ହାଇଦ୍ରାବାଦ: ଏବେ ମୋବାଇଲ ୟୁଜର୍ସ ନିଜ ସ୍ମାର୍ଟଫୋନରେ 5G ନେଟୱର୍କର ମଜା ନେଉଛନ୍ତି । କିନ୍ତୁ ଏବେ ବି ଦେଶରେ ଅନେକ ସ୍ଥାନ ଅଛି ଯେଉଁଠି ଇଣ୍ଟରନେଟ ସ୍ପିଡ ବହୁତ ସ୍ଲୋ ରହୁଛି । ଅପହଞ୍ଚ ଇଲାକାକୁ ଛାଡ଼ିଲେ ବେଳେ ବେଳେ ମୋବାଇଲ ପାଇଁ ମଧ୍ୟ ଇଣ୍ଟରନେଟ ସ୍ପିଡରେ ସମସ୍ୟା ଦେଖିବାକୁ ମିଳେ । ଫଳରେ ଜଣେ ମୋବାଇଲ ୟୁଜର୍ ଭିଡିଓ ଦେଖିବା, କୌଣସି ଫଟୋ ଭିଡିଓ ଡାଉନଲୋଡ କରିବା କିମ୍ବା ଚାଲିବୁଲି କାମ କରିବାରେ ସମସ୍ୟା ଭୋଗିଥାଏ ।
ସ୍ମାର୍ଟଫୋନରେ ଧିରେ ଧିରେ ଇଣ୍ଟରନେଟ ଚାଲିବାର ବହୁ କାରଣ ରହିଛି । ଯେଉଁଥିରେ ପୁରୁଣା ସଫ୍ଟୱେରଠାରୁ ଆରମ୍ଭ କରି ବ୍ୟାକଗ୍ରାଉଣ୍ଡ ଆପ୍ ମଧ୍ୟ ସାମିଲ । ଏଥିଲାଗି ଇଣ୍ଟରନେଟ୍ ସ୍ପିଡ କମିଯାଇଥାଏ । ଏପରି ସମସ୍ୟା ଉପୁଜିଲେ ଏହାର ସମାଧାନ ମଧ୍ ରହିଛି । ବିଭିନ୍ନ ଉପାୟ ରହିଛି ଯାହାର ବ୍ୟବହାର କରି ଆପଣ ହାଇ ଇଣ୍ଟରନେଟ ସ୍ପିଡ ପାଇପାରିବେ । ଯଦି ଆପଣ ମଧ୍ୟ ଏଭଳି ସମସ୍ୟା ଭୋଗୁଛନ୍ତି, ତେବେ ନିମ୍ନଲିଖିତ ଟ୍ରିକ୍ସର ଉପଯୋଗ କରିପାରିବେ ।
1.ଫୋନକୁ କରନ୍ତୁ ରିଷ୍ଟାର୍ଟ:- ସମୟ ସହିତ, ଆପଣଙ୍କ ସ୍ମାର୍ଟଫୋନରେ ସଫ୍ଟୱେର ସମ୍ବନ୍ଧିତ ଅସୁବିଧା ଦେଖିବାକୁ ମିଳେ । ଏଥିଲାଗି ଫୋନର କାର୍ଯ୍ୟ କରିବା ପ୍ରକ୍ରିୟା ମଧ୍ୟ ସ୍ଲୋ ହୋଇଯାଇଥାଏ । ସଫ୍ଟୱେରକୁ ରିଫ୍ରେସ କରିବା ପାଇଁ ଆପଣ ନିଜ ଫୋନକୁ ରିଷ୍ଟାର୍ଟ କରିପାରିବେ । ଏପରି କଲେ ଆପଣଙ୍କ ଫୋନ ପୂର୍ବ ଭଳି ଭଲ ଭାବେ ଚାଲିଥାଏ ।
2. ବ୍ୟାକଗ୍ରାଉଣ୍ଡ ଆପ୍ସ ବନ୍ଦ କରନ୍ତୁ:-ଅନେକ ଥର ଆପ୍ ଆପଣଙ୍କ ଫୋନର ପୃଷ୍ଠଭୂମି ବା ବ୍ୟାକଗ୍ରାଉଣ୍ଡରେ ଚାଲିଥାଏ, ଯାହା ଆପଣଙ୍କ ଫୋନରେ ବ୍ୟାଟେରୀ ସାଙ୍ଗକୁ ଇଣ୍ଟରନେଟର ବ୍ୟବହାର କରିଥାଏ । ଏହା ଆପଣଙ୍କ ଫୋନର ଇଣ୍ଟରନେଟକୁ ମଧ୍ୟ ମନ୍ଥର କରିପାରେ । ଡାଟା ସଞ୍ଚୟ କରିବାକୁ ଏବଂ ଆପଣଙ୍କର ଇଣ୍ଟରନେଟ୍ ସ୍ପିଡ୍ ବଢାଇବାକୁ, ଆପଣ ବ୍ୟବହାର କରୁନଥିବା ଆପଗୁଡ଼ିକୁ ବନ୍ଦ କରିବା ଉଚିତ ।
3. Ad ବ୍ଲକର ବ୍ୟବହାର କରନ୍ତୁ:- ଫଟୋ ଓ ଲିଙ୍କ୍ ପରି ଅନେକ ପ୍ରକାରର ବିଜ୍ଞାପନ ପପ୍-ଅପ୍ ହୋଇ ସ୍ମାର୍ଟଫୋନର ଉପରି ଭାଗରେ ଦୃଶ୍ୟମାନ ହୁଏ, ଯେଉଁ କାରଣରୁ ଆପଣଙ୍କ ସ୍ମାର୍ଟଫୋନର ଡାଟା ବ୍ୟବହାର ହୁଏ ଏବଂ ଇଣ୍ଟରନେଟ୍ ସ୍ପିଡ୍ ଧୀର ହୋଇଯାଏ । ଏହି ବିଜ୍ଞାପନଗୁଡ଼ିକୁ ବନ୍ଦ କରିବା ପାଇଁ ଆପଣ ବିଜ୍ଞାପନ ବ୍ଲକର୍ ଆପ୍ ବ୍ୟବହାର କରିପାରିବେ । ଗୁଗୁଲ୍ ପ୍ଲେ ଷ୍ଟୋରରେ ଆପଣ ଅନେକ ପ୍ରକାରର ବିଜ୍ଞାପନ ବ୍ଲକର୍ ଆପ୍ ପାଇବେ, ଯେଉଁଥିରୁ ଆପଣ ଏକ ଉତ୍ତମ ଆପ୍ ବାଛିପାରିବେ ।