ଓଡିଶା

odisha

ETV Bharat / technology

CNG କାର ଲଞ୍ଚ କରିବ Skoda; ମାରୁତି ଓ ଟାଟାକୁ ଦେବ ଟକ୍କର - SKODA CNG CARS

Skoda Auto India ଭାରତରେ ସିଏନଜି ପାୱାରଟ୍ରେନ ଉପରେ କାମ କରିବାକୁ ଯୋଜନା କରୁଛି । କମ୍ପାନୀ ଏହି କାର ଆଣିଲେ ମାରୁତି ଓ ଟାଟାକୁ ଟକ୍କର ଦେବ । ଅଧିକ ପଢନ୍ତୁ

Skoda Kylaq SUV
Skoda Kylaq SUV (Credit- Skoda Auto India)

By ETV Bharat Tech Team

Published : Nov 18, 2024, 5:04 PM IST

ହାଇଦ୍ରାବାଦ: ସ୍କୋଡା ଅଟୋ ଇଣ୍ଡିଆ (Skoda Auto India) ନିକଟରେ ଭାରତରେ ବ୍ୟାଟେରୀ ଇଲେକ୍‌ଟ୍ରିକ୍‌ ପାୱାରଟ୍ରେନ ଓ ICE ଇଞ୍ଜିନ ବିକଳ୍ପ ମିଶ୍ରଣ ଉପରେ କାମ କରୁଛି ଏବଂ ହାଇବ୍ରିଡ ଟେକନିକ୍‌ ଉପରେ ମଧ୍ୟ କାମ କରୁଛି । ଏବେ କାର ନିର୍ମାତା କମ୍ପାନୀ ଭାରତରେ CNG କାର ଆଣିବାକୁ ଯୋଜନା କରୁଛି । କମ୍ପାନୀ ନିକଟରେ ଏବେ 1.0-ଲିଟର TSI ଇଞ୍ଜିନ ଅଛି, ଯାହାକି ସମ୍ପୂର୍ଣ୍ଣ ଭାବରେ ସ୍ବଦେଶୀ ।

କମ୍ପାନୀର ଦ୍ବିତୀୟ ଇଞ୍ଜିନ୍ ହେଉଛି 1.5-ଲିଟର TSI ଯେଉଁଥିରେ 1.0 ଲିଟର ଇଞ୍ଜିନ ତୁଳନାରେ ଆମଦାନୀ ହୋଇଥିବା ପାର୍ଟଗୁଡିକ ବ୍ୟବହୃତ ହୁଏ । ସ୍କୋଡା ନିଶ୍ଚିତ କରିଛି ଯେ ଏହା ଭାରତ ପାଇଁ ହାଇବ୍ରିଡ୍ ଟେକ୍ନୋଲୋଜି ଉପରେ ବିଚାର କରୁଛି କିନ୍ତୁ ନୂଆ କଥା ହେଉଛି ଯେ ସେମାନେ ନିଜ ଇଞ୍ଜିନ ପାଇଁ CNG ଆଣିବାକୁ ଯୋଜନା କରୁଛନ୍ତି । କମ୍ପାନୀର 1.0 ଲିଟର TSI ଇଞ୍ଜିନ୍‌ରେ ଏହି ଟେକ୍ନୋଲୋଜି ବ୍ୟବହାର ହେବ ବୋଲି ଆଶା କରାଯାଉଛି ।

ଏହା ବି ପଢନ୍ତୁ
  1. ନୂଆ Skoda Kylaq ଉପରୁ ଉଠିଲା ପରଦା; ଦାମର ଖୁଲାସା, ଜାଣନ୍ତୁ କେବେ ଲଞ୍ଚ
  2. ମାର୍କେଟକୁ ଆସିଲା ମାରୁତି ସୁଜୁକି ସ୍ବିଫ୍ଟ CNG କାର; ମିଳିବ 32KMରୁ ଅଧିକ ମାଇଲେଜ୍‌

ସୂଚନା ଅନୁଯାୟୀ ସ୍କୋଡା ଏବଂ ସିଟିଗୋ କମ୍ପାକ୍ଟ ହ୍ୟାଚବ୍ୟାକ୍ ପରି ମଡେଲଗୁଡିକ ୟୁରୋପୀୟ ବଜାରରେ ଉପଲବ୍ଧ ଯାହା ସ୍କୋଡାର G-TEC CNG ସିଷ୍ଟମ ସହିତ ଚାଲିଥାଏ । ନିକଟରେ ଭାରତରେ ସିଏନଜି ଚାଳିତ ସ୍କୋଡା କୁଶାକ୍‌ ପରୀକ୍ଷଣ କରାଯାଉଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏହି କାରରେ ସିଏନଜି ଟେକ୍ନୋଲୋଜି ବ୍ୟବହାର ହେବ କି ନାହିଁ ଏପର୍ଯ୍ୟନ୍ତ ଏ ନେଇ କୌଣସି ଠୋସ ତଥ୍ୟ ପ୍ରକାଶ କରାଯାଇ ନାହିଁ ।

ଭବିଷ୍ୟତରେ ଯଥେଷ୍ଟ ଚାହିଦା ଦେଖିଲେ ହିଁ ଏହା କରିବ ବୋଲି ସ୍କୋଡା କହିଛି । କମ୍ପାନୀର ସିଏନଜି ଅପସନ ପାଇଁ ମୁଖ୍ୟ ଆଶାୟୀ କାର ଭାବେ ସ୍କୋଡା କିଲାକ୍ ହୋଇପାରେ, ଯାହା କେବଳ Maruti Fronx, Maruti Brezza, Maruti Baleno, Toyota Taisor ଓ Toyota Glanza ଭଳି କାର ସହ ପ୍ରତିଦ୍ବନ୍ଦ୍ବିତା କରିବ ନାହିଁ ବରଂ Tata Punchର ଟପ୍-ଏଣ୍ଡ ଭାରିଏଣ୍ଟ ଏବଂ Hyundai Exter CNGକୁ ମଧ୍ୟ ଟକ୍କର ଦେବ ।

ABOUT THE AUTHOR

...view details