ଓଡିଶା

odisha

ETV Bharat / technology

Realme GT 7 Proଠାରୁ OnePlus 13 ପର୍ଯ୍ୟନ୍ତ; ଖୁବଶୀଘ୍ର ଲଞ୍ଚ ହେବ ଅନେକ ଫୋନ

ଭାରତୀୟ ବଜାରରେ ଦୀର୍ଘ ସମୟ ପରେ ଅନେକ ଫ୍ଲାଗସିପ ଫୋନ ଲଞ୍ଚ ହେବାକୁ ଯାଉଛି । ଯେଉଁଥିରେ OnePlus, IQOO ଓ Realme ଭଳି କମ୍ପାନୀ ସାମିଲ । ଅଧିକ ପଢନ୍ତୁ

Android smartphones launching soon in India
Android smartphones launching soon in India (Photo- OnePlus, Realme, IQOO)

By ETV Bharat Tech Team

Published : 5 hours ago

ହାଇଦ୍ରାବାଦ: ଭାରତୀୟ ସ୍ମାର୍ଟଫୋନ ବଜାରରେ ଖୁବଶୀଘ୍ର ଅନେକ ଦମଦାର ଫୋନ ଲଞ୍ଚ ହେବାକୁ ଯାଉଛି । ଯଦି ଆପଣ କୌଣସି ନୂଆ ବ୍ରାଣ୍ଡର ସ୍ମାର୍ଟଫୋନ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆଉ କିଛି ସମୟ ଅପେକ୍ଷା କରନତୁ । ଟପ୍‌ ସ୍ମାର୍ଟଫୋନ କମ୍ପାନୀ Qualcomm ଓ MediaTekର ଲାଟେଷ୍ଟ ପ୍ରୋସେସର ସହିତ ଫୋନ ଲଞ୍ଚ କରିବାକୁ ଯାଉଛନ୍ତି । ଯାହାକି ନୂଆ ଡିଜାଇନ ସହିତ ଦ୍ରୁତ ବ୍ୟବହାରର ଅନୁଭବ ଦେବ । ଏହି କମ୍ପାନୀରେ OnePlus, Oppo, iQOO, Vivo, Realme ଓ Xiaomi ସାମିଲ ।

Realme GT 7 Pro

ରିଅଲମି ଭାରତରେ ସ୍ନାପଡ୍ରାଗନ 8 ଇଲାଇଟ ପ୍ରୋସେସର ସହିତ Realme GT 7 Pro ଲଞ୍ଚ କରିବାକୁ ଯାଉଛି । ନଭେମ୍ବର ଆରମ୍ଭରେ ଲଞ୍ଚ ହେବାକୁ ଥିବା GT 7 Proରେ ସିପିୟୁ, ଜିପିୟୁ ଓ ଏଆଇ ପରଫର୍ମାନ୍ସ ଟପ୍‌ ହେବାକୁ ଯାଉଛି । ରିପୋର୍ଟ ଅନୁସାରେ ଏହି ଫୋନ 120Hz ରିଫ୍ରେସ ରେଟ ସହିତ ଆସୁଥିବା ବେଳେ ହାଇ-ରିଜୋଲ୍ୟୁସନ 2K ଡିସପ୍ଲେ ପ୍ରଦାନ କରିବ । ଏହି ଫୋନରେ 6500mAh ଭଳି ବଡ଼ ବ୍ୟାଟେରୀ ରହିପାରେ । ଏହାସହ 120W ଫାଷ୍ଟ ଚାର୍ଜିଂ ସପୋର୍ଟ କରିବ । ଫୋନର ଅନ୍ୟ ଫଇଚର ମଧ୍ୟରେ IP69 ୱାଟର ରେଜିଷ୍ଟାଣ୍ଟ ରେଟିଂ, 12ଜିବି RAM ଓ 512GB ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ ସାମିଲ ।

Oppo Find X8 Pro

ଓପୋ ଲମ୍ବା ସମୟ ଧରି ଭାରତରେ କୌଣସି ଫ୍ଲାଗସିପ ଲଞ୍ଚ କରିନାହିଁ । କିନ୍ତୁ କମ୍ପାନୀ ନଭେମ୍ବରର ପ୍ରଥମ ସପ୍ତାହରେ Oppo Find X8 Pro ଲଞ୍ଚ କରିପାରେ । ରିପୋର୍ଟ ଅନୁସାରେ କମ୍ପାନୀ ଏହି ଫୋନକୁ ସ୍ଲିମ ଭାବେ ଡିଜାଇନ କରିଛି । iPhone 17 Air ପାଇଁ ଅପେକ୍ଷା କରିଥିବା ଗ୍ରାହକଙ୍କ ଲାଗି ଏହା ସବୁଠୁ ଭଲ ଅପସନ ହୋଇପାରେ । Find X8 Proରେ ମିଡିଆଟେକ୍‌ ଡାଇମେନସିଟି 9400 ଚିପ ମିଳିବ । ଏହାର ଚଉଡା 7.85ମିମି ଥିବା ବେଳେ ଏଥିରେ 5700mAh ବ୍ୟାଟେରୀ ମିଳିବ ।

ଏହା ବି ପଢନ୍ତୁ
  1. OPPO A3x 4G ଫୋନ ଲଞ୍ଚ; ଦେଉଛି ଆଇଫୋନ ଲୁକ୍‌, ଦାମ 10ହଜାରରୁ କମ୍‌
  2. Jioର ଧମାକା ଦିୱାଲି ଅଫର; Rs 699ରେ କିଣନ୍ତୁ 4G ମୋବାଇଲ
  3. ଏହି ଦେଶରେ ବ୍ୟାନ୍‌ ହେଲା ଆପଲ iPhone 16; ପର୍ଯ୍ୟଟକ ହଟହଟା

IQOO 13

ପୂର୍ବ ମଡେଲ ପରି IQOO 13 ପରଫର୍ମାନ୍ସ କେନ୍ଦ୍ରିତ ସ୍ମାର୍ଟଫୋନ ହୋଇପାରେ । କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଲାଟେଷ୍ଟ ଫ୍ଲାଗସିପରେ BMW ମୋଟରସ୍ପୋର୍ଟସର ବ୍ରାଣ୍ଡିଂ ରହିଛି । ସବୁଠୁ ଖାସ କଥା ହେଉଛି ଏହି ସ୍ମାର୍ଟଫୋନରେ Snapdragon 8 Elite ପ୍ରୋସେସରର ବ୍ୟବହାର ହୋଇଛି । ଅନ୍ୟ ଫିଚର ସମ୍ପର୍କରେ ଆଲୋଚନା କଲେ, ଏଥିରେ 50MP ଟ୍ରିପଲ କ୍ୟାମେରା ସେଟଅପ, 2K ରିଜୋଲ୍ୟୁସନ ସ୍କ୍ରିନ ଓ 120W ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିବ । 6100mAh ବ୍ୟାଟେରୀ ମଧ୍ୟ ରହିଛି ।

Vivo X200 Pro

ଭିଭୋର ଫ୍ଲାଗସିପ କ୍ୟାମେରା ସ୍ମାର୍ଟଫୋନ X200 Pro ଡିସେମ୍ବରରେ ଲଞ୍ଚ ହେବାକୁ ୟାଉଛି । ଯେଉଁଥିରେ ମିଡିଆଟେକ ଡାଇମେନସିଟି 9400 ପ୍ରୋସେସର ମିଳିବ । ଏଥିରେ 200MP କ୍ୟାମେରା ସେନ୍ସର ସହିତ x100 ଡିଜିଟାଲ ଜୁମ୍‌ ଫିଚର ମିଳିବ । ସ୍ମାର୍ଟଫୋନରେ 50MP ମେନ କ୍ୟାମେରା ଓ 50MP ଅଲଟ୍ରା-ୱାଇଡ ଆଙ୍ଗଲ ଲେନ୍ସ ଥାଇପାରେ ।

OnePlus 13

ୱାନପ୍ଲସ ଖୁବଶୀଘ୍ର ଭାରତରେ ନିଜର ନୂଆ ଫ୍ଲାଗସିପ ସ୍ମାର୍ଟଫୋନ OnePlus 13 ଲଞ୍ଚ କରିବାକୁ ୟାଉଛି । ମିଳିଥିବା ସୂଚନା ଅନୁସାରେ ଏହି ଫୋନରେ Snapdragon 8 Eliteର ବ୍ୟବହାର କରାଯିବ । ଫଳରେ ବ୍ୟବହାରକାରୀଙ୍କୁ ଉନ୍ନତମାନର ଅନୁଭବ ମିଳିବ । ସ୍ମାର୍ଟଫୋନର ଚତୁର୍ଥ ଜେନେରେସନରେ ହ୍ୟାସେଲବ୍ଲାଡ-ଟ୍ୟୁନଡ କ୍ୟାମେରା ସେଟଅପ ମିଳିବ । ଏହି ଫୋନ ଆଉଟ-ଅଫ-ଦ-ବକ୍ସ, ଆଣ୍ଡ୍ରଏଡ 15 ଆଧାରିତ OxygenOs 15 ସ୍କ୍ରିନ ସହିତ ଆସିବ, ଯେଉଁଥିରେ ବ୍ୟବହାରକାରୀଙ୍କୁ ଏଆଇ ଫିଚର ମିଳିବ ।

Xiaomi 15

ସାଓମି ପୂର୍ବ ମୋବାଇଲ ପରି ଏକ କମ୍ପାକ୍ଟ ଫ୍ଲାଗସିପ ଫୋନ ଆଣିପାରେ । ଯେଉଁଥିରେ ସମ୍ଭବତଃ 6.3 ଇଞ୍ଚ ସ୍କ୍ରିନ ମିଳିବ । ଏହା Snapdragon 8 Elite ପ୍ରୋସେସର ବ୍ୟବହାର କରିଥିବା ଦୁନିଆର ପ୍ରଥମ ଫୋନ ହେବାକୁ ଯାଉଥିବା ବେଳେ ଭାରତରେ ଏହାର ଲଞ୍ଚ 2024 ଶେଷ ସୁଦ୍ଧା କିମ୍ବା 2025ରେ ଲଞ୍ଚ ହୋଇପାରେ । ଏହି ସ୍ମାର୍ଟଫୋନରେ ଲିକା-ଟ୍ୟୁନଡ ଟ୍ରିପଲ କ୍ୟାମେରା ସେଟଅପ ସହିତ Android 15-ଆଧାରିତ HyperOSର ବ୍ୟବହାର କରାଯାଇପାରେ ।

ABOUT THE AUTHOR

...view details