ଓଡିଶା

odisha

ETV Bharat / technology

ଲଞ୍ଚ ହେଲା Poco M7 Pro 5G ଓ C75 5G ସ୍ମାର୍ଟଫୋନ; ଦାମ 10ହଜାରରୁ କମ - POCO M7 PRO 5G AND C75 5G LAUNCH

ଭାରତରେ Poco ଦୁଇଟି ସ୍ମାର୍ଟଫୋନ Poco M7 Pro 5G ଓ C75 5G ଲଞ୍ଚ କରିଛି । ଏହାର ଦାମ ବେଶ ସୁଲଭ ମୂଲ୍ୟରେ ବଜାରରେ ଉପଲବ୍ଧ । ଅଧିକ ପଢନ୍ତୁ

Poco M7 Pro 5G and Poco C75 5G launched in India
Poco M7 Pro 5G and Poco C75 5G launched in India (Photo Credit- Poco India)

By ETV Bharat Tech Team

Published : 6 hours ago

ହାଇଦ୍ରାବାଦ:ଭାରତରେ Poco ସୁଲଭ ମୂଲ୍ୟର ଦୁଇଟି POCO M7 Pro ଓ POCO C75 5G ସ୍ମାର୍ଟଫୋନ ଲଞ୍ଚ କରିଛି । POCO M7 Pro ମିଡ-ରେଞ୍ଜ ଡିଭାଇସ ହୋଇଥିବା ବେଳେ ଅନ୍ୟଟି ବଜେଟ ଡିଭାଇସ । ଦୁଇ ସ୍ମାର୍ଟଫୋନର ଲୁକ୍‌ ପ୍ରିମିୟମ ହୋଇଥିବା ବେଳେ ଏହାର ବ୍ୟାଟେରୀ ବଡ଼ ଅଛି । ଉଭୟ ଫୋନରେ 50MP ମେନ୍‌ କ୍ୟାମେରା ମିଳିବାକୁ ୟାଉଛି । ଉଭୟ ଫୋନର ଦାମ, ଫିଚର, କ୍ୟାମେରା ସମ୍ପର୍କରେ ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ।

Poco M7 Pro ଓ Poco C75 5G: ଦାମ ଓ ସେଲ୍‌

ପୋକୋ M7 Pro 5G ଦୁଇଟି ଷ୍ଟୋରେଜ ଭାରିଏଣ୍ଟ ସହିତ ଆସିଛି । ଏଥିରୁ ଗୋଟିଏ 6GB RAM + 128GB ଷ୍ଟୋରେଜ୍ ଭାରିଏଣ୍ଟ ପାଇଁ ଦାମ 14,999 ଟଙ୍କା ଏବଂ 8GB RAM + 256 GB ଷ୍ଟୋରେଜ୍ ଭାରିଏଣ୍ଟ ପାଇଁ 16,999 ଟଙ୍କା ଦାମ ରହିଛି । ଏହା ତିନୋଟି ରଙ୍ଗ ବିକଳ୍ପ - ଲାଭେଣ୍ଡର ଫ୍ରଷ୍ଟ, ଲୁନାର ଡଷ୍ଟ ଏବଂ ଅଲିଭ୍ ଟ୍ବିଲାଇଟ୍ ସହିତ ଆସିଛି ।

ପୋକୋ C75 5G ଗୋଟିଏ ଭାରିଏଣ୍ଟ ସହିତ ଆସିଛି, ଯାହାର ମୂଲ୍ୟ 4GB + 64GB ପାଇଁ 7,999ଟଙ୍କା ରହିଛି । '7,999 ଟଙ୍କା' ମୂଲ୍ୟ ସୀମିତ ଅବଧି ଅଫର ସହିତ କମ୍ପାନୀ ଏହାକୁ "ଭାରତର ସବୁଠାରୁ ଶସ୍ତା 5G ଫୋନ୍" ବୋଲି ଦାବି କରିଛି । C-ସିରିଜ୍ ଡିଭାଇସ ତିନୋଟି କଲର ଅପସନ- ଆକ୍ବା ବ୍ଲୁ, ଏନଚାଣ୍ଟେଡ୍ ଗ୍ରୀନ୍ ଏବଂ ସିଲଭର ଷ୍ଟାରଡଷ୍ଟ ସହିତ ଆସିଛି ।

ଫ୍ଲିପକାର୍ଟ ମାଧ୍ୟମରେ ଉଭୟ ପୋକୋ ଡିଭାଇସ କିଣିବା ପାଇଁ ଉପଲବ୍ଧ ହେବ । ପୋକୋ M7 5G ବିକ୍ରି ଡିସେମ୍ବର 20, 2024ରେ ମଧ୍ୟାହ୍ନ 12ଟାରୁ ଅନଲାଇନ ହୋଇଯିବ । ସେପଟେ ପୋକୋ C75 5G ଏହାର ପ୍ରଥମ ବିକ୍ରି 19 ଡିସେମ୍ବର 2024ରେ ମଧ୍ୟାହ୍ନ 12ଟାରୁ ଆରମ୍ଭ ହେବ ।

ସ୍ପେଶିଫିକେସନ ଓ ଫିଚର

Poco M7 Pro 5G:-

  • ଡିସପ୍ଲେ: POCO M7 Pro ସ୍ମାର୍ଟଫୋନରେ 120Hz ରିଫ୍ରେସ ରେଟ୍‌ ସହିତ 6.67-ଇଞ୍ଚ FHD + gOLED ଡିସପ୍ଲେ, 2400 X 1080 ପିକ୍ସେଲ ରିଜୋଲ୍ୟୁସନ, 2100 ନିଟ୍ ପିକ୍‌ ବ୍ରାଇଟନେସ ଏବଂ କର୍ନିଙ୍ଗ୍ ଗୋରିଲା ଗ୍ଲାସ୍ 5 ଲେୟାର ସହ ଆସିଛି ।
  • ପ୍ରୋସେସର:ଏଥିରେ ମିଡିଆଟେକ୍ ଡାଇମେନସିଟି 7025 ଅଲଟ୍ରା ଚିପସେଟ ଦ୍ବାରା ପରିଚାଳିତ ।
  • ମେମୋରି: ଚିପସେଟ୍ 8GB RAM ଏବଂ 256GB ଆଭ୍ୟନ୍ତରୀଣ ଷ୍ଟୋରେଜ । ଏହାସହ 8GB ପର୍ଯ୍ୟନ୍ତ ଭର୍ଚୁଆଲ୍ RAM ସମର୍ଥନ ଅଛି ।
  • OS: ଏହି ହ୍ୟାଣ୍ଡସେଟ୍ ଆଣ୍ଡ୍ରଏଡ୍ 14-ଆଧାରିତ ହାଇପରଓଏସ୍ ଦ୍ବାରା ପରିଚାଳିତ । କମ୍ପାନୀ ଦୁଇ ବର୍ଷର OS ଅପଡେଟ୍ ଏବଂ ଚାରି ବର୍ଷର ସୁରକ୍ଷା ପ୍ୟାଚ୍ ଦେଇଥିବା ଦାବି କରିଛି ।
  • କ୍ୟାମେରା:POCO M7 Proରେ 50MP ସୋନି LYT-600 ପ୍ରାଥମିକ କ୍ୟାମେରା, 2MP ସେକେଣ୍ଡାରୀ ସେନ୍ସର ଓ ସେଲଫି ଏବଂ ଭିଡିଓ ଚାଟ୍ ପାଇଁ ଆଗରେ 20MP ସୁଟର ରହିଛି ।
  • ଅନ୍ୟ ଫିଚର:ହ୍ୟାଣ୍ଡସେଟ୍ ଡୁଆଲ୍ ଷ୍ଟେରିଓ ସ୍ପିକର, ସୁରକ୍ଷା ପାଇଁ ଏକ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର, ଡଲବି ଆଟମୋସ୍, 300 ପ୍ରତିଶତ ସୁପର ଭଲ୍ୟୁମ୍ ବୁଷ୍ଟ, ଜଳ ପ୍ରତିରୋଧ ପାଇଁ IP64 ରେଟିଂ
  • କନେକ୍ଟିଭିଟି: 5G, 4G LTE, ଡୁଆଲ୍-ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ୍ 5.3, ଜିପିଏସ୍ ଏବଂ ଚାର୍ଜିଂ ପାଇଁ ଏକ USB ଟାଇପ୍-ସି ପୋର୍ଟ ରହିଛି ।
  • ବ୍ୟାଟେରୀ:ଏଥିରେ 45W ଫାଷ୍ଟ ଚାର୍ଜିଂ ସହିତ 5110mAh ବ୍ୟାଟେରୀ ରହିଛି ।
  • ଡାଇମେନସନ: ଫୋନର ମାପ 162.4mmx75.7mmx7.99 mm ଏବଂ ଓଜନ 190 ଗ୍ରାମ

Poco C75 5G:-

  • ଡିସପ୍ଲେ:ଏହି ମୋବାଇଲ 1640 X 720 ପିକ୍ସେଲ ରିଜୋଲ୍ୟୁସନ, 120Hz ରିଫ୍ରେସ ରେଟ୍‌ ସହିତ 6.88-ଇଞ୍ଚ HD + ଡିସପ୍ଲେ, 600nits ବ୍ରାଇଟନେସ୍‌ ସହିତ ଆସିଥାଏ ।
  • ପ୍ରୋସେସର: ଆଡ୍ରେନୋ ଜିପିୟୁ ସହିତ କ୍ବାଲକମ୍ ସ୍ନାପଡ୍ରାଗନ୍ 4s ଜେନ 2 ଚିପସେଟ୍‌
  • OS:ହ୍ୟାଣ୍ଡସେଟ୍ ଆଣ୍ଡ୍ରଏଡ୍ 14-ଆଧାରିତ HyperOSରେ ଚାଲିଥାଏ । କମ୍ପାନୀ ଏହି ଡିଭାଇସ ଲାଗି ଦୁଇ ବର୍ଷର OS ଅପଡେଟ୍ ଏବଂ 4 ବର୍ଷର ସୁରକ୍ଷା ପ୍ୟାଚ୍ ଦେଇଥିବା ଦାବି କରିଛି ।
  • କ୍ୟାମେରା: ଏଥିରେ 50MP ସୋନି ପ୍ରାଇମେରି କ୍ୟାମେରା ଏବଂ ଏକ ସେକେଣ୍ଡାରୀ ସେନ୍ସର ଅଛି । ଏହାସହ ସେଲଫି ଏବଂ ଭିଡିଓ ଚାଟ୍ ପାଇଁ ସାମ୍ନାରେ 5MP ସୁଟର ଦେଇଛି ।
  • ବ୍ୟାଟେରୀ: ଏହି ସ୍ମାର୍ଟଫୋନଟି 18W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ 5160mAh ବ୍ୟାଟେରୀ ସହିତ ଆସିଥାଏ ।
  • ଅନ୍ୟ ଫିଚର: ସୁରକ୍ଷା ପାଇଁ ଏକ ସାଇଡ୍-ମାଉଣ୍ଟ୍ ଫିଙ୍ଗର ପ୍ରିଣ୍ଟ ସେନ୍ସର, ଜଳ ପ୍ରତିରୋଧ ପାଇଁ ଏକ IP52 ରେଟିଂ ଏବଂ 120 ପ୍ରତିଶତ ସୁପର ଭଲ୍ୟୁମ୍ ସହିତ ଗୋଟିଏ ସ୍ପିକର ଅଛି ।

ପୂର୍ବ ମଡେଲଠାରୁ ଉଭୟ ଫୋନ କିପରି ଅଲଗା ?

  • Poco M7 Pro 5G ସ୍ମାର୍ଟଫୋନ ଗତବର୍ଷ ଲଞ୍ଚ ହୋଇଥିବା Poco M6 Pro 5G ପରେ ଆସିଛି । ପୂର୍ବ ମଡେଲ ଅପେକ୍ଷା ଏହାର ଡିସପ୍ଲେ ଆକାର 6.79 ଇଞ୍ଚରୁ 6.67 ଇଞ୍ଚକୁ କମ କରାଯାଇଛି । ପୂର୍ବ ମଡେଲ ଅପେକ୍ଷା ରିଫ୍ରେସ ରେଟ୍‌ 90Hzରୁ 120Hzକୁ ବୃଦ୍ଧି କରାଯାଇଛି । ସେହିପରି ବ୍ରାଇଟନେସ୍‌ ମଧ୍ୟ 2100କୁ ବୃଦ୍ଧି କରାଯାଇଛି । ପୂର୍ବ ମଡେଲରେ 5000mAh ବ୍ୟାଟେରୀରୁ ଏଥିରେ 5110mAhକୁ ବଢିଛି । ସେହିପରି ଫାଷ୍ଟ ଚାର୍ଜିଂ ସପୋର୍ଟ 18Wରୁ 45Wକୁ ବଢିଛି ।
  • Poco C75 5G ସ୍ମାର୍ଟଫୋନ ଦେଖିଲେ ଏହି ଫୋନଟି ଭାରତୀୟ ବଜାରରେ POCO C61 ପରେ ଲଞ୍ଚ ହୋଇଛି । ଏହାର ଡିସପ୍ଲେ ସାଇଜ ପୂର୍ବ ମଡେଲ ଅପେକ୍ଷା 6.71 ଇଞ୍ଚରୁ 6.88 ଇଞ୍ଚକୁ ବୃଦ୍ଧି ପାଇଛି । ରିଫ୍ରେସ ରେଟ୍‌ 90Hzରୁ 120Hzକୁ ବୃଦ୍ଧି ପାଇଛି । ସବୁଠୁ ବଡ଼ ପରିବର୍ତ୍ତନ ହେଉଛି ପୂର୍ବ ମଡେଲ ତୁଳନାରେ ଏଥିରେ 5G ନେଟୱର୍କ ସପୋର୍ଟ ମିଳିଛି । 8MP ପ୍ରାଇମେରି କ୍ୟାମେରା 50MP Sony କ୍ୟାମେରାକୁ ଅପଗ୍ରେଡ ହୋଇଥିବା ବେଳେ ବ୍ୟାଟେରୀ 5000mAhରୁ 5160mAhକୁ ବୃଦ୍ଧି ପାଇଛି । ସେହିପରି ଫାଷ୍ଟ ଚାର୍ଜିଂ ସପୋର୍ଟ 10Wରୁ 18Wକୁ ବଢିଛି ।
ଏହା ବି ପଢନ୍ତୁ
  1. ଲଞ୍ଚ ହେଲା Realme 14x 5G ସ୍ମାର୍ଟଫୋନ; 85ºCରେ ବି ରହିବ ସୁରକ୍ଷିତ
  2. 45ହଜାର ତଳେ ବେଷ୍ଟ ସ୍ମାର୍ଟଫୋନ; ଫୋଲ୍‌ଡେବଲ ଫୋନ ବି ସାମିଲ, ଦେଖନ୍ତୁ ତାଲିକା

ABOUT THE AUTHOR

...view details