ହାଇଦ୍ରାବାଦ: ଦକ୍ଷିଣ କୋରିଆର ପ୍ରମୁଖ ମୋବାଇଲ ନିର୍ମାତା କମ୍ପାନୀ ସାମସଙ୍ଗ ପ୍ରତି ବର୍ଷ ଜାନୁଆରୀ ମାସରେ ନିଜର ସବୁଠୁ ପ୍ରିମିୟମ ସ୍ମାର୍ଟଫୋନ ଲାଇନଅପ୍ ବା ସାମସଙ୍ଗା ଗାଲାକ୍ସି S ଲାଇନଅପ୍ର ନୂଆ ସିରିଜକୁ ଲଞ୍ଚ କରିଥାଏ । ଯାହାର ଅପେକ୍ଷା କରିଥାନ୍ତି ସାରା ଦୁନିଆର ସାମସଙ୍ଗ ଲଭର୍ସ । ଚଳିତ ବର୍ଷ ସାମସଙ୍ଗ Galaxy S25 Seriesକୁ ଲଞ୍ଚ କରିବାକୁ ଯାଉଛି । ଯେଉଁଥିପାଇଁ କମ୍ପାନୀ ଲଞ୍ଚ ଇଭେଣ୍ଟର ଘୋଷଣା କରିଛି । ଆସନ୍ତୁ ସାମସଙ୍ଗର ଏହି ପ୍ରିମିୟମ ଫୋନର ଲଞ୍ଚ ସମ୍ପର୍କରେ ବିସ୍ତୃତ ଭାବରେ ଜାଣନ୍ତୁ ।
ବଡ଼ ଇଭେଣ୍ଟର ଆୟୋଜନ କରିଛି Samsung
ସାମସଙ୍ଗ ନିଜର ଏହି ଅପକମିଂ ଫୋନ ସିରିଜକୁ ଲଞ୍ଚ କରିବା ଲାଗି ଏକ ବଡ଼ ଇଭେଣ୍ଟର ଆୟୋଜନ କରିବାକୁ ଯାଉଛି, ଯାହାର ନାମ ରଖାୟାଇଛି Samsung Galaxy Unpacked 2025 । ଏହି ଇଭେଣ୍ଟ ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ସେନ୍ ଜୋସ୍ରେ ଆୟୋଜିତ ହେବ । ସାମସଙ୍ଗ ନିଜର ଆନୁଷ୍ଠାନିକ ନ୍ୟୁଜରୁମ ପୋଷ୍ଟ ଜରିଆରେ ସାମସଙ୍ଗ ଗାଲାକ୍ସି ଅନପ୍ୟାକଡ୍ 2025 ଇଭେଣ୍ଟର ସବିଶେଷ ତଥ୍ୟ ସେୟାର କରିଛି ।
ଏହି ଇଭେଣ୍ଟ ଜାନୁଆରୀ 22 ତାରିଖରେ ଭାରତୀୟ ସମୟ 10:30ରେ ଆୟୋଜିତ ହେବାକୁ ଯାଉଛି । ଏହି ଇଭେଣ୍ଟରେ ଲାଇଭ ଷ୍ଟ୍ରିମିଂ samsung.com ସାମସଙ୍ଗ ନ୍ୟୁଜରୁମ ଓ ସାମସଙ୍ଗର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ କରାଯିବ । କମ୍ପାନୀର କହିବାନୁସାରେ, ଗ୍ରାହକ 1999 ଟଙ୍କା ଦେଇ ଗାଲାକ୍ସି ପ୍ରି-ରିଜର୍ଭ VIP ପାସ୍ ପାଇପାରିବେ ଓ ଅପକମିଂ ଗାଲାକ୍ସି ଫୋନ କିଣିବା ସମୟରେ 5000ଟଙ୍କା ଇ-ଷ୍ଟୋର ଭାଉଚର ରୂପରେ ଅନେକ ସୁବିଧା ପାଇପାରିବେ । ଏହାବ୍ୟତୀତ ଏହି ପାସ୍ କିଣିଲେ 50ହଜାର ଟଙ୍କାର ଗିଭଆୱେରେ ଉକ୍ତ ଗ୍ରାହକଙ୍କୁ ଏଣ୍ଟ୍ରି ମଧ୍ୟ ମିଳିବ ।