ହାଇଦ୍ରାବାଦ: ବିଶ୍ବ ସ୍ମାର୍ଟଫୋନ ବଜାରରେ ସ୍ବଳ୍ପ ସମୟ ମଧ୍ୟରେ କିଛି ନିଆରା ସ୍ମାର୍ଟଫୋନ ଡିଜାଇନ ଲଞ୍ଚ କରି ନଥିଙ୍ଗ ବ୍ରାଣ୍ଡ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିନାହିଁ । ଏବେ ଉପଭୋକ୍ତାମାନେ କିଛି ନୂଆ ନଥିଙ୍ଗ ସ୍ମାର୍ଟଫୋନ ସିରିଜ ପାଇଁ ଅପେକ୍ଷା କରିଥିବା ବେଳେ କମ୍ପାନୀ ମଧ୍ୟ ତିନୋଟି ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । Nothing Phone 3 ସିରିଜ ଫୋନର କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି ।
ୟୁକେ ବ୍ରାଣ୍ଡ କମ୍ପାନୀ ନଥିଙ୍ଗ 2025ରେ ତିନୋଟି ସ୍ମାର୍ଟଫୋନ ଲଞ୍ଚ କରିପାରେ । ସେଗୁଡ଼ିକ ହେଉଛି ନଥିଙ୍ଗ ଫୋନ (3), ନଥିଙ୍ଗ ଫୋନ (3a) ଓ ନଥିଙ୍ଗ ଫୋନ (3a) ପ୍ଲସ ବା ପ୍ରୋ । ଭାରତରେ ନଥିଙ୍ଗ ଫୋନ (2) ପରେ ଏହାକୁ ଲଞ୍ଚ କରିବ କମ୍ପାନୀ । 2023 ଜୁଲାଇରେ କମ୍ପାନୀ ଭାରତରେ ନଥିଙ୍ଗ ଫୋନ(2) ଏବଂ 2024ରେ ନଥିଙ୍ଗ ଫୋନ (2a) ଲଞ୍ଚ କରିଥିଲା । ହେଲେ କମ୍ପାନୀ ଏବେ ତିନୋଟି ସ୍ମାର୍ଟଫୋନ ଉପରେ କାମ କରୁଥିବା ଲିକ୍ ତଥ୍ୟରୁ ଜଣାପଡ଼ିଛି ।
ନଥିଙ୍ଗ ଫୋନ 3: ଡିଜାଇନ, ଡିସପ୍ଲେ ଓ ସ୍ପେଶିଫିକେସନ
ନଥିଙ୍ଗ ଫୋନ 3 ସ୍ମାର୍ଟଫୋନ ସିଗ୍ନେଚର ଡିଜାଇନ ସହିତ ଆସିପାରେ, ଯାହାଦ୍ବାରା ଏହାର ପଛରେ ଟ୍ରାନ୍ସପରେଣ୍ଟ ବ୍ଲାକ ଓ LED ଲାଇଟ୍ ରହିବ । ଏହା 6.67 ଇଞ୍ଚ LTPO AMOLED ଡିସପ୍ଲେ, 120Hz ରିଫ୍ରେସ ରେଟ ସହ ଆସିପାରେ । ଏହାସହ ସ୍ନାପଡ୍ରାଗନ 8 ଜେନ 3 ବା ଏଲିଟ୍ ଚିପସେଟ, 12 GB RAM ଓ 512GB ଷ୍ଟୋରେଜ, 5000mAh ବ୍ୟାଟେରୀ ସହିତ ଆସିପାରେ । ଏହି ଫୋନ 2025 ପ୍ରଥମ ଭାଗରେ ଲଞ୍ଚ ହୋଇପାରେ ।
Nothingର ଆଗାମୀ ଫୋନର କ୍ୟାମେରା
ଆଣ୍ଡ୍ରଏଡ୍ ଅଥୋରିଟିର ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ Nothing Phone 3aରେ ଟେଲିଫଟୋ ଲେନ୍ସ କ୍ୟାମେରା ଥିବା କୁହାଯାଉଥିବାବେଳେ ନଥିଙ୍ଗ୍ ଫୋନ୍ 3a ପ୍ଲସରେ ପେରିସ୍କୋପ୍ ଜୁମ୍ ଲେନ୍ସ ଥିବା କୁହାଯାଉଛି । ଯଦି ଏହି ରିପୋର୍ଟରେ ଦିଆଯାଇଥିବା ତଥ୍ୟ ସତ ହୁଏ, ତେବେ ନଥିଙ୍ଗ୍ ଫୋନ୍ 3a ସିରିଜ ଅପ୍ଟିକାଲ୍ ଜୁମ୍ ପାଇଁ ଡେଡିକେଟେଡ ସେନ୍ସର ସହିତ ଆସିଥିବା ନଥିଙ୍ଗ ଲାଇନ୍ଅପ୍ର ପ୍ରଥମ ଫୋନ ସିରିଜ ହୋଇପାରେ । ଏପର୍ଯ୍ୟନ୍ତ ନଥିଙ୍ଗ୍ ଲାଇନ୍ଅପ୍ରେ ଲଞ୍ଚ ହୋଇଥିବା ଫୋନ୍ ପଛରେ ପ୍ରଶସ୍ତ ଏବଂ ଅଲଟ୍ରାୱାଇଡ୍ କ୍ୟାମେରାର ସେଟଅପ୍ ଦେଖାଯାଇଛି । ଏହି ରିପୋର୍ଟରେ ଆହୁରି ମଧ୍ୟ ଜଣାପଡିଛି ଯେ ନଥିଙ୍ଗ ଫୋନ୍ 3a ଏବଂ ନଥିଙ୍ଗ ଫୋନ୍ 3a ପ୍ଲସ୍ ସ୍ମାର୍ଟଫୋନରେ ସ୍ନାପଡ୍ରାଗନ୍ 7s ଜେନ 3 SoC ପ୍ରୋସେସର ବ୍ୟବହାର ହେବ ।
କାହାର ଦାମ କେତେ ?
ଭାରତୀୟ ବଜାରରେ ନଥିଙ୍ଗ ଫୋନ 3ର ପ୍ରୋ ଭାରିଏଣ୍ଟର ଦାମ 55,000 ଟଙ୍କା ରହିପାରେ । ସେହିପରି ରେଗୁଲାର ଫୋନ 3ର ଦାମ 50,000 ଟଙ୍କା ରହିପାରେ ବୋଲି ଆକଳନ କରାୟାଉଛି । ଲଞ୍ଚ ଇଭେଣ୍ଟରେ ଏହାର ପ୍ରକୃତ ଦାମ କମ୍ପାନୀ ପକ୍ଷରୁ ଖୁଲାସା କରାଯିବ ।
ମିଳିପାରେ eSIM ସପୋର୍ଟ
ଏହା ବ୍ୟତୀତ କିଛି ସୂଚନା ଅନୁସାରେ ନଥିଙ୍ଗର ଆଗାମୀ ଫୋନରେ eSIM ସମର୍ଥନ ସହିତ ପ୍ରଥମ ସ୍ମାର୍ଟଫୋନ ହୋଇପାରେ । ଏପରି ପରିସ୍ଥିତିରେ ବୋଧହୁଏ ୟୁଜର ଡୁଆଲ୍ ଦୁଇଟି ଫିଜିକାଲ ନାନୋ-ସିମ୍ ବା ଡୁଆଲ ସିମ କନଫିଗିରେସନ ପାଇଁ ଗୋଟିଏ ଫିଜିକାଲ ନାନୋ ସିମ ଓ ଗୋଟିଏ ଇ-ସିମ୍ ବ୍ୟବହାର କରିବେ । ସୂଚନା ଥାଉ କି ନଥିଙ୍ଗ ବ୍ରାଣ୍ଡର ସବ-ବ୍ରାଣ୍ଡ CMFର CMF Phone 2 ମଧ୍ୟ ଲଞ୍ଚ ହୋଇପାରେ । ଏଥିରେ ଇ-ସିମ ସପୋର୍ଟ ମିଳିପାରେ ।