ହାଇଦ୍ରାବାଦ:ଇଲେକଟ୍ରିକ୍ ଦୁଇ ଚକିଆ ନିର୍ମାତା କମ୍ପାନୀ ଓଲା ଭାରତୀୟ ବଜାରରେ ଏହାର ଲାଟେଷ୍ଟ ଜେନେରେସନର ଇଲେକଟ୍ରିକ୍ ସ୍କୁଟର ଲଞ୍ଚ କରିବା ପରେ ଏବେ ଇଲେକଟ୍ରିକ୍ ବାଇକ୍ Roadster ସିରିଜର Roadster X ବାଇକ୍ର ଡେଲିଭରି ଆରମ୍ଭ କରିବାକୁ ଯାଉଛି । ଯାହାକି 3ଟି ଭାରିଏଣ୍ଟ ବ୍ୟାଟେରୀ ଅପସନ ସହିତ ବଜାରରେ ଉପଲବ୍ଧ ହେବ । ଏହାର ଦାମ 74,999 ଟଙ୍କାରୁ ଆରମ୍ଭ ହେବ ।
Ola Roadster ଇଲେକଟ୍ରିକ ବାଇକ୍ (Image Credit- Ola Electric) କେବେ ହୋଇଥିଲା ଲଞ୍ଚ୍ ?
ଗତ ବର୍ଷ 2024 ଅଗଷ୍ଟରେ କମ୍ପାନୀ ଏହାର ପ୍ରଥମ ଇଲେକଟ୍ରିକ ବାଇକ୍ Roadster ସିରିଜର ଲଞ୍ଚ କରିଥିଲା । ଏହି ସିରିଜରେ କମ୍ପାନୀ Roadster, Roadster Xଓ Roadster Pro ବାଇକ୍ର ବିକ୍ରି କରିବ । କମ୍ପାନୀ ଗତବର୍ଷ ଏହାର ଲଞ୍ଚ କରିଥିବା ବେଳେ ଏହାର ବିକ୍ରି ଆରମ୍ଭ କରିନଥିବା ବେଳେ ଏହାର ଦାମ ସମ୍ପର୍କରେ ଖୁଲାସା କରିଥିଲା । ତେବେ Roadster, Roadster X ଓ Roadster Pro ଭାରିଏଣ୍ଟର ଏକ୍ସ ଶୋ'ରୁମ ମୂଲ୍ୟ ଯଥାକ୍ରମେ 1,04,999 ଟଙ୍କା, 74,999 ଟଙ୍କା ଓ 1,99,999 ଟଙ୍କା । ପରବର୍ତ୍ତୀ ସମୟରେ କମ୍ପାନୀ ସ୍ପଷ୍ଟ କରିଥିଲା ୟେ ଏହି 3ଟି ବାଇକ୍ ପ୍ରି-ପ୍ରଡକ୍ସନ ଅବସ୍ଥାରେ ଥିବା ବେଳେ ଏହାର ପ୍ରଡକ୍ସନ ଶେଷ ହେବା ପରେ ଏହାକୁ ବିକ୍ରି ଲାଗି ଉପଲବ୍ଧ କରାଯିବ । ତେବେ ସେହି ଦିନ ଆସିଯାଇଛି । ଆସନ୍ତାକାଲି (ଫେବୃଆରୀ 5)ଠାରୁ ବଜାରରେ ବିକ୍ରି ଲାଗି ଉପଲବ୍ଧ ହେବ Olaର ପ୍ରଥମ ଇଲେକଟ୍ରିକ୍ ବାଇକ୍ Roadster X ।
Ola Roadster X: ଦାମ ଓ ଭାରିଏଣ୍ଟ
କମ୍ପାନୀର Roadster ସିରିଜର ପ୍ରଥମ ବାଇକ୍ ଭାବେ ଭାରତୀୟ ବଜାରରେ Roadster Xର ବିକ୍ରି ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଭାରିଏଣ୍ଟ 3ଟି ବ୍ୟାଟେରୀ ବିକଳ୍ପ (2.5kWh, 3.5 kWh, 4.5 kWh)ରେ ବିକ୍ରି ଲାଗି ଉପଲବ୍ଧ ହେବାକୁ ଥିବା ବେଳେ ଏହାର ଦାମ ଯଥାକ୍ରମେ 74,999 ଟଙ୍କା, 84,999 ଟଙ୍କା ଏବଂ 99,000 ଟଙ୍କା ରହିବ ।
Roadster Xର 3 ବ୍ୟାଟେରୀ ବିକଳ୍ପ ଓ ଦାମ |
ବ୍ୟାଟେରୀ | ଦାମ |
2.5kWh | ₹74,999 |
3.5 kWh | ₹84,999 |
4.5 kWh | ₹99,999 |
Ola Roadster X: ଡିଜାଇନ ଓ ଫିଚର
ଓଲା ଇଲେକଟ୍ରିକ୍ ବାଇକ୍ Roadster Xର ଡିଜାଇନ ବେଶ ଆକର୍ଷିତ ଥିବା ବେଳେ ଅତ୍ୟାଧୁନିକ ଲୁକ୍ ସହ ଆସିଛି, ଫଳରେ ଯୁବବର୍ଗ ଏଥିପ୍ରତି ବେଶ ଆକୃଷ୍ଟ ହୋଇପାରନ୍ତି । ଅନ୍ୟାନ୍ୟ ଭିଜୁଆଲ୍ ହାଇଲାଇଟ୍ ମଧ୍ୟରେ ଏଥିରେ ଏକ ଇଣ୍ଟିଗ୍ରେଟେଡ୍ DRL ସହିତ ଏକ ହାଲୁକା ଆୟତାକାର ଏଲଇଡି ହେଡଲ୍ୟାମ୍ପ କ୍ଲଷ୍ଟର, ଏକ ଫ୍ଲାଟ ସିଙ୍ଗଲ୍ ସିଟ୍ ଏବଂ ଗୋଟିଏ ପିଲିଅନ୍ ଗ୍ରାବ ରେଲ୍ ରହିଛି । ଏହାର ଫିଚର ସମ୍ପର୍କରେ କହିଲେ, ଏଥିରେ 4.3 ଇଞ୍ଚ LCD ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, LED ହେଡଲାଇଟ୍, ଟେଲ୍ଲାଇଟ୍, ଟର୍ଣ୍ଣ ଇଣ୍ଟିକେଟର୍, ଟର୍ଣ୍ଣ-ବାଏ-ଟର୍ଣ୍ଣ ନାଭିଗେସନ (Ola Mpas), ରିଭର୍ସ ମୋଡ୍, କ୍ରୁଜ କଣ୍ଟ୍ରୋଲ୍, ଡିଜିଟାଲ କି, DIY ମୋଡ୍, OTA ଅପଡେଟ୍ ରହିଛି । ସୁରକ୍ଷା ଫିଚରରେ ଏଥିରେ ଟାୟାର ପ୍ରେସର ମନିଟର୍, ଜିଓ ଟାଇମ ଫେନ୍ସିଂ, ଚୋରି ଡିଟେକ୍ସନ, ଇମରଜେନ୍ସି SOS ଓ find your vehicle ସାମିଲ ।
Ola Roadster X electric motorcycle (Image Credit- Ola Electric) Ola Roadster X: ପାୱାରଟ୍ରେନ୍
ଓଲା ରୋଡଷ୍ଟର ଏକ୍ସ ବାଇକ୍ରେ 11kW ଇଲେକଟ୍ରିକ ମୋଟର ଅଛି ଯାହାକି 14.75bhp ପାୱାର ପ୍ରଦାନ କରିଥାଏ । ଏହି ବାଇକ୍ର ସର୍ବାଧିକ ବେଗ ପ୍ରତି ଘଣ୍ଟା 124 କିଲୋମିଟର ଥିବା ବେଳେ ଏହା ମାତ୍ର 2.8 ସେକେଣ୍ଡରେ 0-40kmph ବେଗ ଧରିପାରେ । Roadster Xର ଏଣ୍ଟ୍ରି ଲେଭଲ୍ 2.5kWh ଭାରିଏଣ୍ଟର ସର୍ବାଧିକ ବେଗ ଘଣ୍ଟା ପ୍ରତି 105 କିଲୋମିଟର ରହିଛି । କମ୍ପାନୀର ଦାବି ଅନୁସାରେ ଏହା ଥରେ ଚାର୍ଜ ହେଲେ 117 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରେ । ସେହିପରି ଟପ୍ ରେଞ୍ଜ 4.5kWh ଭାରିଏଣ୍ଟର ସର୍ବାଧିକ ବେଗ ପ୍ରତି ଘଣ୍ଟା 124 କିଲୋମିଟର ଥିବା ବେଳେ ଏହା ଥରେ ଚାର୍ଜ ହେଲେ 200 କିଲୋମିଟର ଯାତ୍ରା କରିପାରିବ ।