ETV Bharat / technology

ଭାରତର ପ୍ରଥମ ସମୁଦ୍ରଯାନ ମିଶନ 'ମତ୍ସ୍ୟ 6000'; ମାନବ ସହାୟତା ଓ ସୁରକ୍ଷା ବ୍ୟବସ୍ଥା ଟେଷ୍ଟରେ ପାସ୍‌

ଭାରତର ପ୍ରଥମ ସମୁଦ୍ରଯାନ ମିଶନ 'ମତ୍ସ୍ୟ 6000' । ପାଣି ଭିତରେ ମାନବ ସହାୟତା ଏବଂ ସୁରକ୍ଷା ବ୍ୟବସ୍ଥା (HS3)ଟେଷ୍ଟକୁ ଏହା ସଫଳତାର ସହିତ ପାସ୍‌ କରିଛି । ଅଧିକ ପଢନ୍ତୁ

MATSYA 6000 human submersible
MATSYA 6000 human submersible (Photo- NIOT)
author img

By ETV Bharat Tech Team

Published : 4 hours ago

ହାଇଦ୍ରାବାଦ: ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି (NIOT) ସ୍ବଦେଶୀ ମାନବ ବୁଡାଜାହାଜ 'MATSYA 6000'ର ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଗଭୀର ସମୁଦ୍ର ଭିତରେ ହ୍ୟୁମାନ୍ ସପୋର୍ଟ ଆଣ୍ଡ ସେଫ୍ଟି ସିଷ୍ଟମ୍ (HS3) ପାଇଁ କାରଖାନା ଗ୍ରହଣ ପରୀକ୍ଷା (Factory Acceptance Test)କୁ ସଫଳତାର ସହିତ ସମାପ୍ତ କରିଛି ।

ସାଧାରଣତଃ 12 ଘଣ୍ଟା ପର୍ଯ୍ୟନ୍ତ ଏବଂ ଜରୁରୀକାଳୀନ ପରିସ୍ଥିତିରେ 96 ଘଣ୍ଟା ପର୍ଯ୍ୟନ୍ତ ତିନି ଜଣଙ୍କୁ ସମୁଦ୍ର ଭିତରେ ସହାୟତା କରିବାକୁ HS3 ସିଷ୍ଟମ୍ ଡିଜାଇନ୍ କରାଯାଇଛି । ଏଥିରେ ନିୟନ୍ତ୍ରିତ ଅମ୍ଳଜାନ ଇଞ୍ଜେକ୍ସନ୍ ସିଷ୍ଟମ୍, କାର୍ବନ ଡାଇଅକ୍ସାଇଡ୍ ଅପସାରଣ ପ୍ରଣାଳୀ, ସେନ୍ସର, କଣ୍ଟ୍ରୋଲ୍ ହାର୍ଡୱେର୍, ଅଗ୍ନି ନୀରିକ୍ଷଣ, ନିର୍ବାପକ ଯନ୍ତ୍ର ଏବଂ ଅନ୍ୟାନ୍ୟ ଫିଚର ରହିଛି ।

ଚେନ୍ନାଇ ସ୍ଥିତ ସ୍ବୟଂଶାସିତ ସଂଗଠନ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜିରେ Xରେ ଏକ ପୋଷ୍ଟରେ ଏ ନେଇ ସୂଚନା ଦେଇଛି । ଏକ୍ସରେ କୁହାଯାଇଛି ଯେ OEM ୟୁନିକ୍ ଗ୍ରୁପ୍ ସହାୟତାରେ ସମ୍ପୂର୍ଣ୍ଣ ସିଷ୍ଟମ୍ କଷ୍ଟମ୍-ଡିଜାଇନ୍ ହୋଇଛି ଏବଂ ସାର୍ଟିଫିକେସନ୍ ଏଜେନ୍ସିଙ୍କ ଉପସ୍ଥିତିରେ କମିଶନ କରାଯାଇଛି ।

ଏହା ବି ପଢନ୍ତୁ
  1. ନୌସେନାର ବଢିଲା ଶକ୍ତି, ସାମିଲ ହେଲା ବାହୁବଳୀ ବୁଡା ଜାହାଜ INS ଆରିଘାତ
  2. ସମୁଦ୍ର ଅଭିଯାନ ପାଇଁ ପ୍ରସ୍ତୁତ ଭାରତ, ଖୁବ ଶୀଘ୍ର MATSYA 6000ର ପରୀକ୍ଷଣ
  3. Indias First Samudrayaan Mission: 6କିମି ଗଭୀରକୁ ଯିବେ ଭାରତୀୟ ବୈଜ୍ଞାନିକ, ଜୋରସୋରରେ ଚାଲିଛି ନିର୍ମାଣ ପ୍ରକ୍ରିୟା

ଭାରତର ପ୍ରଥମ ବୁଡ଼ାଜାହାଜ ମିଶନ 'ମତ୍ସ୍ୟ 6000':-

ଗଭୀର ସମୁଦ୍ରରେ ଲୁଚି ରହିଥିବା ରହସ୍ୟ ଜାଣିବା ପାଇଁ ଭାରତ ଦେଶର ପ୍ରଥମ ମାନବ ବୁଡ଼ାଜାହାଜ ମିଶନ 'ମତ୍ସ୍ୟ 6000' ଆରମ୍ଭ କରିବାକୁ ଯାଉଛି । ଏହାର ସାହାଯ୍ୟରେ ସମୁଦ୍ର ଭିତରେ ଲୁଚି ରହିଥିବା ରହସ୍ୟ ଜାଣିବାରେ ଗବେଷଣା କରାଯାଇପାରିବ । ସମୁଦ୍ର ଯାନ ମିଶନ ହେଉଛି ଭାରତର ଏକ ଉଚ୍ଚାଭିଳାଷୀ ସାମୁଦ୍ରିକ ମିଶନ ।

ଚଳିତ ବର୍ଷ ଫେବୃଆରୀରେ, NIOT ଚେନ୍ନାଇର ପାଲିକାରାନାଇ ସ୍ଥିତ NIOT କ୍ୟାମ୍ପସରେ ଭାରତର ସାମୁଦ୍ରାୟନ ପ୍ରକଳ୍ପ ଅଧୀନରେ ବିକଶିତ 'ମତ୍ସ୍ୟ 6000' ବୁଡାଜାହାଜ ପ୍ରଦର୍ଶନ କରିଥିଲା ​ । ଏହି ଯାନର ଉଦ୍ଦେଶ୍ୟ ହେଉଛି ବିଶେଷ ଭାବରେ ବିରଳ ଖଣିଜ ପଦାର୍ଥ ପାଇଁ ଗଭୀର ସମୁଦ୍ର ମଧ୍ୟରେ ଅନୁସନ୍ଧାନ । ଏହି ବୁଡ଼ାଜାହାଜର ଲମ୍ବ ପ୍ରାୟ 6.6 ମିଟର, ଓଜନ 210 ଟନ୍ ଏବଂ 6,000 ମିଟର ପର୍ଯ୍ୟନ୍ତ ଗଭୀରତାରେ ପହଞ୍ଚିବା ପାଇଁ ଡିଜାଇନ କରାଯାଇଛି । ଗବେଷକମାନଙ୍କୁ ଜୈବ ବିବିଧତା ସହିତ ଗଭୀର ସମୁଦ୍ର ପରିବେଶ ଅଧ୍ୟୟନ କରିବାକୁ ଅନୁମତି ଦେବାକୁ ଲକ୍ଷ୍ୟ ରଖିଛି ।

MATSYA 6000 human submersible
MATSYA 6000 human submersible (File Photo)

'ମତ୍ସ୍ୟ 6000' ସମୁଦ୍ର ଯାନର ବିଶେଷତା:-

  • ଭାରତର ସମୁଦ୍ରାୟାନ ମିଶନ ଅଧୀନରେ ଏହି ସ୍ବେଦେଶୀ ବୁଡ଼ାଜାହାଜ ଗଭୀର ସମୁଦ୍ରକୁ ପଠାଯିବ । ଗଭୀର ସମୁଦ୍ରରେ 6 କିଲୋମିଟର ଗଭୀରତାକୁ ଯାଇପାରିବ ।
  • ଏହି ବୁଡ଼ାଜାହାଜ ନିର୍ମାଣରେ ଟାଇଟାନିୟମ୍ ମିଶ୍ରଣ ବ୍ୟବହୃତ ହୋଇଛି । ଏହା 6000 ମିଟର ଗଭୀରତାରେ ସମୁଦ୍ର ପତ୍ତନଠାରୁ 600ଗୁଣ ଅଧିକ ଚାପକୁ ସହ୍ୟ କରିପାରିବ ।
  • ଏହାର ବ୍ୟାସ 2.1 ମିଟର । ଏଥିରେ ତିନି ଜଣଙ୍କ ପାଇଁ ବସିବା ସ୍ଥାନ ଅଛି । ଏହାକୁ 12 ଘଣ୍ଟା ପାଇଁ ସମୁଦ୍ର ଗଭୀରତାକୁ ପଠାଯିବ ।
  • ଜରୁରୀକାଳୀନ ପରିସ୍ଥିତିରେ ଏହାର 96 ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ । ଯାହା ଯାତ୍ରୀମାନଙ୍କୁ ସାହାଯ୍ୟ କରିବ ।
  • ଆମେରିକା, ଋଷ, ଜାପାନ, ଫ୍ରାନ୍ସ ଏବଂ ଚୀନ ପରେ ମାନବ ବୁଡ଼ା ଜାହାଜ ବିକାଶରେ ଭାରତ ହେଉଛି ଷଷ୍ଠ ଦେଶ । ଏହା 2026 ସୁଦ୍ଧା ଗଭୀର ସମୁଦ୍ରକୁ ଯିବାକୁ ଲକ୍ଷ୍ୟ ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.