ଓଡିଶା

odisha

ETV Bharat / technology

ଲଞ୍ଚ ହେଲା Realme 14x 5G ସ୍ମାର୍ଟଫୋନ; 85ºCରେ ବି ରହିବ ସୁରକ୍ଷିତ - REALME 14X 5G PHONE INDIA LAUNCH

ଭାରତରେ ଆଜି ଲଞ୍ଚ ହୋଇଛି Realme 14x 5ଜି ସ୍ମାର୍ଟଫୋନ । ଏହି ଫୋନକୁ 85 ଡିଗ୍ରୀ ତାପମାତ୍ରାରେ ରଖିଲେ ବି କିଛି ହେବନି । ଦାମ କେତେ ଜାଣନ୍ତୁ...

Realme 14x 5G Smartphone launched in India
Realme 14x 5G Smartphone launched in India (Photo Credit- Realme India)

By ETV Bharat Tech Team

Published : 6 hours ago

ହାଇଦ୍ରାବାଦ:ଆଜି (ଡିସେମ୍ବର 18) ଭାରତରେ ଲଞ୍ଚ ହୋଇଛି ରିଅଲମି 14x 5ଜି ସ୍ମାର୍ଟଫୋନ । ଏହାକୁ ରିଅଲମି 12x ସ୍ମାର୍ଟଫୋନର ସକ୍ସେସର ଭାବେ ଲଞ୍ଚ କରାଯାଇଛି । ଭାରତରେ Realme 13x ନାଁରେ କୌଣସି ଫୋନ ବଜାରକୁ ଆସିନାହିଁ । ତେବେ ଲଞ୍ଚ ହୋଇଥିବା Realme 14x ସମ୍ପର୍କରେ କହିଲେ ଏହାର ଡିଜାଇନ ବେଶ ପ୍ରିମିୟମ ରହିଛି । ଏଥିରେ ତିନୋଟି କଲର ଅପସନ, 6000mAh ବ୍ୟାଟେରୀ ରହିଛି । ଆଜିଠୁ ଆପଣ ଏହି ମୋବାଇଲକୁ କିଣିପାରିବେ । ତେବେ ଆସନ୍ତୁ ଜାଣିବା ଏଥିରେ କଣ ଖାସ ରହିଛି ।

Realme 14x 5G Smartphone Colour Option (Photo Credit- Realme India)

Realme 14x: ଦାମ ଓ ସେଲ୍‌

  • ରିଅଲମି 14x ସ୍ମାର୍ଟଫୋନର ପ୍ରାରମ୍ଭିକ ମୂଲ୍ୟ Rs 14,999 ରହିଛି ।
  • ଏହି ହ୍ୟାଣ୍ଡସେଟଟି Flipkart ଓ ରିଅଲମି ୱେବସାଇଟରେ ଉପଲବ୍ଧ ।
  • କମ୍ପାନୀ ଏବେ ଏହି ଫୋନ ଉପରେ ତତକ୍ଷଣାତ 1000ଟଙ୍କା ବ୍ୟାଙ୍କ ଡିସକାଉଣ୍ଟ ପ୍ରଦାନ କରୁଛି ।
  • ଆପଣ ଏହି ଫୋନକୁ ତିନୋଟି କଲର ଅପସନ Crystal Black, Golden Glow ଓ Jewel Redରେ କିଣିପାରିବେ ।
ମଡେଲ ଦାମ
6GB + 128GB Rs 14,999
8GB + 128GB Rs 15,999
Realme 14x 5G Smartphone (Photo Credit- Realme India)

Realme 14x: ସ୍ପେଶିଫିକେସନ ଓ ଫିଚର

  • ଡିସପ୍ଲେ: ରିଅଲମି 14x 120Hz ରିଫ୍ରେସ ରେଟ୍‌ ସହିତ 6.67-ଇଞ୍ଚ HD + ଡିସପ୍ଲେ, 1604 X 720 ପିକ୍ସେଲ ରିଜୋଲ୍ୟୁସନ, 240Hz ଇନଷ୍ଟାଣ୍ଡ ଟଚ୍‌ ସାମ୍ପଲିଂ ରେଟ୍‌ ଏବଂ 625nits ପିକ୍‌ ବ୍ରାଇଟନେସ୍‌ ସହିତ ଆସିଛି ।
  • ପ୍ରୋସେସର:ଏହା ମିଡିଆ ଟେକ୍ ଡାଇମେନସିଟି 6300 SoC, ARM ମାଲି G57 MC2 GPU ସହିତ ଯୋଡି ହୋଇଛି ।
  • ମେମୋରି: ହ୍ୟାଣ୍ଡସେଟ୍ ଦୁଇଟି ମଡେଲରେ ଉପଲବ୍ଧ ହେବ: 6GB + 128GB ଏବଂ 8GB + 128GB ଆଭ୍ୟନ୍ତରୀଣ ଷ୍ଟୋରେଜ୍, ଯାହା ଏକ ମାଇକ୍ରୋ SD କାର୍ଡ ମାଧ୍ୟମରେ ବିସ୍ତାର ହୋଇପାରିବ । 10GB ପର୍ଯ୍ୟନ୍ତ ଭର୍ଚ୍ଚୁଆଲ୍ RAM ସମର୍ଥନ ମଧ୍ୟ ପ୍ରଦାନ କରିବ ।
  • OS: ରିଅଲ୍ ଫୋନ୍ ଆଣ୍ଡ୍ରଏଡ୍ 14-ଆଧାରିତ ରିଅଲମି UI 5.0ରେ ଚାଲିଥାଏ । କମ୍ପାନୀ ଏହି ଫୋନରେ 2ଟି ଜେନେରେସନର ଆଣ୍ଡ୍ରଏଡ ଭର୍ସନ ଅପଡେଟ ଦେଇଥିବା କହିଛି ।
  • କ୍ୟାମେରା: Realme 14xରେ f / 1.8 ଆପେଚର ସହିତ 50MP ପ୍ରାଥମିକ କ୍ୟାମେରା, ସେଲଫି ଏବଂ ଭିଡିଓ ଚାଟ୍ ପାଇଁ ଆଗରେ 8MP ସୁଟର ଅଛି ।
  • ବ୍ୟାଟେରୀ:45W ଫାଷ୍ଟ ଚାର୍ଜିଂ ସହିତ ହ୍ୟାଣ୍ଡସେଟ୍ ଏକ ବଡ଼ 6,000mAh ବ୍ୟାଟେରୀ ପ୍ୟାକ୍ ସହିତ ଆସିଛି । କମ୍ପାନୀ 4ବର୍ଷ ବ୍ୟାଟେରୀ ଚାଲିବ ବୋଲି କହିଛି । ଏଥିରେ 5ମିନିଟ ଚାର୍ଜ କରି ୟୁଜର 3.6 ଘଣ୍ଟା କଲ୍‌, 1.4 ଘଣ୍ଟା ଇନଷ୍ଟାଗ୍ରାମ, 1.3 ଘଣ୍ଟା ୟୁଟ୍ୟୁବ ଚଲାଇପାରିବେ ବୋଲି କମ୍ପାନୀ ଦାବି କରିଛି ।
  • ଡାଇମେନସନ: 165.7 X 76.2 X 7.94 ମିମି ଏବଂ ଓଜନ 197 ଗ୍ରାମ ।
  • କନେକ୍ଟିଭିଟି:5G, 4G LTE, ଡୁଆଲ୍-ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ୍, ଜିପିଏସ୍ ଏବଂ ଚାର୍ଜିଂ ପାଇଁ ଏକ USB ଟାଇପ୍-ସି ପୋର୍ଟ ରହିଛି ।
  • ସୁରକ୍ଷା ଫିଚର: ରେନ୍‌ ୱାଟର ସ୍ମାର୍ଟ ଟଚ୍‌, 200 ପ୍ରତିଶତ ଅଲ୍ଟ୍ରା ଭଲ୍ୟୁମ୍ ମୋଡ୍, ଶାରୀରିକ ଭାବରେ ସ୍ପର୍ଶ ନକରି ଫୋନକୁ ନିୟନ୍ତ୍ରଣ କରିବା ପାଇଁ ଏୟାର ଗେସ୍ଚର, ଜଳ ଏବଂ ଧୂଳି ପ୍ରତିରୋଧ ପାଇଁ IP69 ରେଟିଂ ରହିଛି ।

Realme 14xରେ କଣ ନୂଆ ?

ଏହି ସ୍ମାର୍ଟଫୋନଟି ଭାରତୀୟ ବଜାରରେ Realme 12x ସ୍ମାର୍ଟଫୋନ ପରେ ଲଞ୍ଚ କରାଯାଇଛି । Realme 12xରେ ୟୁଜରଙ୍କୁ 6.72 ଇଞ୍ଚର ଡିସପ୍ଲେ ମିଳୁଥିବା ବେଳେ ଏହି ନୂଆ ମଡେଲ ଛୋଟ 6.67 ଇଞ୍ଚର ଡିସପ୍ଲେ ରହିଛି । ମିଡିଆଟେକ୍‌ ଡାଇମେନିସିଟି 6100+ SoCକୁ ବଦଳାଇ ନୂଆ ମଡେଲରେ 6300 ଚିପସେଟ୍‌ ଦିଆଯାଇଛି । ନୂଆ ମଡେଲରେ ପୁରୁଣା ଅପେକ୍ଷା ବଡ଼ ବ୍ୟାଟେରୀ ପ୍ରଦାନ କରାଯାଇଛି । Realme 12xରେ 5000mAh ବ୍ୟାଟେରୀ ଥିବା ବେଳେ Realme 14xରେ 6000mAh ବ୍ୟାଟେରୀ ରହିଛି । ସେହିପରି ସୁରକ୍ଷା ଫିଚରରେ ମଧ୍ୟ ନୂଆ ମଡେଲରେ ଅପଗ୍ରଡେ କରାଯାଇଛି ।

ଏହା ବି ପଢନ୍ତୁ
  1. ଡିସେମ୍ବର 18ରେ ଲଞ୍ଚ ହେବ Realme 14x; ଦାମ 15ହଜାର ତଳେ
  2. ଖୁବଶୀଘ୍ର ଲଞ୍ଚ ହେବ Realme 14x 5G ସ୍ମାର୍ଟଫୋନ; ଲିକ୍‌ ହେଲା ଡିଜାଇନ

ABOUT THE AUTHOR

...view details