ହାଇଦ୍ରାବାଦ:ଭାରତ ଡିଜିଟାଲ ପେମେଣ୍ଟ ସେକ୍ଟରରେ ବଡ଼ ପରିବର୍ତ୍ତନ । ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ହ୍ବାଟ୍ସଆପ୍ ପେ' ଉପରେ ଲାଗିଥିବା ଅନବୋର୍ଡିଂ ଲିମିଟ ହଟାଇ ଦେଇଛି । ଏବେ ହ୍ବାଟ୍ସଆପ୍ ନିଜ 5କୋଟିରୁ ଊର୍ଦ୍ଧ୍ବ ଭାରତୀୟ ୟୁଜରଙ୍କୁ ସମ୍ପୂର୍ଣ୍ଣ ଭାବେ ୟୁପିଆଇ ସେବା ପ୍ରଦାନ କରିଛି । ପୂର୍ବରୁ ଏହି ସୁବିଧା କେବଳ ସୀମିତ ୟୁଜରଙ୍କ ଲାଗି ଉପଲବ୍ଧ ଥିଲା । ଏହାଦ୍ବାରା ଦେଶର ଡିଜିଟାଲ ପେମେଣ୍ଟ ବୃଦ୍ଧି ପାଇବ ।
ଭାରତରେ ଏନପିସିଆଇ ହ୍ବାଟ୍ସଆପ୍ ପେ'ର ଅନବୋର୍ଡିଂ ଲିମିଟ୍ ଉପରେ ରୋକ ଏଥିପାଇଁ ଲଗାଇଥିଲା ଫଳରେ UPI ସିଷ୍ଟମର ସିକ୍ୟୁରିଟି ସୁରକ୍ଷିତ ରହେ ଓ କ୍ୟାସଲେସ ପେମେଣ୍ଟକୁ ନେଇ କୌଣସି ସମସ୍ୟା ନ ଉପୁଜେ । ଧିରେ ଧିରେ ହ୍ବାଟ୍ସଆପ୍ ନିଜର ସେବାକୁ ଉନ୍ନତ କରିଥିଲା ଓ ଏବେ NPCI ଏହି ଲିମିଟ୍କୁ ହଟାଇଛି । ଏହାଦ୍ବାରା ଏବେ ହ୍ବାଟ୍ସଆପ୍ ପେ'କୁ ସମସ୍ତ ୟୁଜର ବ୍ୟବହାର କରିପାରିବେ । ପୂର୍ବରୁ 100ମିଲିୟନ ୟୁଜର କ୍ଷମତାକୁ ହଟାଇ ଏହି ସେବାକୁ ବଢାଇବା ଲାଗି NPCI ହ୍ବାଟ୍ସଆପ୍କୁ ନିର୍ଦ୍ଦେଶ ଦେଇଥିଲା । ଏବେ ସମ୍ପୂର୍ଣ୍ଣ ଭାବେ ନିୟମକୁ ହଟାଇଛି ।
ବଢିବ UPIର ବ୍ୟବହାର
ଏବେ ହ୍ବାଟ୍ସଆପ୍ର ସମସ୍ତ ୟୁଜର ସହଜରେ ଆପ୍ରେ ୟୁପିଆଇ ପେମେଣ୍ଟ କରିପାରିବେ । ଏହାଦ୍ବାରା ଡିଜିଟାଲ ପେମେଣ୍ଟ ପୂର୍ବାପେକ୍ଷା ଆହୁରି ସହଜ ହେବ । ହ୍ବାଟ୍ସଆପ୍ର ଇଣ୍ଟରଫେସ୍ ପୂର୍ବରୁ ୟୁଜରଙ୍କ ଲାଗି ସହଜ ଅଛି । ଏବେ ୟୁଜର ବିନା କୌଣସି ସମସ୍ୟାରେ ଟଙ୍କା ନେଣଦେଣ କରିପାରିବେ । ଫଳରେ ୟୁପିଆଇର ବ୍ୟବହାର ବୃଦ୍ଧି ପାଇବ ଓ ଭାରତର ଡିଜିଟାଲ ନେଣଦେଣର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ।