ହାଇଦ୍ରାବାଦ:ରେଡମି K80 ସିରିଜ ସ୍ମାର୍ଟଫୋନ ସହିତ ଆଉ 2ଟି ନୂଆ ପ୍ରଡକ୍ଟ ରେଡମି ୱାଚ-5 ଓ ରେଡମି ବଡ୍ସ 6 ପ୍ରୋକୁ ଚୀନରେ ଲଞ୍ଚ କରିଛି । ଚୀନରେ ସ୍ମାର୍ଟୱାଚ୍ ଓ ୱେୟାରଲେସ ବଡ୍ସ ପ୍ରି-ଅର୍ଡର ପାଇଁ ଉପଲବ୍ଧ । ଆସନ୍ତା କିଛି ମାସ ମଧ୍ୟରେ ଏହି ସମସ୍ତ ପ୍ରଡକ୍ଟର ଗ୍ଲୋବାଲ ଲଞ୍ଚ୍ ହେବ । କମ୍ପାନୀର ନୂଆ Budsର ବ୍ୟାଟେରୀ କ୍ଷମତା ବେଶ ଜବରଦସ୍ତ ରହିଛି । ଏହା 36ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରଖିପାରିବ ।
Redmi Watch 5:-
- ଏହି ସ୍ମାର୍ଟୱାଚ୍ରେ 2 ମିମି ଅଲଟ୍ରା-ୱାଇଡ୍ ବେଜେଲ୍ସ ସହିତ 82% ସ୍କ୍ରିନ-ଟୁ-ବଡି ଅନୁପାତ ରହିଛି ।
- 324 PPI ପିକ୍ସେଲର ଘନତା ଏବଂ AI ଚାଳିତ ଆଣ୍ଟି-ମିସଟଚ୍ ଆଲଗୋରିଦମ ଅଜଣା ସ୍ପର୍ଶକୁ ରୋକିଥାଏ ।
- ଏହାର କ୍ରାଉନ ଏବଂ ଶୀଘ୍ର ରିଲିଜ୍ ଷ୍ଟ୍ରାପ୍ ଡିଜାଇନ ଏହାକୁ ଉପଭୋକ୍ତାମାନଙ୍କ ପାଇଁ ଅଧିକ ଉପଯୋଗୀ କରିଛି ।
- ଏହାର 550mAh ବ୍ୟାଟେରୀ ଅଛି, ଯାହା ଗୋଟିଏ ଚାର୍ଜରେ 24 ଦିନ ରହିପାରେ । ଏହି ବ୍ୟାଟେରୀ eSIM ମଡେଲରେ 12 ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟାକଅପ୍ ପ୍ରଦାନ କରିଥାଏ ।
- ଏହି ସ୍ମାର୍ଟ ୱାଚ୍ HyperOS 2 ଅପରେଟିଂ ସିଷ୍ଟମରେ କାମ କରେ ଯାହାକି ଦ୍ରୁତ ଏବଂ ସ୍ମାର୍ଟ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ ।
- ଏଥିରେ ଅନେକ ସ୍ମାର୍ଟ ଫିଚର ରହିଛି ଯେପରିକି ସ୍ମାର୍ଟୱାଚରୁ ଆପଣ TV,AC ଓ ଲାଇଟ୍ସକୁ ନିୟନ୍ତ୍ରଣ କରିପାରିବେ ।
- ପବ୍ଲିକ ଟ୍ରାନ୍ସପୋର୍ଟ:WeChat ଓ Alipayକୁ ସମର୍ଥନ କରେ ।
- NFC Car Key Support: Xiaomi, BYD ଓ Lotus କାରକୁ ଅନଲକ୍ କରିପାରିବ ।
- ଫିଟନେସ ଓ ହେଲ୍ଥ ଟ୍ରାକିଂ: 150ରୁ ଅଧିକ ସ୍ପୋର୍ଟସ୍ ମୋଡ୍, ସଠିକ ହାର୍ଟରେଟ୍ ମନିଟରିଂ, Sp02 ଟ୍ରାକିଂ, ସ୍ଲିପ ଓ ଷ୍ଟ୍ରେସ୍ ଲେଭଲ୍ ମନିଟରିଂ ସହିତ ଏହି ଘଣ୍ଟା ସମ୍ପୂର୍ଣ୍ଣ ଭାବେ ଫିଟନେସ୍ ଫ୍ରେଣ୍ଡଲି । ଏଥିରେ ଥିବା 5ATM ୱାଟର ପ୍ରୋଟେକ୍ସନ ଏହାକୁ ପହଁରା ସମୟରେ ସୁରକ୍ଷିତ ରଖିଥାଏ ।
- କଲର ଅପସନ:ଏହା 2ଟି ଭାରିଏଣ୍ଟ Elegant Black ଓ Bright Moon ସSilver ରଙ୍ଗ ସହିତ ଆସିଛି ।