ହାଇଦ୍ରାବାଦ:ଗୁଗଲ୍ ନୂଆ ଅପରେଟିଂ ସିଷ୍ଟମ Android 16ର ପ୍ରଥମ ବିଟା ଭର୍ସନ ରିଲିଜ କରିଛି । କମ୍ପାନୀ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଏକ ବ୍ଲଗ୍ ପୋଷ୍ଟରେ ଘୋଷଣା କରିଛି । ଆଣ୍ଡ୍ରଏଡ 16ର ଲାଟେଷ୍ଟ ବିଟା ଅପଡେଟ୍ ଡେଭଲପର୍ସ ଓ ବିଟା ୟୁଜରଙ୍କ ଲାଗି ଲାଇଭ ହୋଇଯାଇଛି । ଗୁଗଲ୍ର କହିବାନୁସାରେ ଏହି ଅପଡେଟ୍ ଦ୍ବାରା ଆପ୍କୁ ବ୍ୟବହାର କରିବା ପ୍ରକ୍ରିୟାରେ ଉନ୍ନତି ଆସିବା ସହ ଅନେକ ଅପଡେଟ୍ ସୁବିଧା ମଧ୍ୟ ମିଳିବ ।
Android 16 Beta 1ର ଖାସ ଫିଚର
- App Adaptivity: ଏଥିରେ ଆପ୍ସଗୁଡ଼ିକ ଅଲଗା ଅଲଗା ପରିସ୍ଥିତିରେ ଅନୁକୂଳ ଭାବେ କାମ କରିବା ଲାଗି ନୂଆ ଟେକ୍ନୋଲୋଜିର ସାମିଲ କରାଯାଇଛି । ଆଣ୍ଡ୍ରଏଡ୍ 16 ବିଟା 1ରେ ଡେଭଲପର୍ସଙ୍କ ଲାଗି ସ୍କ୍ରିନ ଓରିଏଣ୍ଟେସେନ ଓ ରିସାଇଜେବିଲିଟି ପ୍ରତିବନ୍ଧକୁ ହଟାଯାଇଛି । ଏହାର ଅର୍ଥ ଡେଭଲପର ନିଜ ଆପ୍କୁ ବଡ଼ ସ୍କ୍ରିନଯୁକ୍ତ ଡିଭାଇସ ଓ ଫୋଲ୍ଡେବଲ ଓ ଟାବଲେଟ୍ ଲାଗି ସଠିକ ଭାବରେ ଅପ୍ଟିମାଇଜ କରିପାରିବେ ।
- Live Updates of Apps: ଏହି ଫିଚର ଯୋଗୁଁ ୟୁଜରଙ୍କୁ ରିଅଲ-ଟାଇମ ଅପଡେଟ ମିଳିବ । ଡେଭଲପର ଏଥିଲାଗି OSରେ ଏକ ନୂଆ ସିଷ୍ଟମକୁ ସାମିଲ କରିବାକୁ ଯାଉଛନ୍ତି । ଏହି ଫିଚର iOS ଡିଭାଇସରେ ମିଳିବାକୁ ଥିବା ଲାଇଭ ଆକ୍ଟିଭିଟିଜ୍ ନୋଟିଫିକେସନ ବା Dynamic Island ଫିଚର ପରି । ଏହା ୟୁଜରଙ୍କୁ କୌଣସି ଆପ୍ରେ ହେବାକୁ ଥିବା ରିଅଲ ଟାଇମ ଉନ୍ନତିର ରିପୋର୍ଟ ଦେବ । ଉଦାହରଣ ସ୍ବରୂପ, ଆପଣ କୌଣସି ଇ-କମର୍ସ ପ୍ଲାଟଫର୍ମରେ କୌଣସି ଜିନିଷ ଅର୍ଡର କରିଛନ୍ତି ଏହା କେଉଁଠି ପହଞ୍ଚିଲା ଆଦି ସମ୍ପର୍କରେ ସଠିକ ସମୟରେ ସୂଚନା ଦେବ ।
- Advanced Professional Video Format: ଆଣ୍ଡ୍ରଏଡ 16 ଅପଡେଟ୍ ସହିତ ଫୋନରେ ଏକ ନୂଆ ଭିଡିଓ ଫର୍ମାଟ (APV) ଆସିବାକୁ ଯାଉଛି । ଏହି ନୂଆ ଅପଡେଟ HDR 10+କୁ ସପୋର୍ଟ କରିବ । ଏହାଦ୍ବାରା ପ୍ରଫେସନାଲ ଭିଡିଓ ସୁଟ୍ କରିବା ଓ ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରୁଥିବା ୟୁଜରଙ୍କ ଲାଗି ବେଶ ସହାୟକ ହେବ ।
କେଉଁ ଫୋନରେ କାମ କରିବ ବିଟା ଭର୍ସନ ?
ଆଣ୍ଡ୍ରଏଡ 16ର ବିଟା 1 ଭର୍ସନକୁ ୟୁଜର ଗୁଗଲ୍ର କିଛି ନିର୍ଦ୍ଦିଷ୍ଟ ପିକ୍ସେଲ ଫୋନରେ ବ୍ୟବହାର କରିବାକୁ ସକ୍ଷମ ହେବେ । ସେହି ଫୋନଗୁଡ଼ିକର ନାଁ ନିମ୍ନରେ ଜାଣନ୍ତୁ:
- ପିକ୍ସେଲ 6
- ପିକ୍ସେଲ 6 ପ୍ରୋ
- ପିକ୍ସେଲ 6ଏ
- ପିକ୍ସେଲ 7
- ପିକ୍ସେଲ 7 ପ୍ରୋ
- ପିକ୍ସେଲ 7ଏ
- ପିକ୍ସେଲ ଫୋଲ୍ଡ
- ପିକ୍ସେଲ ଟାବଲେଟ୍
- ପିକ୍ସେଲ 8
- ପିକ୍ସେଲ 8 ପ୍ରୋ
- ପିକ୍ସେଲ 8ଏ
- ପିକ୍ସେଲ 9
- ପିକ୍ସେଲ 9 ପ୍ରୋ
- ପିକ୍ସେଲ 9 ପ୍ରୋ ଏକ୍ସଏଲ
- ପିକ୍ସେଲ 9 ପ୍ରୋ ଫୋଲ୍ଡ