ହାଇଦ୍ରାବାଦ: ରିଲାଏନ୍ସ ଜିଓ ପ୍ରାୟ ସମୟରେ କୌଣସି ଜିନିଷ କିମ୍ବା ପ୍ଲାଟଫର୍ମକୁ ଲଞ୍ଚ କରିଥାଏ । ତେବେ ବର୍ତ୍ତମାନ ଏଆଇ ପ୍ଲାଟଫର୍ମ ଲଞ୍ଚ କରିଛି । ଏହାର ନାମ ଜିଓ ବ୍ରେନ ରଖାଯାଇଛି । କମ୍ପାନୀର କହିବା ମୁତାବକ, "ଏହା ଏକ ନୂଆ 5ଜି ଇଣ୍ଟିଗ୍ରେଟେଡ ମେସିନ ଲର୍ଣ୍ଣିଂ ପ୍ଲାଟଫର୍ମ ଅଟେ । ଯାହାର ନାମ ଜିଓ ବ୍ରେନ ଅଟେ । ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ କାର୍ଯ୍ୟ କରିଥାଏ ।" ତେବେ ଜିଓର ଏହି ନୂଆ ପ୍ଲାଟଫର୍ମ କେବଳ ଜିଓରେ ନୁହେଁ ବରଂ ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ନେଟୱାର୍କ ପରି ଅନ୍ୟ ନେଟୱାର୍କରେ ମଧ୍ୟ କାର୍ଯ୍ୟ କରିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ଜିଓ ବ୍ରେନ କଣ:କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଜିଓର ଏହି ସର୍ଭିସ କେବଳ ଟେଲକମ୍ ନେଟଓ୍ବର୍କ ନୁହେଁ ବରଂ କୌଣସି ପ୍ରକାରର ଏଣ୍ଟରପ୍ରାଇଜ ନେଟଓ୍ବର୍କ ବା ଆଇଟି ନେଟଓ୍ବର୍କ ମଧ୍ୟ କାର୍ଯ୍ୟ କରିପାରିବ । ଏହାର ଅର୍ଥ ଜିଓର ନେଟଓ୍ବର୍କ ଯେକୌଣସି ନେଟଓ୍ବର୍କ ସହ ସଂଯୋଗ ହୋଇ କାର୍ଯ୍ୟ କରିପାରିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୁକ୍ତ ଏହି ପ୍ଲାଟଫର୍ମ ତିଆରି କରିବା ପାଇଁ ହଜାର ହଜାର ଇଞ୍ଜିନିୟର ଗତ 2 ବର୍ଷ ଧରି ଉଦ୍ୟମ କରିଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ।