ହାଇଦ୍ରାବାଦ:ଗତ 25ବର୍ଷ ପୂର୍ବେ ସ୍କୋଡା ଇଣ୍ଡିଆ ଭାରତୀୟ ବଜାରରେ ପ୍ରବେଶ କରିଥିଲା । 2000 ମସିହାରେ ଏହା ଭାରତରେ ପ୍ରବେଶ କରିଥିବା ବେଳେ ମହାରାଷ୍ଟ୍ର ସ୍ଥିତ ଛତ୍ରପତି ସମ୍ଭାଜିନଗର (ପୂର୍ବରୁ ଔରଙ୍ଗାବାଦ)ରେ ଏହାର ପ୍ରଥମ ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟ ସ୍ଥାପିତ କରିଥିଲା । ଭାରତରେ ଆସି ଓ ନିଜର ସ୍ଥାନ ପକ୍କା କରିବାରେ ସ୍କୋଡା ପ୍ରଥମ Volkswagen ଗ୍ରୁପ ବ୍ରାଣ୍ଡ ଥିଲା ।
ସ୍କୋଡାର ଇତିହାସ
- ଡିସେମ୍ବର 1895ରେ ଭାକଲାଭ ଲରିନ୍ ଏବଂ ଭାକ୍ଲାଭ କ୍ଲେମେଣ୍ଟ କମ୍ପାନୀ ପ୍ରତିଷ୍ଠା କରିଥିଲେ ଯାହାକି ବିଶ୍ବବ୍ୟାପୀ ସଫଳ ଉତ୍ପାଦକ 'ସ୍କୋଡା ଅଟୋ'ରେ ପରିଣତ ହୋଇଥିଲା ।
- ସାଇକେଲ ଉତ୍ପାଦନରେ ଆରମ୍ଭ କରିବା ପରେ ଲରିନ୍ ଓ କ୍ଲେମେଣ୍ଟ 1899ରୁ ମୋଟରସାଇକେଲ ଏବଂ 1905ରୁ କାର ଉତ୍ପାଦନ କରିଥିଲେ । 1925କୁ SKODA ଲୋଗୋ ସହିତ ଏହାର ବିକ୍ରି ଆରମ୍ଭ ହୋଇଥିଲା ।
- ସେପ୍ଟେମ୍ବର 2017ରେ ସ୍କୋଡା ଅଟୋ 20 ନିୟୁତ ଯାନ ନିର୍ମାଣ ମାଇଲଖୁଣ୍ଟକୁ ଅତିକ୍ରମ କରିଥିଲା ।
ଭାରତରେ ସ୍କୋଡାର ପ୍ରଥମ ମଡେଲ
ଭାରତରେ କମ୍ପାନୀ Skoda Octavia ମଡେଲକୁ ଆଣିଥିଲା । ଏହାପରଠାରୁ କମ୍ପାନୀ ଲାଗି ଭାରତ ଏକ ପ୍ରମୁଖ ବଜାର ହୋଇପାରିଛି । ଆଜି କମ୍ପାନୀ ଭାରତରେ ହିଁ ନିଜ ପ୍ରଡକ୍ଟର ଉତ୍ପାଦନ କରୁଛି । କୁଶାକ୍, ସ୍ଲାଭିଆ ସହ ନିକଟରେ କିଲାକ୍ କମ୍ପାକ୍ଟ SUVକୁ ଭାରତରେ ଉତ୍ପାଦିତ ହୋଇଥିବା ବେଳେ ଲୋକପ୍ରିୟତା ମଧ୍ୟ ହାସଲ କରିପାରିଛି । କିଲାକ୍କୁ କମ୍ପାନୀ ଏହାର ପୁଣେ ପ୍ଲାଣ୍ଟରେ ନିର୍ମିତ କରିଛି ।
ଭାରତରେ ଲଞ୍ଚ କରିଥିବା ଲୋକପ୍ରିୟ ଯାନ
ଭାରତୀୟ ଗ୍ରାହକଙ୍କ ନିକଟରେ ପହଞ୍ଚିଥିବା ପ୍ରଥମ ସ୍କାଡୋ ମଡେଲ ହେଉଛି ମଡର୍ଣ୍ଣ ଅକ୍ଟାଭିଆର ପ୍ରଥମ ଜେନେରେସନ । ଏହାପରେ ଅନ୍ୟ ସ୍କୋଡା ମଡେଲ ଯେପରିକି Fabia, Rapid, Superb ଓ Kodiaq ପ୍ରଭୃତି ଭାରତୀୟ ଗ୍ରାହକଙ୍କୁ ଆକୃଷ୍ଟ କରିଥିଲା । ଏହାପରେ ଭାରତୀୟ ବଜାର ଲାଗି କମ୍ପାନୀ 2018ରେ MQB-A0-IN ପ୍ଲାଟଫର୍ମ ଆଣିଥିଲା । ଏହି ପ୍ଲାଟଫର୍ମରେ କମ୍ପାନୀ ପ୍ରଥମ କାର ଭାବେ କୁଶାକ୍ର ଉତ୍ପାଦନ କରିଥିଲା, ଯାହାର ଉତ୍ପାଦନ ପୁଣେ ପ୍ଲାଣ୍ଟରେ 2021ରେ ହୋଇଥିଲା । ଏହାର ଗୋଟିଏ ବର୍ଷ ପରେ ସ୍ଲାଭିଆ ସେଡାନ ମଧ୍ୟ ଲଞ୍ଚ ହୋଇଥିଲା । ଏହାର ଉତ୍ପାଦନ ମଧ୍ୟ ପୁଣେ ପ୍ଲାଣ୍ଟରେ ହୋଇଥିଲା । ଭାରତୀୟ ବଜାରରେ ସ୍କୋଡା ପୋର୍ଟଫୋଲିଓରେ ଲାଟେଷ୍ଟ ମଡେଲ ହେଉଛି କିଲାକ୍ ଏସୟୁଭି, ଯାହାକି ଖୁବ କମ ସମୟ ମଧ୍ୟରେ ବଜାରରେ ଲୋକପ୍ରିୟତା ହାସଲ କରିଛି । ଏହା ଲଞ୍ଚ ହେବାର ମାତ୍ର 10 ଦିନ ମଧ୍ୟରେ 10ହଜାର ଅର୍ଡର ହାସଲ କରିଥିଲା ।
ଭାରତରେ ସର୍ବାଧିକ ସ୍କୋଡା ବିକ୍ରି କାର