ଓଡିଶା

odisha

ETV Bharat / technology

ଆଜି INSAT- 3DS ଲଞ୍ଚ କରିବ ଇସ୍ରୋ, ପ୍ରାକୃତିକ ବିପର୍ଯ୍ୟୟ ଓ ପାଣିପାଗ ନେଇ ମିଳିବ ସୂଚନା - Weather Monitoring satellite

ISRO to Lunch INSAT-3DS: ଇସ୍ରୋ ଆଜି ପାଣିପାଗ ସମ୍ବନ୍ଧୀୟ ସାଟେଲାଇଟ INSAT- 3DS ଲଞ୍ଚ କରିବାକୁ ଯାଉଛି । ପାଣିପାଗ ସମ୍ୱନ୍ଧରେ ମିଳିବ ଉନ୍ନତ ତଥ୍ୟ । ଅଧିକ ପଢନ୍ତୁ

ISRO to Lunch INSAT-3DS
ଆଜି INSAT- 3DS ଲଞ୍ଚ କରିବ ଇସ୍ରୋ

By ETV Bharat Odisha Team

Published : Feb 17, 2024, 10:43 AM IST

ହାଇଦ୍ରାବାଦ:ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଜି (ଶନିବାର) ପାଣିପାଗ ସମ୍ବନ୍ଧୀୟ ସାଟେଲାଇଟ ଇନସାଟ-3ଡିଏସ (INSAT-3DS) ଲଞ୍ଚ କରିବାକୁ ଯାଉଛି । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ୱନ ସ୍ପେସ ସେଣ୍ଟରରୁ ଆଜି ସନ୍ଧ୍ୟା 5.35 ସୁଦ୍ଧା GSLV F14 ସ୍ପେଶକ୍ରାପ୍ଟ ସାହାଯ୍ୟରେ ଏହି ସାଟେଲାଇଟକୁ ଉତକ୍ଷେପଣ କରାଯିବ । ଏହି ଉପଗ୍ରହ ଉନ୍ନତ ପାଣିପାଗର ପୂର୍ବାନୁମାନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧୀୟ ଚେତାବନୀ ଯୋଗାଇବାରେ ସାହାଯ୍ଯ କରିବ ।

INSAT-3DS ସାଟେଲାଇଟ ହେଉଛି ଜିଓ ଷ୍ଟେସନାରୀ କକ୍ଷପଥରେ ସ୍ଥାପିତ ହେବାକୁ ଥିବା ତୃତୀୟ ପିଢିର ପାଣିପାଗ ଅନୁସନ୍ଧାନକାରୀ ମିଶନ। ଏହା ଭୂବିଜ୍ଞାନ ମନ୍ତ୍ରାଳୟ ଦ୍ବାରା ଅନୁଦାନ ପ୍ରାପ୍ତ ହୋଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏହାପୂର୍ବରୁ 2016 ମସିହା ସେପ୍ଟେମ୍ବର 8ତାରିଖରେ ଏହି ସାଟେଲାଇଟର ଶେଷ ସିରିଜ ଲଞ୍ଚ କରାଯାଇଥିଲା । ତେବେ 2024ରେ ଇସ୍ରୋର ଏହା ଦ୍ୱିତୀୟ ମିଶନ ଅଟେ । ଏହି ସାଟେଲାଇନ ଓଜନ 2ହଜାର 274 କେଜି ଅଟେ ।

INSAT-3DS କ'ଣ: INSAT-3DS ପାଣିପାଗ ସମ୍ୱନ୍ଧୀୟ ଏକ ସାଟେଲାଇଟ ଅଟେ । ଯାହା ଉତକ୍ଷେପଣ ପରେ ଭୂବିଜ୍ଞାନ ମନ୍ତ୍ରାଳୟ ସମେତ ବିଭିନ୍ନ ବିଭାଗ ଯଥା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି), ଜାତୀୟ ସମୁଦ୍ର ପ୍ରାଦୌଗିକୀ ସଂସ୍ଥା (ଏନଆଇଓଟି), ଜାତୀୟ ମଧ୍ୟମ ଅବଧି ପାଣିପାଗ ପୂର୍ବାନୁମାନ କେନ୍ଦ୍ର ଓ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରକୁ ସେବା ଯୋଗାଇବ । ଏହି ସାଟେଲାଇଟରେ ଯିବାକୁ ଥିବା ରକେଟରେ ଇମେଜ ପେଲୋଡ, ସାଉଣ୍ଡର ପେଲୋଡ୍, ଡାଟା ରିଲେ ଟ୍ରାନ୍ସପୋଣ୍ଡର ଓ ସାଟେଲାଇଟ ଏଡେଡ୍ ସର୍ଚ୍ଚ ଆଣ୍ଡ୍ ରେସ୍କ୍ୟୁ ଟ୍ରାନ୍ସପୋଣ୍ଡର ପଠାଯିବ । ଏହାର ବ୍ୟବହାର କୁହୁଡି, ବାଦଲ, ବର୍ଷା, ବରଫ, ଧୂଆ, ନିଆଁ, ମାଟି, ସମୁଦ୍ର ଉପରେ ଅଧ୍ୟୟନ କାମରେ ଆସିବ ।

INSAT-3DSରେ ଡାଟା ରିଲେ ଟ୍ରାନ୍ସପୋଣ୍ଡର(DRT) ଭଳି ଅତ୍ୟାବଶ୍ୟକ ସଞ୍ଚାର ପୋଲାଡ ସୁବିଧା ରହିଛି । ଏହି ଉପକରଣ ସ୍ବୟଂ ଚାଳିତ ତଥ୍ୟ ସଂଗ୍ରହ ପ୍ଲାଟଫର୍ମ ଏବଂ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ରରୁ ତଥ୍ୟ ଗ୍ରହଣ କରିଥାଏ । ଯାହାଦ୍ବାରା ପାଣିପାଗର ପୂର୍ବାନୁମାନ କରିବାର କ୍ଷମତା ବୃଦ୍ଧି ପାଇବ । SAS ଏବଂ R ଟ୍ରାନ୍ସପୋଣ୍ଡର ଏହି ସାଟେଲାଇଟର ମୁଖ୍ୟ ଉପଦାନ ଅଟେ । ଇସ୍ରୋ ଏସଏସଏଲଭି ବ୍ୟତୀତ ପିଏସଏଲଭିକୁ ମଧ୍ୟ ଲଞ୍ଚ କରିବା ନେଇ ଆଶା କରାଯାଉଛି । ଯାହା ଇଣ୍ଡଷ୍ଟ୍ରି କୋନସୋଷ୍ଟିୟମ ଦ୍ବାରା ବିକଶିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଜଳବାୟୁ ପରିବର୍ତ୍ତ ଉପରେ ରଖାଯିବ ଲକ୍ଷ୍ୟ, ଫେବୃଆରୀରେ ଲଞ୍ଚ ହେବ INSAT-3DS

ସାଟେଲାଇଟ ପେଲୋଡରେ ରହିଛି 6 ଚ୍ୟାନେଲ ଇମେଜର: INSAT-3DS ପୋଲେଡ ଏବଂ ସଞ୍ଚାର ସୁବିଧା ଦ୍ବାରା ବିପର୍ଯ୍ୟୟ ଚେତାବନୀ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବ । ଏହି ସାଟେଲାଇଟରେ 6 ଚ୍ୟାନେଲ ଇମେଜର, 19 ଚ୍ୟାନେଲ୍ ସାଉଣ୍ଡର, 19 ଚ୍ୟାନେଲ୍ ସାଉଣ୍ଡର୍, ସାଟେଲାଇଟ ଏଡେଡ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଟ୍ରାନ୍ସପୋଣ୍ଡର ସାହାଯ୍ୟ ନେଇ ଏହି ସାଟେଲାଇଟ ତଥ୍ୟ ପ୍ରଦାନ କରିବ ।

ବିପର୍ଯ୍ୟୟ ନେଇ ଦେବ ଚେତାବନୀ: ଏନେଇ ଅନ୍ତରୀକ୍ଷ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, "ପାଣିପାଗର ପୂର୍ବାନୁମାନ, ବିପର୍ଯ୍ୟର ଚେତାବନୀ ବା ପୂର୍ବାନୁମାନ କରିବା ପାଇଁ ଏହାକୁ ଡିଜାଇନ କରାଯାଇଛି । ଏହା ଉଭୟ ସ୍ଥଳ ଏବଂ ସମୁଦ୍ର ପୃଷ୍ଠଭୂମି ଉପରେ ନଜର ରଖିବ ।"

ଏହା ମଧ୍ଯ ପଢ଼ନ୍ତୁ: 17ରେ ଶ୍ରୀହରିକୋଟାରୁ ଛଡ଼ାଯିବ INSAT-3DS ସାଟେଲାଇଟ୍

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details