ୍ପାନୀ 2025 ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋରେ ନିଜର ପ୍ରଥମ ଇଲେକଟ୍ରିକ୍ କାର ଇ-ଭିଟାରା ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହା 49 kWh ଏବଂ 61 kWhର ଦୁଇଟି ବ୍ୟାଟେରୀ ପ୍ୟାକ୍ ବିକଳ୍ପ ସହିତ ଆସିପାରେ । ମାରୁତି ସୁଜୁକି ଇ-ଭିଟାରା ଅନେକ ଉନ୍ନତ ଫିଚର ସହିତ ଆସିପାରେ । ଏଥିମଧ୍ୟରେ 360-ଡିଗ୍ରୀ କ୍ୟାମେରା, ରିଅରଭ୍ୟୁ ମିରର୍, ପାନୋରାମିକ୍ ସନରୁଫ୍, ଏକ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ ଡିସପ୍ଲେ ସହିତ ଏକ ବଡ଼ ଇନଫୋଟେନମେଣ୍ଟ ସିଷ୍ଟମ୍ ଭଳି ଆଧୁନିକ ଫିଚର ମିଳିପାରେ ।