ହାଇଦ୍ରାବାଦ: ସରି ଆସୁଛି ବର୍ଷ 2024 । ଆଉ କେଇଟା ଦିନ ପରେ ସାରା ବିଶ୍ବ ବର୍ଷ 2025କୁ ସ୍ବାଗତ କରିବ । ନୂଆବର୍ଷ ଆସିବା ମାତ୍ରେ ସମସ୍ତେ ଭାବନାରେ ପଡ଼ିଯାଆନ୍ତି, କି ଏହି ବର୍ଷ ସେମାନଙ୍କ ଲାଗି ଭଲ ହେବ କି ନାହିଁ । ଆମେ ସୂର୍ଯ୍ୟ ଚନ୍ଦ୍ର ସହିତ ଜଡ଼ିତ ଥିବାରୁ କେତେ ‘ସୂର୍ଯ୍ୟପରାଗ’ ଓ ‘ଚନ୍ଦ୍ରଗ୍ରହଣ’ ଲାଗିବ ସେ ନେଇ ମଧ୍ୟ ଜାଣିବାକୁ ଉତ୍ସାହ ରହିଥାଏ । ତେବେ ଆମେ ଏଠାରେ ଆପଣଙ୍କୁ ନୂଆବର୍ଷରେ ଲାଗିବାକୁ ଥିବା ‘ସୂର୍ଯ୍ୟପରାଗ’ ଓ ‘ଚନ୍ଦ୍ରଗ୍ରହଣ’ ସମୟ ଓ ତାରିଖ ବିଷୟରେ କହିବୁ ।
- ଏସମ୍ପର୍କରେ କ’ଣ କୁହେ ଶାସ୍ତ୍ର:-
ଶାସ୍ତ୍ର ଅନୁସାରେ ଗ୍ରହଣ ଆମ ଜୀବନରେ ପ୍ରଭାବ ପକାଇଥାଏ । ଉଭୟ ସୂର୍ଯ୍ୟ ଏବଂ ଚନ୍ଦ୍ର ଗ୍ରହଣକୁ ନେଇ ଭିନ୍ନ ଭିନ୍ନ ବିଶ୍ବାସ ରହିଛି । ଜ୍ୟୋତିଷଙ୍କ ମତରେ ଗ୍ରହ-ନକ୍ଷତ୍ରର ପରିବର୍ତ୍ତନର ପ୍ରଭାବ ଲୋକଙ୍କ ଜୀବନ ଉପରେ ମଧ୍ୟ ରହିଥାଏ । ମାତ୍ର କିଛି ବ୍ୟକ୍ତିଙ୍କ ଲାଗି ଏହା ଶୁଭଙ୍କର ମଧ୍ୟ ହୋଇନଥାଏ । ଏଥିଲାଗି ଆମେ ଗ୍ରହଣ ସମୟରେ ଖାଦ୍ୟ ତ୍ୟାଗ କରିଥାଉ । ହିନ୍ଦୁ ଧର୍ମରେ ଉଭୟ ‘ସୂର୍ଯ୍ୟପରାଗ’ ଓ ‘ଚନ୍ଦ୍ରଗ୍ରହଣ’ ଶୁଭ ବୋଲି ବିବେଚନା କରାଯାଏ ନାହିଁ ଏବଂ ସେଥିପାଇଁ ‘ଚନ୍ଦ୍ରଗ୍ରହଣ’ ସମୟରେ କୌଣସି ଶୁଭ କାର୍ଯ୍ୟ କିମ୍ବା ପୂଜା କରାଯାଏ ନାହିଁ । ନୂଆବର୍ଷରେ କେବେ ପରାଗ ଓ ଗ୍ରହଣ ଲାଗିବ ଆସନ୍ତୁ ଜାଣିବା ।
- 2025ରେ କେବେ ପଡ଼ିବ ‘ସୂର୍ଯ୍ୟପରାଗ’ ଓ ‘ଚନ୍ଦ୍ରଗ୍ରହଣ’ ?
ନୂଆବର୍ଷ 2025 ରେ 4ଟି ଗ୍ରହଣ ଲାଗିବ । ଯେଉଁଥିରେ 2ଟି ‘ଚନ୍ଦ୍ରଗ୍ରହଣ’ (Lunar Eclipse) ଓ 2ଟି ‘ସୂର୍ଯ୍ୟପରାଗ’ (Solar Eclipse) ଅନ୍ତର୍ଭୁକ୍ତ । ଚଳିତବର୍ଷ ପୃଥିବୀବାସୀ ଗୋଟିଏ ମାସରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଦେଖିବାକୁ ପାଇବେ, ଯାହାକି ଏକ ବଡ଼ ମହାଜାଗତିକ ସଂଯୋଗ ହେବାକୁ ଯାଉଛି ।