ଓଡିଶା

odisha

ETV Bharat / technology

10ସେକେଣ୍ଡରେ ନକଲି ତେଲ-ମସଲା ଚିହ୍ନିବ ମେସିନ; IIT କାନପୁର ଆଣିଲା ଫୁଡ ଟେଷ୍ଟିଂ ଡିଭାଇସ

ଆଇଆଇଟି କାନପୁର ମାର୍କେଟରେ ବିକ୍ରି ହେଉଥିବା ଅପମିଶ୍ରିତ ସାମଗ୍ରୀ ଚିହ୍ନିବା ଲାଗି ବିକଶିତ କଲା ଫୁଡ ଟେଷ୍ଟିଂ 'E-Nose' ଡିଭାଇସ । ଆସନ୍ତା ବର୍ଷ ଏହା ବଜାରରେ ଉପଲବ୍ଧ ହେବ । ଅଧିକ ପଢନ୍ତୁ

E-Nose Device
E-Nose Device (ETV Bharat)

By ETV Bharat Tech Team

Published : 6 hours ago

ଲକ୍ଷ୍ନୌ:ବଜାରରେ ନକଲି ତେଲ, କ୍ଷୀର, ମସଲା, ସସ୍‌ ଆଦି ବିକ୍ରି ହେଉଛି । ଯାହାକି ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ଏହା ସମ୍ପୂର୍ଣ୍ଣ ଭାବେ ଅସଲି ପରି ଦିଶୁଥିବାରୁ ଗ୍ରାହକଙ୍କ ସନ୍ଦେହ ବି ହୁଏନି । ଏହାକୁ ଲଗାତାର ବ୍ୟବହାର କରିବା ଦ୍ବାରା ମଣିଷ ଶରୀରର ଯକୃତ, ବୃକକ ଆଦି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଉପରେ ପ୍ରଭାବ ପଡ଼େ । ଏଭଳି ନକଲି ସାମଗ୍ରୀକୁ ଚିହ୍ନିବା ଲାଗି ଉତ୍ତର ପ୍ରଦେଶ ସ୍ଥିତ ଆଇଆଇଟି କାନପୁର ଏକ ଡିଭାଇସ ବିକଶିତ କରିଛି । ଯାହାକି ମାତ୍ର 10 ସେକେଣ୍ଡରେ ଅପମିଶ୍ରିତ ସାମଗ୍ରୀକୁ ଚିହ୍ନଟ କରିବାରେ ସକ୍ଷମ ।

ସାରା ଦେଶରେ ଖାଦ୍ୟ ଜନିତ ରୋଗ ବୃଦ୍ଧି ପାଉଥିବାରୁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଜରୁରୀ ହୋଇପଡ଼ିଛି । ଆଜିର ଦ୍ରୁତ ଗତିଶୀଳ ଦୁନିଆରେ ଖାଦ୍ୟ ସାମଗ୍ରୀ ପରୀକ୍ଷା କରିବା ଏକ ବିଶେଷ ସମୟ ସାପେକ୍ଷ ପ୍ରକ୍ରିୟା ହୋଇପାରେ, ବିଶେଷ କରି ଫେଷ୍ଟିଭ ସିଜନରେ ଏପରି କରିବା କଷ୍ଟକର ହୋପାରେ । ତତକ୍ଷଣାତ୍ ଫଳାଫଳ ପ୍ରଦାନ କରିବାକୁ ଉତ୍ତରପ୍ରଦେଶର ଆଇଆଇଟି କାନପୁରର ଗବେଷକମାନେ ଏକ ଉପକରଣ ବିକଶିତ କରିଛନ୍ତି । ଯାହାକି ଦୈନିକ ଖାଦ୍ୟ ସାମଗ୍ରୀରେ ଘିଅ, ତେଲ ଏବଂ ମସଲାରେ ମିଶିଥିବା ଅପମିଶ୍ରଣକୁ 10 ସେକେଣ୍ଡ ମଧ୍ୟରେ ଚିହ୍ନଟ କରିପାରିବ ।

E-Nose Device (ETV Bharat)

10ସେକେଣ୍ଡରେ ଅପମିଶ୍ରଣକୁ ଚିହ୍ନିବ E-Nose ଡିଭାଇସ:-

ଏହି ଡିଭାଇସର ନାମ ଇ-ନୋଜ (E-Nose) ଡିଭାଇସ ରଖାଯାଇଛି । ଆଇଆଇଟି କାନପୁରର ଷ୍ଟାର୍ଟଅପ କମ୍ପାନୀ ଇ-ସ୍ନିଫ ପ୍ରାଇଭେଟ ଲିମିଟେଡ(E-Sniff Private Limited) ଏହାକୁ ନିର୍ମାଣ କରିଛି । କମ୍ପାନୀର ପ୍ରତିଷ୍ଠାତା ସଦସ୍ୟ ତଥା ଆଇଆଇଟି କାନପୁରର ପୂର୍ବତନ ଛାତ୍ର ପ୍ରଦୀପ ଦ୍ବିବେଦୀ କହିଛନ୍ତି, "ଇ-ନୋଜ ଡିଭାଇସକୁ IIT କାନପୁର, IIT ମାଡ୍ରାସ ଓ IIT ବନାରସ ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ପକ୍ଷରୁ ସାର୍ଟିଫିକେଟ ମିଳିସାରିଛି । 'ଚୁନୌତି 8.0'ରେ ଏହି ଡିଭାଇସକୁ ସର୍ବୋତ୍କୃଷ୍ଟ ଷ୍ଟାର୍ଟଅପ କାଟେଗୋରୀ ଭାବରେ ମନ୍ତ୍ରଣାଳୟ ଦର୍ଶାଇଥିଲା । ଏହାସହିତ ଏଭଳି ଉଦ୍ଭାବନ ଲାଗି ମନ୍ତ୍ରଣାଳୟ ପକ୍ଷରୁ ଷ୍ଟାର୍ଟଅପକୁ 25ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।"

ଏହା ବି ପଢନ୍ତୁ
  1. ନକଲି ଘିଅ ଟେନସନ, ଆପଣ ବ୍ୟବହାର କରୁଥିବା ଘିଅ ଅସଲି ତ ?
  2. ଆପଣ ବଜାରରୁ କିଣୁଥିବା ପନିର ନକଲି ନୁହେଁ ତ ? ଏମିତି ଚିହ୍ନନ୍ତୁ - How to identify fake paneer
  3. ଅସଲି ନାଁରେ ନକଲି ମଦ, ପିଇଲେ ନିଶା ହେବନି !
  4. ବିପଦକୁ ହାତ ଠାରି ଡାକୁଛି ନକଲି ଖାଦ୍ୟ ସାମଗ୍ରୀ, ସତର୍କ କଲେ ଡାକ୍ତର ଓ ଖାଦ୍ୟ ସୁରକ୍ଷା ବିଭାଗ

ଆଇଆଇଟି ଖଡ଼ଗପୁରର ପୂର୍ବତନ ଛାତ୍ର ଡଃ ହିମାଂଶୁ ସକ୍ସେନା ଏହି ଷ୍ଟାର୍ଟଅପରେ ପ୍ରଦୀପଙ୍କୁ ସହଯୋଗ କରିଛନ୍ତି । ଇ-ସ୍ନିଫ୍ ଷ୍ଟାର୍ଟଅପର ଇ-ନୋଜ୍‌ ଉପକରଣ ବିଶେଷ ଭାବରେ ପାର୍ବଣ ଋତୁରେ ଘରୋଇ ଏବଂ ଶିଳ୍ପ ଖାଦ୍ୟ ପରୀକ୍ଷଣରେ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।

IIT Kanpur alumnus Pradeep Dwivedi (ETV Bharat)

କେବେ ବଜାରରେ ଉପଲବ୍ଧ ହେବ ଏହି ଡିଭାଇସ ?

କମ୍ପାନୀର ପ୍ରତିଷ୍ଠାତା ପ୍ରଦୀପ ଦ୍ବିବେଦୀଙ୍କ କହିବାନୁସାରେ, ଆସନ୍ତା ବର୍ଷେ ମଧ୍ୟରେ ଏହି ଡିଭାଇସର ବଜାର ପ୍ରବେଶ ନେଇ ଯୋଜନା ରଖାଯାଇଛି । ଏହାର ଦାମ ପ୍ରାୟ 5ହଜାର ଟଙ୍କା ରଖାଯିବ । ଡିଭାଇସର ଟ୍ରାଏଲ ଷ୍ଟେଜ ପୂରା ସଠିକ ଫଳ ମିଳିଛି । ଦିଲ୍ଲୀ ସରକାରଙ୍କ ସମେତ ଡାବର ଗ୍ରୁପ, ଡିଏସ ଗ୍ରୁପ ଓ ଅନେକ ପ୍ରତିଷ୍ଠିତ କମ୍ପାନୀ ଏହାର ପ୍ରି-ଅର୍ଡର ପାଇଁ କହିଥିବା ଦ୍ବିବେଦୀ କହିଛନ୍ତି ।

କିପରି କାମ କରେ ଇ-ନୋଜ ଡିଭାଇସ ?

ଦ୍ବିବେଦୀଙ୍କ କହିବାନୁସାରେ, ଏହି ଡିଭାଇସରେ କୃତ୍ରିମ ବୁଦ୍ଧିମତା (AI) ଓ ମେସିନ ଲର୍ଣ୍ଣିଂ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । କୌଣସି ଖାଦ୍ୟ ବା ସାମଗ୍ରୀ ପରୀକ୍ଷଣ ସମୟରେ ଏହା ରାସାୟନିକ ତଥ୍ୟକୁ ଡିଜିଟାଲ ତଥ୍ୟରେ ପରିବର୍ତ୍ତନ କରି ଫଳ ଦେଖାଇଥାଏ । ଷ୍ଟାର୍ଟଅପ କ୍ଷୀର ପରୀକ୍ଷଣ ଓ ରକ୍ତ କର୍କଟ ରୋଗ ଲାଗି ଟେଷ୍ଟ କିଟ୍‌ ତିଆରି କରିବା ଉପରେ କାମ କରୁଛି । ଏଥିଲାଗି ଅନ୍ୟ ଆଇଆଇଟି ଗବେଷକଙ୍କ ସହାୟତା ନିଆଯାଉଥିବା ଦ୍ବିବେଦୀ କହିଛନ୍ତି ।

ABOUT THE AUTHOR

...view details