ଓଡିଶା

odisha

ETV Bharat / technology

ଆସନ୍ତାବର୍ଷ ISRO ଲଞ୍ଚ କରିବ ପାୱାରଫୁଲ NISAR ସାଟେଲାଇଟ୍‌; କଣ ଖାସ ଜାଣନ୍ତୁ - ISRO TO LAUNCH NISAR IN MARCH 2025

NASA-ISROର ଜଏଣ୍ଟ ମିଶନ NISARକୁ ଆସନ୍ତା ବର୍ଷ 2025ର ଏହି ମାସରେ ଲଞ୍ଚ କରାଯିବ । ଏହି ସାଟେଲାଇଟ୍‌କୁ କାହିଁକି ପାୱାରଫୁଲ କୁହାୟାଉଛି ଜାଣନ୍ତୁ...

ISRO TO LAUNCH NISAR IN MARCH 2025
ISRO TO LAUNCH NISAR IN MARCH 2025 (File Photo)

By ETV Bharat Tech Team

Published : 16 hours ago

ହାଇଦ୍ରାବାଦ: ମାନବ ଇତିହାସର ସବୁଠୁ ଶକ୍ତିଶାଳୀ ସାଟେଲାଇଟ ନାସା-ଇସ୍ରୋ ସିନ୍ଥେଟିକ ଆପେର୍ଚର ରାଡାର (NISAR) ଆସନ୍ତା ବର୍ଷ 2025 ମାର୍ଚ୍ଚରେ ଲଞ୍ଚ ହେବାକୁ ଯାଉଛି । ଏହି ସାଟେଲାଇଟକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଓ ଆମେରିକୀୟ ସ୍ପେଶ ଏଜେନ୍ସି NASA ମିଳିତ ଭାବରେ ଲଞ୍ଚ କରିବେ । ଏହି ଗୋଟିଏ ସାଟେଲାଇଟ ପୁରା ଦୁନିଆକୁ ଭବିଷ୍ୟତରେ ହେବାକୁ ଥିବା ବିପଦରୁ ରକ୍ଷା କରିବାର କ୍ଷମତା ରଖିଛି । 10ହଜାର କୋଟି ମୂଲ୍ୟର ଏହି ସାଟେଲାଇଟରେ କଣ ଖାସ ଓ କିପରି ଲାଭଦାୟକ ବିସ୍ତୃତ ଭାବରେ ଜାଣନ୍ତୁ ।

ମହାକାଶରେ ପ୍ରାକୃତିକ ବିପର୍ଯ୍ୟୟର ଗୁପ୍ତଚର

ମାର୍ଚ୍ଚରେ ଲଞ୍ଚ ହେବାକୁ ଥିବା ଏହି ସାଟେଲାଇଟ ମହାକାଶରୁ ଭାରତରେ ଘଟିବାକୁ ଥିବା ପ୍ରାକୃତିକ ବିପର୍ଯ୍ୟୟ ଯେପରିକି ଭୂମିକମ୍ପ, ଭୂସ୍ଖଳନ, ଜଙ୍ଗଲ ନିଆଁ, ବର୍ଷା, ବାତ୍ୟା, ହରିକେନ୍‌, ବିଜୁଳି, ଆଗ୍ନେୟଗିରି, ଟେକ୍ଟୋନିକ ପ୍ଲେଟର ଗତିବିଧି ଆଦି ଉପରେ ନଜର ରଖିବ । ଏହି ପ୍ରାକୃତିକ ବିପର୍ଯ୍ୟୟ ଘଟିବା ପୂର୍ବରୁ ଏହା ସୂଚିତ କରିବ । ନିସାର ଟେକ୍ଟୋନିକ ପ୍ଲେଟର ଗତିବିଧିକୁ ସେଣ୍ଟିମିଟର ସ୍ତରରେ ରେକର୍ଡ କରିବାରେ ସକ୍ଷମ ଥିବାରୁ କେଉଁଠାରେ ଭୂମିକମ୍ପ କେତେ ମାତ୍ରାରେ ହେବ ତାହା ଜଣାପଡ଼ିବ । ଏହା ପ୍ରତି 12 ଦିନରେ ପୃଥିବୀର ଚକ୍କର କାଟିବ । ଫଳରେ ପୃଥିବୀରେ ଆସୁଥିବା ପରିବର୍ତ୍ତନ ସମ୍ପର୍କରେ ଜଣାପଡ଼ିବ ।

ମହାକାଶରେ କିପରି ଦିଶିବ NISAR

ନିସାର ସାଟେଲାଇଟ୍‌ର ଏକ ବଡ଼ ମୁଖ୍ୟ ବେସ୍‌ ହେବ, ଯେଉଁଥିରେ ଅନେକ ପ୍ରକାର ଇନଷ୍ଟ୍ରୁମେଣ୍ଟ ରହିବ । ଟ୍ରାନ୍ସପୋଣ୍ଡର (ରେଡିଓ ସିଗ୍ନାଲକୁ ରେକର୍ଡ କରୁଥିବା ଡିଭାଇସ), ଟେଲିସ୍କୋପ ଓ ରାଡାର ସିଷ୍ଟମ ରହିବ । ଏଥିରେ ଏକ ଆଲାର୍ମ ଲାଗିବ ଯାହା ଉପରେ ଏକ ସିଲିଣ୍ଡର ମଧ୍ୟ ରହିବ । ଏହି ସିଲିଣ୍ଡର ସାଟେଲାଇଟ ଲଞ୍ଚ ହେବାର କିଛି ସମୟ ପରେ ଖୋଲିବ ଓ ଡିସ୍‌ ଆଣ୍ଟିନା ପରି ଏକ ବଡ଼ ଛତା ବାହାରିବ । ଏହି ଛତା ହେଉଛି ସିନ୍ଥେଟିକ ଆପେର୍ଚର ରାଡାର ।

ଏହା ବି ପଢନ୍ତୁ
  1. ISRO-NASA ମିଳିତ ସହଯୋଗରେ ପ୍ରସ୍ତୁତ ହେଲା 'ନିସାର'
  2. ବିଶ୍ବ ସ୍ପେଶ୍‌ ପୁରସ୍କାର ହାତେଇବାଠୁ ୟୁରୋପ ସାଟେଲାଇଟ୍‌ ଲଞ୍ଚ ପର୍ଯ୍ୟନ୍ତ...2024ରେ ISROର ବିରଳ କୀର୍ତ୍ତିମାନ

କେଉଁଠାରୁ ହେବ ଲଞ୍ଚ ?

ଏହି ସାଟେଲାଇଟ୍‌କୁ GSLV-MK2 ରକେଟ ଦ୍ବାରା ଲଞ୍ଚ କରାଯିବ । ଏହାର ଲଞ୍ଚିଂ ଆନ୍ଧ୍ର ପ୍ରଦେଶ ସ୍ଥିତ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେଶ ସେଣ୍ଟରର ଦ୍ବିତୀୟ ଲଞ୍ଚ ପ୍ୟାଡରୁ କରାଯିବ । କହି ରଖୁଛୁ କି, NISAR ସାଟେଲାଇଟ୍‌ ଓ ପେଲୋଡର ଅନେକ ଥର ପରୀକ୍ଷଣ କରାଯାଇଛି ।

କେମିତି କାମ କରିବ ?

ନିସାରରେ ଦୁଇ ପ୍ରକାରର ବ୍ୟାଣ୍ଡ ହେବ L ଓ S । ଉଭୟ ବ୍ୟାଣ୍ଡ ପୃଥିବୀରେ ଗଛଲତାଙ୍କ କମ ଅଧିକ ସଂଖ୍ୟା ଉପରେ ନଜର ରଖିବ । S ବ୍ୟାଣ୍ଡ ଟ୍ରାନ୍ସମିଟରକୁ ଇସ୍ରୋ ତିଆରି କରିଥିବା ବେଳେ ଏଲ ବ୍ୟାଣ୍ଡ ଟ୍ରାନ୍ସପୋଣ୍ଡରକୁ ନାସା ଦ୍ବାରା ବିକଶିତ କରାଯାଇଛି । ନିସାରର ରାଡାର 240କିଲୋମିଟର କ୍ଷେତ୍ରଫଳର ସ୍ବଚ୍ଛ ଫଟୋ ଉଠାଇପାରିବ । ଏହା ପୃଥିବୀର ଗୋଟିଏ ସ୍ଥାନର ଫଟୋ 12 ଦିନ ପରେ ପୁଣି ଥରେ ନେବ । ଏହାକୁ ପୃଥିବୀର କକ୍ଷପଥରେ ଥରେ ବୁଲିବାକୁ 12ଦିନ ସମୟ ଲାଗିବ । ଏହି ମିଶନର ଜୀବନକାଳ 5ବର୍ଷ ଅଛି । କିନ୍ତୁ ଏହାକୁ ଅଧିକ ଦିନ ବୃଦ୍ଧି କରାଯାଇପାରେ ।

ABOUT THE AUTHOR

...view details