ETV Bharat / state

ସମସ୍ୟାରେ ଜର୍ଜରିତ ମହାଲିକପଡା: ପହଞ୍ଚିପାରୁନି ବିକାଶ ଗାଡି, ଅଭିଶପ୍ତ ଜୀବନ ଜୀଉଁଛନ୍ତି ଲୋକେ

ବୌଦ୍ଧର ମହାଲିକପଡା ପଞ୍ଚାୟତରେ ଦୂର ହେଉନି ରାସ୍ତା, ପାନୀୟ ଜଳ ଓ ସ୍ବାସ୍ଥ୍ୟ ସମସ୍ୟା । ପହଞ୍ଚି ପାରୁନି ସରକାରଙ୍କ ବିକାଶ ଗାଡି ।

mahalikapada panchayat
mahalikapada panchayat (ETV BHARAT ODISHA)
author img

By ETV Bharat Odisha Team

Published : 3 hours ago

ବୌଦ୍ଧ: ସରକାରୀ ଯୋଜନାରୁ ବହୁ ଦୂରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ପଞ୍ଚାୟତ ମହାଲିକପଡା । ଏହି ଗ୍ରାମରେ ସରକାରୀ ଯୋଜନା ପହଞ୍ଚିବା ଯେମିତି ସାତ ସପନ ପାଲଟିଛି । ବଣ ଜଙ୍ଗଲ ଘେରା ଅଞ୍ଚଳ ସହିତ ସାତକୋଶିଆ ଅଭୟାରଣ୍ୟର ସୀମାନ୍ତରେ ଥିବା ମହାଲିକପଡା ପଞ୍ଚାୟତର ଅଧିବାସୀ ଅଭିଶପ୍ତ ଜୀବନ ବିତାଉଛନ୍ତି । ପଞ୍ଚାୟତରେ ରାସ୍ତା ଠାରୁ ଆରମ୍ଭ କରି, ପାନୀୟ ଜଳ ଓ ସ୍ବାସ୍ଥ୍ୟ ସେବା ପର୍ଯ୍ୟନ୍ତ ରହିଛି ଅନେକ ସମସ୍ୟା । କିନ୍ତୁ ସରକାରଙ୍କ ଦୃଷ୍ଟି ଏହି ପଞ୍ଚାୟତରେ ପଡୁନାହିଁ ।

ରାସ୍ତା ସମସ୍ୟା:

ସମସ୍ୟାରେ ଜର୍ଜରିତ ମହାଲିକପଡା (ETV BHARAT ODISHA)

ଗାଁ ଗାଁକୁ ପକ୍କା ରାସ୍ତା ନେଇ ସରକାରଙ୍କ ଅନେକ ଯୋଜନା । କିନ୍ତୁ ଏହି ଗାଁକୁ ଭଲ ରାସ୍ତାଟିଏ ନାହିଁ । ଫଳରେ ଯାତାୟତ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି ଲୋକେ । କୁଶଙ୍ଗ ଠାରୁ ବାଣୀଗୋଚ୍ଛାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଦୀର୍ଘ ବର୍ଷ ହେଲା ରାସ୍ତାରେ ମାଟି ମୁଠାଏ ପଡିନଥିବାରୁ ତାହା ଅତ୍ୟନ୍ତ ବିପଦଶଙ୍କୁଳ ହୋଇପଡିଛି । ଏହାଛଡା ପଞ୍ଚାୟତର ଅଧିକାଂଶ ରାସ୍ତାର ଅବସ୍ଥା ଭଲ ନଥିବାରୁ ଆମ୍ବୁଲାନ୍ସ ସେବା ମଧ୍ୟ ପହଞ୍ଚି ପାରୁନି ରୋଗୀଙ୍କ ପାଖରେ ।

mahalikapada panchayat
mahalikapada panchayat (ETV BHARAT ODISHA)

ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ:

ମହାଲିକପଡା ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ଯଦି କାହାର ଦେହ ଖରାପ ହୁଏ ହସ୍ପିଟାଲ ନୁହଁ ବରଂ ଲୋକେ ଗୁଣିଗାରେଡି, ତନ୍ତ୍ର ମନ୍ତ୍ର ଉପରେ ବିଶ୍ବାସ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଲୋକେ କହୁଛନ୍ତି । ଏମିତିକି ରାସ୍ତା ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ସେବା ମଧ୍ୟ ପହଞ୍ଚି ପାରୁନି ।

ଏହା ମଧ୍ୟ ପଢନ୍ତୁ-ବିକାଶ ଅପେକ୍ଷାରେ 12ବର୍ଷ: ଆଦର୍ଶ ଗ୍ରାମକୁ ଭୁଲିଗଲେ ସରକାର, ନାହିଁ ନାହିଁରେ ପାହାଡ ଉପରେ କଟୁଛି ଜୀବନ

ଏହା ମଧ୍ୟ ପଢନ୍ତୁ-ନଜର ଆଢୁଆଳରେ ଜୋକୁବୁ ଗାଁ: ଜଙ୍ଗଲ ଭେଦି ପହଞ୍ଚି ପାରୁନି ବିକାଶ, ବାଟ ଓଗାଳୁଛି କଟକଣା

ପାନୀୟ ଜଳ ସମସ୍ୟା:

ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ମଧ୍ୟ ରହିଛି । ବିଶୁଦ୍ଧ ପାଣି ଟିକିଏ ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ଡହଳବିକଳ ହେବାକୁ ପଡେ । ଏଠାରେ ସରକାରଙ୍କ ପାନୀୟଜଳ ଯୋଜନା ଓ ଜଳସେଚନ ବ୍ୟବସ୍ଥା ଆଦୌ ନାହିଁ କହିଲେ ଚଳେ । ସ୍ଥାନୀୟ ଲୋକେ ନଳକୂପ, କୂପ ନଚେତ ଦୂଷିତ ପାଣି ବ୍ୟବହାର କରି କିଡନୀ ରୋଗ ଭଳି ବିଭିନ୍ନ ମାରାତ୍ମକ ରୋଗରେ ପଡୁଥିବା ଅଭିଯୋଗ ହୋଇଛି ।

ଇଣ୍ଟରନେଟ କିମ୍ବା ମୋବାଇଲ ସେବା ଅପହଞ୍ଚ:

ସବୁଠାରୁ ଆଶ୍ଚର୍ଯ୍ୟର କଥା ବୌଦ୍ଧ ଜିଲ୍ଲାର ମହାଲିକପଡା ଏଭଳି ଏକ ପଞ୍ଚାୟତ ଯେଉଁଠି ଆଜି ପର୍ଯ୍ୟନ୍ତ ଇଣ୍ଟରନେଟ ସେବା କିମ୍ବା ମୋବାଇଲ ସେବା ପହଞ୍ଚି ପାରିନାହିଁ । ଫଳରେ ଏହି ପଞ୍ଚାୟତର କୌଣସି ସରକାରୀ କିମ୍ବା ବେସରକାରୀ କାର୍ଯ୍ୟ ପାଇଁ କମ୍ପ୍ୟୁଟର ଆଦୌ ନାହିଁ । ମୋବାଇଲ ନେଟୱର୍କ ନଥିବାରୁ ଏଠାରେ ମୋବାଇଲ ବ୍ୟବହାର ଏକ ପ୍ରକାର ନାହିଁ କହିଲେ ଚଳେ । ଏଭଳି ସ୍ଥିତିରେ ରାସନ,ସାମାଜିକ ସୁରକ୍ଷା, ରାଜସ୍ବ, ଶିକ୍ଷା,ସରକାରୀ ଯୋଜନା ଭଳି ସମସ୍ତ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ହୋଇପାରୁ ନାହିଁ । ଏନେଇ ଖୋଦ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗଭୀର ଉଦବେଗ ପ୍ରକାଶ କରିବା ସହିତ ଏ ସମ୍ପର୍କରେ ବାରମ୍ବାର ଦାବି କରାଯାଉଥିବା କହିଛନ୍ତି । ସେପଟେ ସମସ୍ୟାର ଲମ୍ବା ତାଲିକା ରହିଥିବା ବେଳେ ସାଧାରଣ ଲୋକେ ଓଡ଼ିଶାର ନୂତନ ମୋହନ ମାଝୀ ସରକାରଙ୍କୁ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

କୋଟିଆର 13 ଗାଁକୁ ଆଡ ଆଖିରେ ଚାହୁଁ ନାହାନ୍ତି ସରକାର !

ଯୋଜନାଠୁ ଦୂରରେ ଆମ୍ବଝରି, ଯୋଜନା ମାଳମାଳ କାମରେ ବିଫଳ

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.