ହାଇଦ୍ରାବାଦ: 2032ରେ ପୃଥିବୀକୁ ଧକ୍କା ଦେବାକୁ ଥିବା ଆଷ୍ଟେରଏଡ୍ ବା ଗ୍ରହାଣୁ '2024 YR4'ର ବିପଦ ସମ୍ଭାବନା 3.1%ରୁ 1.5%କୁ ହ୍ରାସ ପାଇଛି । ଏ ନେଇ ଆମେରିକୀୟ ସ୍ପେଶ ଏଜେନ୍ସି ନାସା ସୂଚନା ଦେଇଛି । ଏହା ସେତେବେଳେ ଜଣାପଡ଼ିଲା ଯେତେବେଳେ ନୂଆ ସନ୍ଧାନ ବୈଜ୍ଞାନିକମାନଙ୍କୁ ଗ୍ରହାଣୁର ମାର୍ଗ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବାରେ ସହାୟକ ହୋଇଥିଲା ।
- ଗ୍ରହାଣୁ ଆକାର 130-330 ଫୁଟ
ଗତ ଡିସେମ୍ବରରେ ଚିହ୍ନଟ କରାଯାଇଥିବା ଆଷ୍ଟେରଏଡ୍ର ଚଉଡ଼ା 130ରୁ 330 ଫୁଟ ବା ଏକ ବିମାନ ଭଳି ବୋଲି ଅନୁମାନ କରାଯାଉଛି । କିନ୍ତୁ ଏହା ପୃଥିବୀକୁ ଧକ୍କା ଦେବାକୁ ନେଇ ପ୍ରାରମ୍ଭରୁ ଚିନ୍ତାର ବିଷୟ ପାଲଟିଥିଲା । ହେଲେ ଏବେ ଅଧିକ ତଥ୍ୟ ସଂଗ୍ରହ କରିବା ପରେ ପୃଥିବୀ ପ୍ରତି ବିପଦ ସମ୍ଭାବନା ହ୍ରାସ ପାଇବାରେ ଲାଗିଛି । ଗୋଟିଏ ପଟେ ନାସା ବିପଦ ସମ୍ଭାବନା 1.5% କହୁଥିବାବେଳେ ୟୁରୋପୀୟ ସ୍ପେଶ ଏଜେନ୍ସି (ESA) 2.8% ଅନୁମାନ କରୁଛି ।
- ତୀକ୍ଷ୍ଣ ନଜର ରଖି ନାସା
କାଲିଫର୍ଣ୍ଣିଆରେ ନାସାର ଜେଟ୍ ପ୍ରପଲସନ୍ ପ୍ରୟୋଗଶାଳା ଏହି କ୍ଷୁଦ୍ରଗ୍ରହ ଉପରେ ତୀକ୍ଷ୍ଣ ନଜର ରଖିଛି, ଯାହାକି ପ୍ରତି 4ବର୍ଷରେ ପୃଥିବୀ ନିକଟ ଦେଇ ଗତି କରିଥାଏ । ନିକଟରେ ଆସିଥିବା ତଥ୍ୟ ଅନୁସାରେ ପୃଥିବୀ ପ୍ରତି ବିପଦ ସମ୍ଭାବନା 3.1% ପ୍ରତି ବୋଲି କୁହାଯାଉଥିଲା, କିନ୍ତୁ ଏହାପରେ ପୁନଃ ବିଶ୍ଳେଷଣ କରିବା ପରେ ଏହି ସଂଖ୍ୟା ହ୍ରାସ ପାଇ ଏବେ 1.5%ରେ ପହଞ୍ଚିଛି । ନାସାର ସେଣ୍ଟର ଫର୍ ନିଅର-ଆର୍ଥ ଅବଜେକ୍ଟ ଷ୍ଟଡିଜ୍ ଏହି ଆଷ୍ଟେରଏଡ ଉପରେ ନଜର ରଖିବା ଜାରି ରଖିବ । ଏବେ ଅଧିକ ଗବେଷଣା ପରେ ଏହାର ବିପଦ ସମ୍ଭାବନା ପୁଣି ବଦଳିପାରେ ।
- ପୃଥିବୀକୁ ଧକ୍କା ଦେଲେ କଣ ହେବ ?