ETV Bharat / technology

ଡିଜିଟାଲ ଆରେଷ୍ଟକୁ ନେଇ ମୋଦିଙ୍କ 3 ଥାକିଆ ମନ୍ତ୍ର; ଆନିମେସନ-ଗେମିଂରେ ଦେଶରେ ନୂଆ କ୍ରାନ୍ତି

ଆଜି 115ତମ ମନ କି ବାତ୍‌ କାର୍ଯ୍ୟକ୍ରମରେ ପିଏମ ମୋଦି ବିଶେଷଭାବରେ ଦେଶର ଅଗ୍ରଗାମୀ ଟେକ୍ନୋଲୋଜି କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି । ଏହାସହ ଡିଜିଟାଲ ଆରେଷ୍ଟ ନେଇ ଦେଶବାସୀଙ୍କୁ ଦେଇଛନ୍ତି 3ମନ୍ତ୍ର ।

PM Modi addresses 115th Man Ki Baat
PM Modi addresses 115th Man Ki Baat (ETV Bharat)
author img

By ETV Bharat Tech Team

Published : 2 hours ago

Updated : 2 hours ago

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧୫ ତମ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ'ରେ ଦେଶବାସୀଙ୍କୁ ଆଜି ସମ୍ବୋଧନ କରିଛନ୍ତି । ପ୍ରତି ଥର ପରି ଏଥର ମଧ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ନିକଟରେ ନିଜର ବିଚାରଧାରା ରଖିଛନ୍ତି । ପିଏମ ମୋଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀଠାରୁ ନେଇ ଟେକ୍ନୋଲୋଜି ଉପରେ ଆଲୋଚନା କରିଛନ୍ତି । ଡିଜିଟାଲ ଆରେଷ୍ଟ ଓ ଫ୍ରଡ୍‌ କଲରୁ ବର୍ତ୍ତିବା ଲାଗି ଦେଶବାସୀଙ୍କୁ ଗୁରୁମନ୍ତ୍ର ଦେଇଥିବା ବେଳେ ଦେଶରେ ଆନିମେସନ ଓ ଗେମିଂରେ ନୂଆ ବିପ୍ଳବ ଆସିଛି ବୋଲି କହିଛନ୍ତି ।

ଡିଜିଟାଲ ଆରେଷ୍ଟକୁ ନେଇ ମୋଦିଙ୍କ ମନ୍ତ୍ର:-

‘ମନ କି ବାତ’ରେ ଡିଜିଟାଲ୍ ସୁରକ୍ଷା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଡିଜିଟାଲ ସ୍କାମରୁ ବଞ୍ଚିବାକୁ ପ୍ରଧାନମନ୍ତ୍ରୀଙ୍କ ୩ ଥାକିଆ ମନ୍ତ୍ର 'ଷ୍ଟପ୍-ଥିଙ୍କ୍-ଟେକ୍ ଆକ୍ସନ' । ମୋଦି କହିଛନ୍ତି, "ପ୍ରତ୍ୟେକ ଶ୍ରେଣୀ ଏବଂ ବୟସର ଲୋକ ଅଛନ୍ତି । ଲୋକେ ଭୟ ଯୋଗୁଁ ସେମାନଙ୍କର କଷ୍ଟ ଅର୍ଜିତ ଧନ ହରାଇଛନ୍ତି । ଯେତେବେଳେ ଆପଣଙ୍କ ନିକଟକୁ ଅଜଣା ଲୋକଙ୍କ କଲ ଆସୁଛି, ଭୟଭୀତ ହୁଅନ୍ତୁ ନାହିଁ, କୌଣସି ବି ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରନ୍ତୁ ନାହିଁ । ଆପଣ ଜାଣିବା ଉଚିତ ଯେକୌଣସି ଅନୁସନ୍ଧାନକାରୀ ସଂସ୍ଥା ଫୋନ କଲ୍ କିମ୍ବା ଭିଡିଓ କଲ୍ କରି ଏପରି କୁହନ୍ତି ନାହିଁ ।"

3ଟି ପର୍ଯ୍ୟାୟରେ କରନ୍ତୁ ଡିଜିଟାଲ୍ ସୁରକ୍ଷା:-

  • ଏହା ଉପରେ ଲୋକଙ୍କୁ ସଚେତନ କରି ମୋଦି ଆହୁରି କହିଛନ୍ତି, "ମୁଁ ଆପଣଙ୍କୁ ଡିଜିଟାଲ ସୁରକ୍ଷାର ତିନୋଟି ପ୍ରକ୍ରିୟା କହିବି । ଏହି ତିନୋଟି ପର୍ଯ୍ୟାୟ ହେଉଛି - ‘ରୁହନ୍ତୁ, ଚିନ୍ତା କରନ୍ତୁ ଏବଂ କାର୍ଯ୍ୟ କରନ୍ତୁ ।"
  • କଲ୍ ଆସିବା ମାତ୍ରେ, ପ୍ରଥମେ 'ଅପେକ୍ଷା କର', ଭୟଭୀତ ହୁଅ ନାହିଁ, ଶାନ୍ତ ରୁହ, ଶୀଘ୍ର ପଦକ୍ଷେପ ନିଅ ନାହିଁ । ତୁମର ବ୍ୟକ୍ତିଗତ ସୂଚନା କାହାକୁ ଦିଅ ନାହିଁ, ଯଦି ସମ୍ଭବ ସ୍କ୍ରିନସଟ୍ ନିଅ ଏବଂ ରେକର୍ଡିଂ କର ।
  • ଠକେଇର ଶିକାର ହୋଇଥିବା ସନ୍ଦେହ ହେଲେ ନ୍ୟାସନାଲ ସାଇବର ହେଲ୍ପଲାଇନ 1930କୁ ଡାଏଲ କରନ୍ତୁ, http://cybercrime.gov.inରେ ରିପୋର୍ଟ କରନ୍ତୁ, ପରିବାର ଏବଂ ପୋଲିସକୁ ସୂଚନା ଦିଅନ୍ତୁ, ପ୍ରମାଣ ସଂରକ୍ଷଣ କରି ରଖନ୍ତୁ ।

ANIMATION ଓ GAMINGରେ ଭାରତରେ ନୂଆ କ୍ରାନ୍ତି:-

ଆଜି ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦି 'ଆନିମେସନ ଓ ଗେମିଂ' କ୍ଷେତ୍ରରେ ଭାରତର ଅଗ୍ରଗତିକୁ ନେଇ ଚର୍ଚ୍ଚା କରିଛନ୍ତି । ଏନେଇ ମୋଦି କହିଛନ୍ତି, "ଭାରତ ଆନିମେସନ ଓ ଗେମିଂ କ୍ଷେତ୍ରରେ କ୍ରାନ୍ତି ଆଣିଛି । ଭାରତର ଗେମିଂ ଆପ୍‌ ବିସ୍ତାର ହେଉଛି । ବିଶ୍ବରେ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି । ଆମ ଦେଶର ଯୁବପିଢି ଏପରି କଣ୍ଟେଣ୍ଟ ତିଆରି କରୁଛନ୍ତି, ଯାହାକୁ ସାରା ବିଶ୍ବର ଲୋକେ ଦେଖୁଛନ୍ତି ଓ ପସନ୍ଦ କରୁଛନ୍ତି ।"

'ଛୋଟା ଭିମ୍- ମୋଟୁ-ପତଲୁ ସିରିଜି ବିଦେଶରେ ଚାଲୁଛି'

ମୋଦି ଭାରତୀୟ ଆନିମେସନ ସିରିଜ ‘ଛୋଟା ଭିମ୍’, ‘କ୍ରୀଷ୍ଣା’, ‘ହନୁମାନ’, ‘ମୋଟୁ-ପତଲୁ’ର ପ୍ରଶଂସା କରିଛନ୍ତି । ଏହା କେବଳ ଭାରତ ନୁହେଁ ଏହି ସିରିଜ ମଧ୍ୟ ବିଦେଶରେ ପିଲାଙ୍କୁ ଆକର୍ଷିତ କରୁଛି ବୋଲି ମୋଦି କହିଛନ୍ତି । ଏହାସହ ଭାରତକୁ ଆନିମେସନରେ ସୁପରପାଓ୍ବାର ବନାଇବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

'ଭାରତ ହେବ ଗ୍ଲୋବାଲ ଆନିମେସନ ପାୱାର ହାଉସ'

ଦେଶର ଯୁବପିଢିଙ୍କୁ ଏକ ବାର୍ତ୍ତା ଦେବା ବେଳେ ପିଏମ ମୋଦି କହିଛନ୍ତି, "ତୁମର ସୃଜନଶୀଳତାକୁ ବିସ୍ତାର କର । କିଏ ଜାଣେ ଦୁନିଆର ପରବର୍ତ୍ତୀ ସୁପରହିଟ୍ ଆନିମେସନ୍ ଆପଣଙ୍କ କମ୍ପ୍ୟୁଟରରୁ ବାହାରିପାରେ । ପରବର୍ତ୍ତୀ ପ୍ରସିଦ୍ଧ ଗେମ୍‌ ଆପଣଙ୍କ ଦ୍ବାରା ସୃଷ୍ଟି ହୋଇପାରେ । 28 ଅକ୍ଟୋବରରେ 'ବିଶ୍ବ ଆନିମେସନ ଦିବସ' ପାଳନ କରାଯିବ । ଆମେ ଭାରତକୁ ଏକ ବିଶ୍ବ ଆନିମେସନ ପାୱାର ହାଉସ କରିବାକୁ ସଂକଳ୍ପ ନେବା ।"

ଏହା ମଧ୍ୟ ପଢନ୍ତୁ:

  1. ଭାରତର ପ୍ରଥମ ସମୁଦ୍ରଯାନ ମିଶନ 'ମତ୍ସ୍ୟ 6000'; ମାନବ ସହାୟତା ଓ ସୁରକ୍ଷା ବ୍ୟବସ୍ଥା ଟେଷ୍ଟରେ ପାସ୍‌
  2. Canva ଲଞ୍ଚ କଲା ଡ୍ରିମ ଲ୍ୟାବ୍‌ AI ଇମେଜ ଜେନେରେଟର; ଭିଜୁଆଲ ସୁଟରେ ଯୋଡ଼ିଲା ନୂଆ ଫିଚର୍‌
  3. ସାଇବର ଠକେଇର ଶିକାର 84ବର୍ଷୀୟ ବୃଦ୍ଧ; ହରାଇଲେ 2.88କୋଟି ଟଙ୍କା; ଘଟଣା କଣ ଜାଣନ୍ତୁ
  4. ଏଣିକି WhatsAppରୁ ଲିଙ୍କ ଡିଭାଇସରେ ସେଭ୍‌ କରିହେବ କଣ୍ଟାକ୍ଟସ

'ମେକ୍ ଫର୍ ୱାର୍ଲ୍ଡ'ରେ ପରିଣତ ଭାରତ

ଆତ୍ମନିର୍ଭରଶୀଳ ଭାରତ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆତ୍ମନିର୍ଭରଶୀଳତା କେବଳ ଆମର ନୀତି ନୁହେଁ ବରଂ ଏକ ବୃତ୍ତିରେ ପରିଣତ ହୋଇଛି । ଆତ୍ମନିର୍ଭରଶୀଳ ଭାରତ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ସାଉଣ୍ଟୁଛି । ଏକଦା ମୋବାଇଲ ଫୋନ ଆମଦାନୀ କରୁଥିବା ଭାରତ ଆଜି ବିଶ୍ବର ଏକ ପ୍ରମୁଖ ଉତ୍ପାଦକ ହୋଇପାରିଛି । ଦିନେ ବିଶ୍ବରେ ପ୍ରତିରକ୍ଷା ସାମଗ୍ରୀର ସର୍ବବୃହତ କ୍ରୟକାରୀ ଥିବା ଭାରତ ବର୍ତ୍ତମାନ 85 ଦେଶକୁ ସାମଗ୍ରୀ ରପ୍ତାନୀ କରୁଛି । ଫଳରେ ଭାରତ ମେକ୍ ଇନ୍ ଇଣ୍ଡିଆରୁ ବର୍ତ୍ତମାନ 'ମେକ୍ ଫର୍ ୱାର୍ଲ୍ଡ'ରେ ପରିଣତ ହୋଇଛି ।"

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.