ହାଇଦ୍ରାବାଦ: ଅକ୍ଟୋବର 2024ରେ ରୋଲ୍ସ ରଏସ୍ ଘୋଷ୍ଟ ସିରିଜ୍-2 (Rolls Royce Ghost Series II) ବିଶ୍ବ ବଜାରରେ ଲଞ୍ଚ ହୋଇଥିଲା । ଏବେ ଏହି ବିଳାସପୂର୍ଣ୍ଣ ସେଡାନକୁ ଭାରତରେ ଉଲ୍ଲେଖନୀୟ ଉନ୍ନତି ସହିତ ଲଞ୍ଚ କରାଯାଇଛି । କମ୍ପାନୀ ଏହି ବିଳାସପୂର୍ଣ୍ଣ ସେଡାନ ବୁକିଂ କରିବା ଆରମ୍ଭ କରିଛି ଏବଂ ଏହାର ବିତରଣ 2025ର ପ୍ରଥମ ତ୍ରୟ ମାସରେ ଆରମ୍ଭ ହେବ ।
ମିଳିବ 3 ଭାରିଏଣ୍ଟ
ଏହି କାରକୁ ତିନୋଟି ଭିନ୍ନ ପ୍ରକାରରେ ଉପଲବ୍ଧ କରାଯାଇଛି- ଷ୍ଟାଣ୍ଡାର୍ଡ, ଏକ୍ସଟେଣ୍ଡେଡ୍ ଓ ବ୍ଲାକ୍ ବ୍ୟାଜ୍ ଉପଲବ୍ଧ କରାଯାଇଛି । ଏହି କାରର ଯଥାକ୍ରମେ 8.95 କୋଟି, 10.19 କୋଟି ଏବଂ 10.52 କୋଟି ଟଙ୍କା (ଏକ୍ସ-ଶୋ’ରୁମ୍) । କମ୍ପାନୀ ଏହି ସେଡାନକୁ ରି-ଡିଜାଇନ୍ କରିଛି ଏବଂ ନୂତନ ଘୋଷ୍ଟ ସିରିଜ୍ IIରେ ଏକ ନୂତନ ଏକ୍ସଟିରିଅର କଲର 'ମଷ୍ଟିକ୍ ବ୍ଲୁ' ସହ ଆସିଛି ।
ଏହା ବି ପଢନ୍ତୁ |
ଏହା ନୂତନ ଟ୍ରାପେଜାଇଡଲ୍ ଆକୃତିର ହେଡଲ୍ୟାମ୍ପ, ଅପଡେଟ୍ DRL ୟୁନିଟ୍, ସଂଶୋଧିତ ସାମ୍ନା ବମ୍ପର ଏବଂ ସୂକ୍ଷ୍ମ ଭାବରେ କାମ ହୋଇଥିବା ଏକ ଏୟାର ଇନଟେକ୍ ରହିଛି । ଏହାର ଟେଲଲ୍ୟାମ୍ପଗୁଡିକର ଡିଜାଇନ ସମାନ ରଖାଯାଇଛି, କିନ୍ତୁ ସେଗୁଡିକ ଏକ ନୂଆ ପ୍ୟାଟର୍ଣ୍ଣକୁ ସପୋର୍ଟ କରିଥାନ୍ତି । ଏହାବାଦ ନୂଆ ଘୋଷ୍ଟରେ ବର୍ତ୍ତମାନ ଦୁଇଟି ନୂତନ 22-ଇଞ୍ଚ୍ ହ୍ବିଲ ବିକଳ୍ପ ଦିଆଇଛି ଯାହାର 9-ସ୍ପୋକ୍ ଡିଜାଇନ୍ ଅଛି ।