ଓଡିଶା

odisha

ETV Bharat / technology

iPhone 17 Air ହେବ ଦୁନିଆର ସବୁଠୁ ପତଳା ଫୋନ; ମିଳିପାରେ 48MP କ୍ୟାମେରା - IPHONE 17 AIR

ଦୁନିଆର ସବୁଠୁ ପତଳା ଫୋନ ହେବ ଆପଲ୍‌ର ଆଇଫୋନ 17 ଏୟାର । ଆସନ୍ତା ବର୍ଷ ହୋଇପାରେ ଲଞ୍ଚ । ଅଧିକ ପଢନ୍ତୁ

Representative Image
Representative Image (File Photo)

By ETV Bharat Tech Team

Published : Nov 20, 2024, 1:03 PM IST

ହାଇଦ୍ରାବାଦ: ଆସନ୍ତା ବର୍ଷ ଲଞ୍ଚ ହେବାକୁ ଥିବା ଆପଲ୍‌ର ଆଇଫୋନ 17 ଏୟାର ଦୁନିଆର ସବୁଠୁ ସ୍ଲିମ ବା ପତଳା ଫୋନ ହେବାକୁ ଯାଉଛି । ଚଳିତ ବର୍ଷ ସେପ୍ଟେମ୍ବରରେ କମ୍ପାନୀ ଲାଟେଷ୍ଟ ଆଇଫୋନ 16 ସିରିଜ ଲଞ୍ଚ କରିଥିଲା । ଏହାପରେ ଆଇଫୋନ 17କୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ଫୋନ ରିଲିଜ ହେବାକୁ ଆହୁରି ବର୍ଷେ ଥିବା ବେଳେ ଲଗାତାର ଆଇଫୋନ 17କୁ ନେଇ ନୂଆ ନୂଆ ତଥ୍ୟ ଲିକ୍‌ ହେଉଛି । କୁହାଯାଉଛି ଆଇଫୋନ 17 ଏୟାର ଦୁନିଆର ସବୁଠୁ ପତଳା ଫୋନ ହେବ ଏବଂ ଏଯାବତ ପତଳା ଫୋନ ଭାବେ ଆଇଫୋନ 6ର ରେକର୍ଡ ଭାଙ୍ଗିବ ।

ଆଇଫୋନ 17 ସବୁଠୁ ପତଳା ଫୋନ:-

କମ୍ପାନୀ ଦୁନିଆର ସବୁଠୁ ସ୍ଲିମ ଫୋନ ଭାବେ ଆଇଫୋନ 17 ଏୟାରକୁ ଆଣିବ । କୁହାଯାଉଛି କମ୍ପାନୀ ଏହି ଫୋନ ସହିତ ନିଜ ସ୍ମାର୍ଟଫୋନର ନୂଆ ଯୁଗ ଆରମ୍ଭ କରିବ । ଏହା ମଧ୍ୟ କୁହାଯାଉଛି ଯେ ଏହି ନୂଆ ଫୋନକୁ ସିରିଜରେ ସାମିଲ କରିବା ଲାଗି କମ୍ପାନୀ ପୂର୍ବ କିଛି ମଡେଲକୁ ମଧ୍ୟ ବନ୍ଦ କରିଦେଉଛି । ସବୁଠୁ ଖାସ କଥା ହେଉଛି ଫୋନ ମାତ୍ର 6ମିମି ମୋଟେଇ ସହ ଆସିପାରେ । ଏହାକୁ ଆଇଫୋନ 17 ଏୟାର (iPhone 17 Air) ନାଁରେ ଲଞ୍ଚ କରାଯିବ ।

ଏହା ବି ପଢନ୍ତୁ
  1. ଆପଲ୍‌ ଭିଣ୍ଟେଜ ତାଲିକାରେ ସାମିଲ iPhone XS Max ସହ ଅନେକ ମଡେଲ; ଜାଣନ୍ତୁ କାହିଁକି
  2. iPhone ଲଭର୍ସଙ୍କୁ ଝଟକା; ସପ୍ତାହେ ଭିତରେ ମିଳିବନି ଏହି 3 ମଡେଲ

ଆଉ କଣ ସ୍ବତନ୍ତ୍ରତା ରହିବ ?

ଆଇଫୋନ 17 ସିରିଜକୁ ସବୁଠୁ ପତଳା ଫୋନ କରିବା ଲାଗି କମ୍ପାନୀ ଏଥିରେ ଆଲୁମିନିୟମ ବଡି ବ୍ୟବହାର କରିପାରେ । କିନ୍ତୁ ଟାଇଟାନିୟମ ବଡି ପ୍ରୋ ମଡେଲରେ ବ୍ୟବହୃତ ହେବ । ଫୋନର ସମ୍ଭବତଃ ଫିଚରକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । iPhone 17 Air 6.6 ଇଞ୍ଚ ଡିସପ୍ଲେ ସହିତ ଆସିପାରେ । ଏଥିରେ A19 ବାୟୋନିକ ଚିପସେଟ୍‌ ରହିବ ଯାହାକି 3nm ଟେକ୍ନୋଲୋଜି ଆଧାରିତ । ସିରିଜରେ କମ୍ପାନୀ 8GB RAM ଦେବ ଯାହାର ପ୍ରଦର୍ଶନ ପୂର୍ବାପେକ୍ଷା ଉନ୍ନତ ରହିବ ।

କ୍ୟାମେରା ହୋଇପାରେ ଏହି ପରିବର୍ତ୍ତନ:-

ମାର୍କେଟ ଆନାଲିଷ୍ଟ ଜେଫ୍‌ ପୁ'ର ରିପୋର୍ଟ ଅନୁସାରେ ଆପଲ୍‌ ନୂଆ ଆଇଫୋନ ସିରିଜରେ କମ୍ପାନୀ ସେଲ୍‌ଫି କ୍ୟାମେରାରେ ବଡ଼ ପରିବର୍ତ୍ତନ କରିପାରେ । ବର୍ତ୍ତମାନ ଆପଲ୍‌ ସେଲ୍ଫି କ୍ୟାମେରା ଲାଗି 12MP ଲେନ୍ସର ବ୍ୟବହାର କରୁଛି । କିନ୍ତୁ ନୂଆ ସିରିଜ iPhone 17ରେ ସେଲ୍‌ଫି କ୍ୟାମେରା ଲାଗି 24MP ଲେନ୍‌ସ ବ୍ୟବହାର କରିପାରେ । ଫୋନର ପଛ ଭାଗରେ କେବଳ ଗୋଟିଏ କ୍ୟାମେରାର ବ୍ୟବହାର ହେବ ବୋଲି ମଧ୍ୟ ସମ୍ଭାବନା ରହିଛି । କିନ୍ତୁ ଏହା 48MP ପାୱାରଫୁଲ କ୍ୟାମେରା ସହିତ ଆସିବ । ଫୋନର ଡିଜାଇନରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏଥିରେ AI ଫିଚର ସାମିଲ ରହିବ । ଫୋନ ସୁଲଭ ମୂଲ୍ୟରେ ବଜାର ପ୍ରବେଶ କରିବ ବୋଲି ମଧ୍ୟ କୁହାଯାଉଛି ।

ABOUT THE AUTHOR

...view details