ହାଇଦ୍ରାବାଦ: ଭାରତରେ ଓପୋ ଏହାର Reno 13 5G ସିରିଜକୁ ଲଞ୍ଚ କରିଛି । ଏହି ସିରିଜରେ ଦୁଇଟି ସ୍ମାର୍ଟଫୋନ Reno 13 ଓ Reno 13 Pro ସ୍ମାର୍ଟଫୋନ ଲଞ୍ଚ କରାଯାଇଛି । ଆପଣ ଏହି ଦୁଇଟି ଫୋନ ଭିତରେ କେଉଁଟା କିଣିବେ ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି କି ? ଆମେ ଏଠାରେ ଏହି ଦୁଇଟି ଫୋନର କ୍ୟାମେରାଠୁ ଆରମ୍ଭ କରି ଦାମ, ଫିଚର ଆଦି ସମ୍ପର୍କରେ ତୁଳନା କରିବୁ । କେଉଁ ଫୋନଟି କିଣିବା ବେଷ୍ଟ ସେ ସମ୍ପର୍କରେ ଜାଣନ୍ତୁ ।
Oppo Reno 13 vs 13 Pro 5G: ଦାମ ଓ ଉପଲବ୍ଧତା
- ଓପୋ ରେନୋ 13 5ଜି ବେସ୍ ମଡେଲ 8GB + 128GB ଲାଗି ଦାମ Rs 37,999 (ପ୍ରାରମ୍ଭିକ ମୂଲ୍ୟ) ରହିଥିବା ବେଳେ 8GB + 256GB ଭାରିଏଣ୍ଟ ଲାଗି Rs 39,999 ରହିଛି ।
- ସେପଟେ Pro ମଡେଲ ଲାଗି ପ୍ରାରମ୍ଭିକ ମୂଲ୍ୟ Rs 49,999 (12GB RAM + 256GB ଷ୍ଟୋରେଜ) ରହିଛି । 12GB + 512GB ଭାରିଏଣ୍ଟ ଲାଗି Rs 54,999 ରହିଛି ।
- କଲର ଅପସନ କଥା କହିଲେ, ରେନୋ 13 5ଜି Luminous Blue ଓ Ivory White ରଙ୍ଗରେ ଉପଲବ୍ଧ । ସେପଟେ ପ୍ରୋ ମଡେଲ Graphite Grey ଓ Mist Lavender ରଙ୍ଗ ସହ ଆସିଛି ।
- ଉଭୟ ଡିଭାଇସ କ୍ରୟ କରିବା ଲାଗି ଫ୍ଲିପକାର୍ଟ ଓ Oppoର ଅନଲାଇନ ଷ୍ଟୋରରେ ଆଜି (ଜାନୁଆରୀ 11) ମଧ୍ୟାହ୍ନ 12ଟାରୁ ଉପଲବ୍ଧ ହୋଇଛି ।
Oppo Reno 13 vs 13 Pro 5G: ସ୍ପେଶିଫିକେସନ
ଡିସପ୍ଲେ:Oppo Reno 13ରେ 6.59-ଇଞ୍ଚ Full-HD+ AMOLED ସ୍କ୍ରିନ, 120Hz ରିଫ୍ରେସ ରେଟ୍, 1200 ନିଟ୍ସ ପିକ୍ ବ୍ରାଇଟନେସ୍ ରହିଛି । Oppo Reno 13 Proରେ ବଡ଼ 6.83-ଇଞ୍ଚ 1.5K ଡିସପ୍ଲେ, 120Hz ଡାଇନାମିକ୍ ରିଫ୍ରେସ ରେଟ୍, 1200 ନିଟ୍ସ ପର୍ଯ୍ୟନ୍ତ ବ୍ରାଇଟନେସ୍ ଦିଆଯାଇଛି ।
ସଫ୍ଟୱେର:ଉଭୟ ଡିଭାଇସରେ Android 15 ଆଧାରିତ ColorOS 15 ଦ୍ବାରା ଚାଳିତ ।