ଓଡିଶା

odisha

ETV Bharat / technology

ମହାକାଶରେ ପ୍ଲାନେଟ୍‌ ପରେଡ୍‌; ଗୋଟିଏ ରେଖାରେ ପୂର୍ବରୁ ଥିଲେ 6ଗ୍ରହ, ଏବେ ଯୋଗଦେବ ବୁଧ - 7 PLANET ALIGNMENT IN THE SKY

ଗତ ଜାନୁଆରୀଠାରୁ ମହାକାଶରେ ଗୋଟିଏ ସରଳରେଖାରେ 6ଟି ଗ୍ରହ ଦୃଶ୍ୟମାନ ହେଉଛନ୍ତି । ଏମାନଙ୍କ ସହିତ ଆଉ ଏକ ଗ୍ରହ ଯୋଡ଼ିହେବାକୁ ଯାଉଛି । ଅଧିକ ପଢନ୍ତୁ

Digital illustration of the Solar system for representation
Digital illustration of the Solar system for representation (Image Credit: Getty Images)

By ETV Bharat Tech Team

Published : Feb 26, 2025, 4:43 PM IST

ହାଇଦ୍ରାବାଦ:ବର୍ଷ 2025 ପ୍ରାରମ୍ଭରେ ସନ୍ଧ୍ୟା ଆକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ବିରଳ ଦୃଶ୍ୟ ଜାନୁଆରୀ 21ଠାରୁ ଆକାଶରେ ଦୃଶ୍ୟମାନ ହୋଇଥିଲା । ଗୋଟିଏ ସରଳରେଖାରେ ଏକାଧିକ ଗ୍ରହ ଦିଶୁଥିବାରୁ ଏହାକୁ 'ପ୍ଲାନେଟୋରୀ ପରେଡ୍‌' ବୋଲି କୁହାଯାଉଛି । ଏହି ବିରଳ ଘଟଣାର ଶେଷ ଭାଗରେ ଆଉ ଏକ ଗ୍ରହ ଯୋଗଦେବାକୁ ଯାଉଛି । ଫେବୃଆରୀ 28 ତାରିଖରେ ସନ୍ଧ୍ୟା ହେବା ମାତ୍ରେ ଆକାଶରେ ଗୋଟିଏ ରେଖାରେ 7ଟି ଗ୍ରହ ଦୃଶ୍ୟମାନ ହେବ । ବୁଧ ଗ୍ରହ ପୂର୍ବରୁ ଦୃଶ୍ୟମାନ ହେଉଥିବା 6ଟି ଗ୍ରହ ସହିତ ଯୋଡ଼ି ହେବ । ଏହି ବିରଳ ଦୃଶ୍ୟ 2040 ପର୍ଯ୍ୟନ୍ତ ଆଉ ଦୃଶ୍ୟମାନ ହେବ ନାହିଁ ବୋଲି କୁହାଯାଉଛି ।

ଗୋଟିଏ ସରଳରେଖାରେ କେଉଁ କେଉଁ ଗ୍ରହ ?

ପ୍ଲାନେଟୋରୀ ପରେଡ୍‌ର ପ୍ରଥମ ଭାଗରେ 6ଟି ଗ୍ରହ ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ ଏବଂ ନେପଚୁନ୍ ଗୋଟିଏ ସରଳରେଖାରେ ରହିଥିଲେ । ଏବେ ସେମାନଙ୍କୁ ଯୋଗଦେବାକୁ ଯାଉଛି ବୁଧ । ଏହାର ଅର୍ଥାତ ଦେଖଣାହାରୀ ଏବେ ସନ୍ଧ୍ୟା ଆକାଶରେ 6ଟି ପରିବର୍ତ୍ତେ 7ଟି ଗ୍ରହକୁ ଗୋଟିଏ ରେଖାରେ ଦେଖିପାରିବେ । ଧିରେ ଧିରେ ଗୋଟିଏ ଗୋଟିଏ ଗ୍ରହ ପ୍ଲାନେଟୋରୀ ପରେଡ୍‌ରୁ ଦୂରେଇ ଯିବେ । ଇକୋନୋମିକ୍‌ ଟାଇମ୍ସ ରିପୋର୍ଟ ଅନୁସାରେ, ଅଗଷ୍ଟ 2025ରେ ଆଉ ଏକ ପ୍ଲାନେଟୋରୀ ପରେଡ୍‌ ଦୃଶ୍ୟମାନ ହେବ ଯେଉଁଥିରେ 4ଟି ଗ୍ରହ ଗୋଟିଏ ସରଳରେଖାରେ ଦିଶିବେ । ଏହି ଦୃଶ୍ୟକୁ ଉତ୍ସାହୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ଦେଖିପାରିବେ ।

କେଉଁଟା ସର୍ବୋତ୍ତମ ସମୟ ?

ଭାରତୀୟ ସ୍କାଏ ୱାଚରମାନଙ୍କ ପାଇଁ ଏହି ବିରଳ ଦୃଶ୍ୟ ଦେଖିବାର ସର୍ବୋତ୍ତମ ସମୟ ହେଉଛି ସୂର୍ଯ୍ୟାସ୍ତ । ସୂର୍ଯ୍ୟାସ୍ତର ପ୍ରାୟ 45 ମିନିଟ୍ ପରେ ଆକାଶରେ 7ଟି ଗ୍ରହଗୁଡ଼ିକ ଗୋଟିଏ ସରଳରେଖାରେ ଦୃଶ୍ୟମାନ ହେବେ । ଏହି ମହାଜାଗତିକ ଘଟଣା ଦେଖିବା ପାଇଁ ଆପଣଙ୍କୁ ସର୍ବନିମ୍ନ ପ୍ରଦୂଷଣ ଥିବା ଏକ ସ୍ଥାନ ଖୋଜିବାକୁ ପଡ଼ିବ ।

କେମିତି ଦେଖିବେ ମହାଜାଗତିକ ଦୃଶ୍ୟ ?

  • ଏହି ବିରଳ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଆପଣ ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ଆକାଶ ସ୍ବଚ୍ଛ ରହିଛି । ଏହାସହ ପାଣିପାଗର ସ୍ଥିତି ଯାଞ୍ଚ କରନ୍ତୁ ଏବଂ ସର୍ବନିମ୍ନ ସହରୀ ଆଲୋକ ଥିବା ଅଞ୍ଚଳ ଆଡକୁ ଯାଆନ୍ତୁ ।
  • ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପାଇଁ ଅନେକଗୁଡ଼ିଏ ଆପ୍ ଉପଲବ୍ଧ ଯେପରିକି Star Walk 2 ଏବଂ Stellarium, ଯାହା ଆପଣଙ୍କୁ ଗ୍ରହମାନଙ୍କୁ ସହଜରେ ଚିହ୍ନିବାରେ ସାହାଯ୍ୟ କରିଥାଏ ।
  • ମହାକୁମ୍ଭ 2025 ଆଜି ଶେଷ ହେବାକୁ ଥିବାବେଳେ ମହାକାଶରେ ଗ୍ରହମାନଙ୍କ ପରେଡ୍‌ ଅନେକଙ୍କ ପାଇଁ ଏକ ଆଧ୍ୟାତ୍ମିକ ଦିଗ ଯୋଗ କରିବ, କାରଣ ବିଶ୍ବାସ କରାଯାଏ ଯେ ଏପରି ବିରଳ ଘଟଣାକୁ ଦେଖିବା ଦ୍ବାରା ଆଧ୍ୟାତ୍ମିକ ଶକ୍ତି ଏବଂ ଚେତନାକୁ ବଢାଇଥାଏ ।
  • ଭବିଷ୍ୟତରେ ଏପରି ବିରଳ ଦୃଶ୍ୟ 2040 ସୁଦ୍ଧା ଦୃଶ୍ୟମାନ ହେବନାହିଁ ।

ପ୍ଲାନେଟୋରୀ ପରେଡ୍‌ କଣ ?

ଅନେକ ଜ୍ୟୋର୍ତିବିଜ୍ଞାନୀଙ୍କ କହିବାନୁସାରେ, ମହାକାଶରେ ସମସ୍ତ 8ଟି ଗ୍ରହ ସୂର୍ଯ୍ୟଙ୍କ ଚାରିପଟେ ଘୂରିଥାନ୍ତି, ଯେଉଁଥିରେ ଆମ ଗ୍ରହ ପୃଥିବୀ ସାମିଲ । ସମସ୍ତ ଗ୍ରହ ପରସ୍ପରଠାରୁ ଦୂରରେ, କିନ୍ତୁ ବୃତ୍ତାକାର ପଥରେ ସୂର୍ଯ୍ୟଙ୍କ ପରିକ୍ରମା କରନ୍ତି । ଏହି ପରିକ୍ରମା କରିବା ସମୟରେ ସମସ୍ତ ଗ୍ରହର ବେଗ ଓ ସମୟ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ । କିନ୍ତୁ ଏପରି ସମୟ ଆସେ ଯେତେବେଳେ ପରିକ୍ରମା କରିବା ସମୟରେ ସମସ୍ତ ଗ୍ରହ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ବକୁ ଆସିବା ସହ ପୃଥିବୀରୁ ଏକ ସରଳରେଖାରେ ଦୃଶ୍ୟମାନ ହୁଅନ୍ତି । କିନ୍ତୁ ବାସ୍ତବରେ ଏମାନେ ପରସ୍ପରଠାରୁ ବହୁ ଦୂରରେ ରହିଥାନ୍ତି । ଏମିତି ଅନେକ ଦିନ ଗୋଟିଏ ସରଳରେଖାରେ ପରିକ୍ରମା କରିବା ପରେ ସେମାନେ ପୁଣି ପରସ୍ପରଠାରୁ ଦୂରକୁ ଚାଲିଯାଆନ୍ତି ।

ଏହା ବି ପଢନ୍ତୁ
ଆଜି ଆକାଶରେ ଏକାସାଙ୍ଗରେ ଦିଶିବେ 6ଟି ଗ୍ରହ; କେତେବେଳେ ଦେଖିବେ ଜାଣନ୍ତୁ

ABOUT THE AUTHOR

...view details