ଓଡିଶା

odisha

ETV Bharat / technology

ବିମାନ ଯାତ୍ରୀ ସାବଧାନ ! ନକଲି Lounge Pass App ନାଁରେ 450ଜଣଙ୍କଠୁ ଲୁଟ୍‌

ବିମାନବନ୍ଦରରେ ଶସ୍ତାରେ ଲାଉଞ୍ଜର ଆନନ୍ଦ ନେବା ପଡ଼ିପାରେ ଭାରି । Lounge Pass App ଡାଉନଲୋଡ କରିଥିବା ବ୍ୟକ୍ତିଙ୍କଠୁ ହେଉଛି ଲୁଟ୍‌ । ଜାଣନ୍ତୁ କେମିତି ହେଉଛି ଠକେଇ

Representative Image
Representative Image (ANI Photo)

By ETV Bharat Tech Team

Published : 5 hours ago

ହାଇଦ୍ରାବାଦ: ଯଦି ଆପଣ ବିମାନରେ ଯାତ୍ରା କରୁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ । ଅନେକ ଯାତ୍ରୀ ବିମାନବନ୍ଦରରେ ଶସ୍ତାରେ ଲାଉଞ୍ଜର ଆନନ୍ଦ ନେବାକୁ ଚାହାନ୍ତି । କିନ୍ତୁ ଏଥିଲାଗି ପାସ୍‌ର ଆବଶ୍ୟକତା ରହିଥାଏ । ଅନେକ ଏହି ପ୍ରକ୍ରିୟା ସମ୍ପର୍କରେ ଅଜ୍ଞ ଥିବାରୁ ଏହାର ଫାଇଦା ଉଠାଇଛନ୍ତି ଠକ ଗୋଷ୍ଠୀ । ନକଲି ଲାଉଞ୍ଜ ପାସ୍‌ ଆପ (Lounge Pass App) ମାଧ୍ୟମରେ ପ୍ରାୟ 450 ଲୋକଙ୍କଠାରୁ 9ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏହି ଆପ୍‌ଟି ଡାଉନଲୋଜ କରିବା ମାତ୍ରେ ଉକ୍ତ ମୋବାଇଲରୁ ସମସ୍ତ SMS ଓ OTP ଆକ୍ସେସ ଠକ ନିକଟକୁ ଚାଲି ଯାଇଥାଏ ।

ଏହି ଠକଙ୍କ ପତ୍ତା ଲଗାଇବା ଲାଗି ଏକ ରିସର୍ଚ୍ଚ ଟିମ ଓପନ ସୋର୍ସ ଇଣ୍ଟେଲିଜେନ୍ସ (OSINT) ତଦନ୍ତ ଆରମ୍ଭ କରିଛି । ଏହା ମାଧ୍ୟମରେ ଠକଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚାଲିଥିବା ବେଳେ ଏଥିରେ ଅନେକ ଫେକ୍‌ ୱେବସାଇଟ କାମ କରୁଥିବା ଜଣାପଡ଼ିଛି । ଟିମର କହିବାନୁସାରେ ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମଧ୍ୟରେ ପ୍ରାୟ 450 ବିମାନ ଯାତ୍ରୀ ଏହି ଠକେଇର ଶିକାର ହୋଇଛନ୍ତି । ଏମାନେ ଏହି ନକଲି ଆପ୍‌ ଡାଉନଲୋଡ କରିବା ପରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଛି ।

ଏହା ବି ପଢନ୍ତୁ
  1. ଦେଶରେ ପ୍ରଥମ ଥର ଦୌଡ଼ିବ ଏୟାର ଟ୍ରେନ; ଫ୍ରିରେ ଯାତ୍ରା କରିବେ ଯାତ୍ରୀ - Indias first air train
  2. ଜମାରୁ ଦିଅନ୍ତୁନି OTP, ଚଳୁ ହୋଇଯିବ ଟଙ୍କା; ସତର୍କ କଲେ ସରକାର
  3. ଅନଲାଇନ ସପିଂ ପୂର୍ବରୁ ସତର୍କ ହୁଅନ୍ତୁ; ସାଇବର ଠକଙ୍କ ଜାଲରେ ପଡ଼ିବାରୁ ବର୍ତ୍ତନ୍ତୁ
  4. ହ୍ବାଟ୍ସଆପରେ ଭୁଲରେ ବି କରନ୍ତୁନି ଏହି 3 ମେସେଜର ରିପ୍ଲାଏ; ଆକାଉଣ୍ଟ ହୋଇଯିବ ଖାଲି

କେମିତି ହେଉଛି ଠକେଇ ?

ଅନୁସନ୍ଧାନକାରୀ ସଂସ୍ଥା ଅନୁଯାୟୀ କିଛି ଠକ ଏଭଳି ନକଲି ଆପ୍ ବିକଶିତ କରିଛନ୍ତି । ଏମାନେ ଅନଲାଇନରେ ତଥ୍ୟ ସଂଗ୍ରହ କରନ୍ତି ଏବଂ ନିଜ ଆପ୍ ଡାଉନଲୋଡ୍ କରିବାକୁ ଲୋକଙ୍କୁ ବାର୍ତ୍ତା ପଠାନ୍ତି । ଯେତେବେଳେ ଲୋକମାନେ ଏହି ଆପ୍ ଡାଉନଲୋଡ୍ କରନ୍ତି, ଆପ୍ ସେମାନଙ୍କ SMS ବିଷୟରେ ସୂଚନା ପାଇବାକୁ ଅନୁମତି ମାଗିଥାଏ । ଆଉ ଯେତେବେଳେ ଅନୁମତି ଦିଆଯାଏ ଆପ୍ ଫୋନରେ ଆସୁଥିବା ସମସ୍ତ ମେସେଜ ପଢିପାରେ ।

Appକୁ ମିଳିଯାଏ ଫୋନକୁ ଆସୁଥିବା OTP:-

ନକଲି ଆପ ଡାଉନଲୋଡ ହୋଇଥିବା ମୋବାଇଲରେ ଯାହା ବି ମେସେଜ ଆସିଥାଏ ତାହାକୁ ଠକମାନେ ପଢିପାରନ୍ତି । ଫଳରେ ସେମାନେ ସହଜରେ OTP ଓ ବ୍ୟାଙ୍କ ମେସେଜ ପଢିପାରନ୍ତି । ବ୍ୟାଙ୍କ ଡିଟେଲ ପାଇବା ପରେ ସେମାନଙ୍କ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିନିଅନ୍ତି । ଯେତେବେଳେ ଠକେଇ ସମ୍ପର୍କରେ ଲୋକ ଜାଣନ୍ତି, ସେତେବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମୋଟା ଅଙ୍କର ପଇସା ଉଡ଼ିଯାଇଥାଏ ।

Lounge Pass Scamରୁ କିପରି ବର୍ତ୍ତିବେ ?

ଏଭଳି ଠକେଇରୁ ବର୍ତ୍ତିବା ଲାଗି ରିସର୍ଚ୍ଚ ଟିମ କିଛି ଟିପ୍ସ ସେୟାର କରିଛି । ଯାହାକୁ ଅନୁସରଣ କଲେ ଆପଣ ନିଜ କଷ୍ଟ ଅର୍ଜିତ ଧନକୁ ସୁରକ୍ଷିତ କରିପାରିବେ ।

  • କେବଳ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋର୍ ପରି ବିଶ୍ବସ୍ତ ଉତ୍ସରୁ ଲାଉଞ୍ଜ ଆକ୍ସେସ ଆପ୍ ଡାଉନଲୋଡ୍ କରନ୍ତୁ ।
  • ଆପ୍ ପ୍ରକାଶକଙ୍କ ନାମ ଅଫିସିଆଲ୍ କମ୍ପାନୀ ସହିତ ମେଳ ଖାଉଛି କି ନାହିଁ ଏବଂ ବ୍ୟବହାରକାରୀଙ୍କ ମତାମତ ଯାଞ୍ଚ କରନ୍ତୁ ।
  • ବିମାନ ବନ୍ଦରରେ ଯେକୌଣସି QR କୋଡ୍ ସ୍କାନ କରିବାଠାରୁ ଦୂରେଇ ରୁହନ୍ତୁ । ବିମାନବନ୍ଦର କିମ୍ବା ଲାଉଞ୍ଜ କର୍ମଚାରୀଙ୍କ ସହିତ ବୈଧତା ନିଶ୍ଚିତ କରନ୍ତୁ ।
  • ସିଧାସଳଖ APK ଲିଙ୍କ ମାଧ୍ୟମରେ ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ ।
  • ଲାଉଞ୍ଜ କିମ୍ବା ଟ୍ରାଭେଲ୍ ଆପ୍ ପାଇଁ SMS ଅନୁମତି ଦିଅନ୍ତୁ ନାହିଁ; ବୈଧ ଆପଗୁଡିକ SMS କେବେ ବି ମାଗେ ନାହିଁ ।
  • ଆପଣଙ୍କ ବ୍ୟାଙ୍କ, କ୍ରେଡିଟ କାର୍ଡ ବେନିଫିଟ କିମ୍ବା ବିଶ୍ବସ୍ତ ପାର୍ଟନର ପରି ଅଫିସିଆଲ୍ ଚ୍ୟାନେଲ ମାଧ୍ୟମରେ ଲାଉଞ୍ଜ୍ ଆକ୍ସେସ ନିଅନ୍ତୁ ।
  • ଭ୍ରମଣ ସମୟରେ ନିୟମିତ ଭାବରେ ଆପଣଙ୍କର ଆକାଉଣ୍ଟଗୁଡିକ ଉପରେ ନଜର ରଖନ୍ତୁ ଏବଂ କାରବାର ପାଇଁ ବ୍ୟାଙ୍କିଙ୍ଗ ଆଲର୍ଟକୁ ଅନୁସରଣ କରନ୍ତୁ ।
  • ଯଦି ଆପଣ କୌଣସି ସନ୍ଦେହଜନକ ଲାଉଞ୍ଜ ଆପ୍‌ ଡାଉନଲୋଡ କରିଛନ୍ତି, ତେବେ ତୁରନ୍ତ ଏହାକୁ ବ୍ଲକ କରନ୍ତୁ ।

ABOUT THE AUTHOR

...view details