ETV Bharat / entertainment

'ସିଙ୍ଘମ ଏଗେନ ବନାମ ଭୁଲ ଭୁଲେୟା 3'; ଆଡଭାନ୍ସ ବୁକିଂରେ କାର୍ତ୍ତିକଙ୍କୁ ପଛରେ ପକାଇଲେ ଅଜୟ

ଦିୱାଲିରେ ରିଲିଜ ହେବ 'ସିଙ୍ଘମ ଏଗେନ-ଭୁଲ ଭୁଲେୟା 3' । ଏହି ଫିଲ୍ମ ମଧ୍ୟରେ କଡ଼ା ଟକ୍କର ହେବାକୁ ଥିବାବେଳେ ବର୍ତ୍ତମାନ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । କିଏ କେତେ ବୁକିଂ କଲାଣି?

Singham Again Vs Bhool Bhulaiyaa 3
Singham Again Vs Bhool Bhulaiyaa 3 (Film Posters)
author img

By ETV Bharat Entertainment Team

Published : 3 hours ago

ହାଇଦ୍ରାବାଦ: ଅଜୟ ଦେବଗନଙ୍କ ଫିଲ୍ମ 'ସିଙ୍ଘମ ଏଗେନ' ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ଭୁଲ ଭୁଲେୟା 3' ମଧ୍ୟରେ ଦିୱାଲୀରେ ଧମାକା କରିବାକୁ ପ୍ରସ୍ତୁତ । ନଭେମ୍ୱର 1ରେ ପରଦାକୁ ଆସିବ ଏହି ଦୁଇ ଫିଲ୍ମ । ଏଥର ବକ୍ସ ଅଫିସରେ ଉଭୟ ଫିଲ୍ମକୁ ନେଇ କଡା ଟକ୍କର ହେବାକୁ ଥିବା ବେଳେ ବର୍ତ୍ତମାନ ଉଭୟ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ଏପରି ସମୟରେ ଆଡଭାନ୍ସ ବୁକିଂରେ ଅଜୟ ଦେବଗନଙ୍କ ପୋଲିସ୍ ଥ୍ରୀଲର ଫିଲ୍ମ କାର୍ତ୍ତିକ ଆର୍ଯ୍ୟନଙ୍କ ହରର କମେଡି ପଛରେ ପକାଇଛି ।

ଆଡଭାନ୍ସ ବୁକିଂରେ ଆଗରେ 'ସିଙ୍ଘମ ଏଗେନ'

ରିପୋର୍ଟ ଅନୁଯାୟୀ, ବିଶେଷ କରି ୟୁଏଇ ବଜାରରେ ଆଡଭାନ୍ସ ବୁକିଂରେ 'ସିଙ୍ଘମ ଏଗେନ' 'ଭୁଲ ଭୁଲେୟା 3' କୁ ଅତିକ୍ରମ କରିଛି । ପୋଲିସ୍ ଡ୍ରାମା ଫିଲ୍ମ 'ସିଙ୍ଘମ ଏଗେନ' VOX ସିନେମାରେ 64 ଟି ଶୋ’ ପାଇଁ ଆଡଭାନ୍ସ ବୁକିଂରେ 505 ଟି ଟିକେଟ୍ ବିକ୍ରି କରି ପ୍ରାୟ 6.6 ଲକ୍ଷ ଟଙ୍କା କଲେକ୍ସନ କରିସାରିଛି । ଯାହା ଭୁଲ ଭୁଲେୟା 3 ତୁଳନାରେ ପ୍ରାୟ 84% ବୃଦ୍ଧି କରିଛି । ସେହିପରି 'ଭୁଲ ଭୁଲେୟା 3' କେବଳ 269 ଟିକେଟ୍ ବିକ୍ରି କରି ପ୍ରାୟ 3.59 ଲକ୍ଷ ଟଙ୍କା ରୋଜଗାର କରିଛି । ତେବେ ବର୍ତ୍ତମାନ ବକ୍ସ ଅଫିସରେ କିଏ ବାଜି ମାରୁଛି ତାକୁ ଦେଖିବାକୁ ବାକି ରହିଲା ।

ଏହା ମଧ୍ୟ ପଢନ୍ତୁ: 'ଆମି ଯେ ତୋମାର' ଗୀତ ପରଫର୍ମ ସମୟରେ ପଡିଗଲେ ବିଦ୍ୟା, ସମ୍ଭାଳିଲେ ଏମିତି, ଫିଦା ହେଲେ ଫ୍ୟାନ୍ସ

'ଭୁଲ ଭୁଲେୟା 3' ବିଷୟରେ କହିବାକୁ ଗଲେ, କାର୍ତ୍ତିକଙ୍କ ସହ ଏହି ଫିଲ୍ମରେ ତ୍ରିପ୍ତି ଡିମ୍ରୀ ଏବଂ ବିଦ୍ୟା ବାଲାନ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଟି-ସିରିଜ୍ ଫିଲ୍ମସ୍ ଏବଂ ସିନେ 1 ଷ୍ଟୁଡିଓ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ଆନିସ୍ ବାଜମି ନିର୍ଦ୍ଦେଶନା ଦେଇଛନ୍ତି । କହିରଖୁଛୁ କି, ବିଦ୍ୟା ବାଲାନ ପ୍ରଥମ ଭାଗରେ ନଜର ଆସିଥିବା ବେଳେ ପୁଣି ତୃତୀୟ ଭାଗରେ ଲୋକଙ୍କୁ ଡରାଇବାକୁ ପ୍ରସ୍ତୁତ ରହିଛନ୍ତି । 'ଭୁଲ ଭୁଲେୟା' ପ୍ରାଞ୍ଚାଇଜର ପ୍ରଥମ ଭାଗ ପ୍ରିୟଦର୍ଶନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା, ଯେଉଁଥିରେ ବିଦ୍ୟାଙ୍କ ସହିତ ଅକ୍ଷୟ କୁମାର ଅଭିନୟ କରିଥିଲେ । ଦ୍ୱିତୀୟ ଭାଗରେ କାର୍ତ୍ତିକ, ତବୁ ଏବଂ କିଆରା ଆଡଭାନୀଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ତୃତୀୟ ଭାଗ ବା ଏହି ହିଟ୍ ଫ୍ରାଞ୍ଚାଇଜ ଫିଲ୍ମରେ କାର୍ତ୍ତିକ, ତିପ୍ତୀ ଏବଂ ବିଦ୍ୟା ବାଲାନ ଅଭିନୟ କରିଛନ୍ତି । ଏଥିସହ ଏଥିରେ ମାଧୁରୀ ଦୀକ୍ଷିତ ମଧ୍ୟ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: 'ସିଙ୍ଘମ ଏଗେନ'ରେ ସଲମାନଙ୍କ ଏଣ୍ଟ୍ରି, 5ବର୍ଷ ପରେ ଚୁଲବୁଲ ପାଣ୍ଡେ ଭାବେ ପୁଣି ଦେଖାଇବେ ଜଲୱା

'ସିଙ୍ଘମ ଏଗେନ' ବିଷୟରେ କହିବାକୁ ଗଲେ, ଏହା ଏକ ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ଅଟେ । ଏଥିରେ ଅଜୟ ଦେବଗନଙ୍କ ସହ ରଣଭୀର ସିଂ, ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ଅକ୍ଷୟ କୁମାର, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ଏଥିସହ ଏଥିରେ ସଲମାନ ଖାନଙ୍କୁ ଚୁଲବୁଲ ପାଣ୍ଡେ ଭୂମିକାରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.