ଓଡିଶା

odisha

ETV Bharat / technology

Proba-3 Mission: କାଉଣ୍ଟଡାଉନ ଆରମ୍ଭ, କେଉଁଠୁ ଓ କେତେବେଳେ ଦେଖିବେ ISRO ଲଞ୍ଚ୍‌

ବିଶ୍ବର ପ୍ରଥମ 'ପ୍ରିସିସନ୍‌ ଫର୍ମେସନ୍‌ ଫ୍ଲାଇଙ୍ଗ' ସାଟେଲାଇଟ୍‌ ଲଞ୍ଚ କରିବାକୁ ଯାଉଛି ଇସ୍ରୋ । ୟୁରୋପର ସୂର୍ଯ୍ୟ ମିଶନ ପ୍ରୋବା-3କୁ ଆଜି ଇସ୍ରୋ PSLVରୁ ଲଞ୍ଚ କରାଯିବ । ଅଧିକ ପଢନ୍ତୁ

ISRO to launch Proba 3 Satellites Today
ISRO to launch Proba 3 Satellites Today (ETV Bharat)

By ETV Bharat Tech Team

Published : 19 hours ago

ହାଇଦ୍ରାବାଦ: ଇତିହାସ ରଚିବାକୁ ଯାଉଛି ଭାରତୀୟ ଗବେଷଣା ସଂସ୍ଥା (ଇସ୍ରୋ) । ୟୁରୋପୀୟ ସ୍ପେଶ ଏଜେନ୍ସି (ESA)ର ପ୍ରୋବା-3 ସାଟେଲାଇଟ୍‌କୁ ଆଜି ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସତୀଶ ଭବନ ସ୍ପେଶ୍‌ ସେଣ୍ଟରରୁ ଅପରାହ୍ନ 4:08ଟାରେ ଲଞ୍ଚ କରାଯିବ । ଏହାସହିତ ଇସ୍ରୋ ବିଶ୍ବର ପ୍ରଥମ 'ପ୍ରିସିସନ୍‌ ଫର୍ମେସନ୍‌ ଫ୍ଲାଇଙ୍ଗ' ସାଟେଲାଇଟ୍‌ ଲଞ୍ଚ କରିବାକୁ ଯାଉଛି । ଦୁଇଟି ଛୋଟ ସ୍ପେଶକ୍ରାଫ୍ଟ- କରୋନାଗ୍ରାଫ ସ୍ପେଶକ୍ରାଫ୍ଟ (CSC) ଓ ଅକଲ୍ଟର ସ୍ପେଶକ୍ରାଫ୍ଟ (OSC) ବହନ କରୁଥିବା ଏହି ସାଟେଲାଇଟ୍‌କୁ ଇସ୍ରୋର PSLV-C59 ଭେହିକଲରୁ ଲଞ୍ଚ କରାଯିବ ।

ନ୍ୟୁ ସ୍ପେଶ୍‌ ଇଣ୍ଡିଆ ଲିମିଟେଡ୍ (NSIL) ସହିତ ଏହା ପ୍ରଥମ ମିଶନ ଯାହାକି ESAର ଏହି PROBA-3 ସାଟେଲାଇଟକୁ ଏକ ଉଚ୍ଚ ଅଲିପ୍ଟିକାଲ୍ କକ୍ଷପଥରେ ସ୍ଥାନିତ କରିବ । ପ୍ରୋବା-3 ମିଶନକୁ ଲଞ୍ଚ ଭେହିକଲ PSLV-C59ରେ ଉତକ୍ଷେପଣ କରାଯିବ ଯାହାକି ଇସ୍ରୋର PSLVର 61ତମ ଉଡ଼ାଣ ହେବ ଏବଂ PSLV-XL ସଂରଚନା ବ୍ୟବହାର କରିଥିବା 26ତମ ଉଡ଼ାଣ ହେବ । ISRO ୟୁରୋପୀୟ ସାଟେଲାଇଟକୁ ଲଞ୍ଚ କରୁଥିବାରୁ ଏହା ଭାରତର ନିର୍ଭରଯୋଗ୍ୟ ଏବଂ ବଢୁଥିବା ମହାକାଶ କ୍ଷମତା ପ୍ରଦର୍ଶନ କରୁଛି ।

Proba-3 mission: କେଉଁଠି ଓ କେତେବେଳେ ଦେଖିବେ LIVE

ଶ୍ରୀହରିକୋଟା ସ୍ଥିତ ସତୀଶ ଭବନ ସ୍ପେଶ୍‌ ସେଣ୍ଟରରୁ ଅପରାହ୍ନ 4:08ଟାରେ ଲଞ୍ଚ କରାଯିବ ୟୁରୋପର ସୂର୍ଯ୍ୟ ମିଶନ ପ୍ରୋବା-3 । ଏହି ମିଶନକୁ ଦେଶବାସୀ ଲାଇଭ ଦେଖିପାରିବେ । ISROର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଦେଶବାସୀ ଲଞ୍ଚ ବେଳର ସିଧାପ୍ରସାରଣ ଦେଖିପାରିବେ । ଏହା ଅପରାହ୍ନ 3:30ରୁ ଆରମ୍ଭ ହେବ । ଇସ୍ରୋର 44.5ମିଟର ବିଶିଷ୍ଟ PSLV-C59 ଲଞ୍ଚ୍‌ ଭେହିକଲ 550କିଗ୍ରାର ପ୍ରୋବା-3 ସାଟେଲାଇଟ୍‌କୁ ଲଞ୍ଚ କରିବ । ଏଥିରେ କରୋନାଗ୍ରାଫ ସ୍ପେଶକ୍ରାଫ୍ଟର ଓଜନ 310କିଗ୍ରା ଥିବା ବେଳେ ଅକଲ୍ଟର ସ୍ପେଶକ୍ରାଫ୍ଟର ଓଜନ 240କିଗ୍ରା ରହିଛି ।

ଏହା ବି ପଢନ୍ତୁ
  1. ଆଜି ISROର ଐତିହାସିକ ଲଞ୍ଚିଂ; ସୂର୍ଯ୍ୟଙ୍କ ରହସ୍ୟ ଖୋଜିବ ESAର Proba-3 ମିଶନ
  2. Gaganyaan: ପ୍ରଥମ ପର୍ଯ୍ୟାୟ ଟ୍ରେନିଂ ପୂରଣ କଲେ ଭାରତୀୟ ମହାକାଶଚାରୀ
  3. 2025ରେ କେବେ ଲାଗିବ ପ୍ରଥମ ସୂର୍ଯ୍ୟପରାଗ; କ’ଣ ଭାରତରେ ହେବ ଦୃଶ୍ୟମାନ ?

କଣ ପ୍ରୋବା-3 ମିଶନର ଲକ୍ଷ୍ୟ ?

ୟୁରୋପର ପ୍ରୋବା-3 ମିଶନର ଲକ୍ଷ୍ୟ ହେଉଛି ଦୁଇଟି ମହାକାଶ ଯାନ କରୋନାଗ୍ରାଫ ଓ ଅକଲ୍ଟରକୁ ସମାନ୍ତରାଳ ଭାବେ ମହାକାଶରେ ରଖିବା । ଅର୍ଥାତ ଯେହେତୁ ସୂର୍ଯ୍ୟଙ୍କ ବାହ୍ୟ ବଳୟକୁ ଦେଖିବା ସହଜ କଥା ନୁହେଁ, ଏଥିଲାଗି ଗୋଟିଏ ସ୍ପେଶକ୍ରାଫ୍ଟ ସୂର୍ଯ୍ୟଙ୍କ କରୋନା ବା ବାହ୍ୟବଳୟରୁ ବାହାରୁଥିବା ରଶ୍ମିକୁ ବ୍ଲକ୍‌ କରି ଅନ୍ଧକାର ସୃଷ୍ଟି କରିବ । ଏହାକୁ କୃତ୍ରିମ ସୂର୍ଯ୍ୟ ପରାଗ ମଧ୍ୟ କୁହାଯାଉଛି । ଅନ୍ୟ ମହାକାଶୟାନଟି କରୋନାକୁ ଅଧ୍ୟୟନ କରିବ । ପ୍ରାୟ 6 ଘଣ୍ଟା ଧରି ବୈଜ୍ଞାନିକମାନେ ଗବେଷଣା କରିବେ ।

PSLV-C59 s ready to deliver ESA’s PROBA-3 satellites into orbit. (Photo Credit- X/@isro)

ISRO ଓ ESAର ଭୂମିକା କଣ ରହିବ ?

ଇସ୍ରୋ ପ୍ରୋବା-3 ମିଶନର ଲଞ୍ଚ ଦାୟିତ୍ବ ସମ୍ଭାଳିବ ଓ ୟୁରୋପୀୟ ମହାକାଶ ଏଜେନ୍ସି ESAର ବୈଜ୍ଞାନିକମାନେ ସୂର୍ଯ୍ୟଙ୍କ କରୋନା ଉପରେ ଗବେଷଣା କରିବେ । ଏହି ଲଞ୍ଚ୍‌ ଇସ୍ରୋକୁ ମଧ୍ୟ ଏକ ମୂଲ୍ୟବାନ ଅଭିଜ୍ଞତା ପ୍ରଦାନ କରିବ । ଇସ୍ରୋର PSLV-XL ଲଞ୍ଚ୍‌ ଭେହିକଲ ପୂର୍ବରୁ ଭାରି ପେଲୋଡ୍‌ ଥିବା ଚନ୍ଦ୍ରଯାନ ଓ ମଙ୍ଗଳ ମିଶନକୁ ମଧ୍ୟ ସଫଳତାର ସହିତ ଲଞ୍ଚ କରିଛି । ସୌର ଝଡ଼ ଏବଂ ଏଥିରୁ ବାହାରୁଥିବା ପବନ ପୃଥିବୀରେ ସାଟେଲାଇଟ୍‌ ଯୋଗାଯୋଗ, ନାଭିଗେସନ୍ ଏବଂ ପାୱାର ଗ୍ରୀଡକୁ ଉପରେ ପ୍ରଭାବ ପକାଇଥାଏ । ଏହା ଉପରେ ୟୁରୋପୀୟ ମହାକାଶ ଏଜେନ୍ସିର ବୈଜ୍ଞାନିକମାନେ ଅଧ୍ୟୟନ କରିବେ ।

ସୂଚନା ଥାଉ କିପୂର୍ବରୁ ଇସ୍ରୋ ପ୍ରୋବା-1 ମିଶନକୁ 2001ରେ ପ୍ରୋବା-2 ମିଶନକୁ 2009ରେ ଲଞ୍ଚ କରିଥିଲା । ସେପଟେ ୟୁରୋପୀୟ ସ୍ପେଶ୍‌ ଏଜେନ୍ସି 2013 ମସିହାରେ Proba-V ମିଶନକୁ ଲଞ୍ଚ କରିଥିଲା ।

ABOUT THE AUTHOR

...view details