ଓଡିଶା

odisha

ETV Bharat / technology

ବର୍ଷ 2024ର ବେଷ୍ଟ ଗୁଗଲ୍‌ ପ୍ଲେ ଷ୍ଟୋର ଆପ୍‌ କେଉଁଟା ? ଯାଞ୍ଚ କରନ୍ତୁ ପୂରା ତାଲିକା

Google Play ବର୍ଷ 2024 ପାଇଁ ବେଷ୍ଟ ଆପ୍‌ ଓ ଗେମ୍ସର ଖୁଲାସା କରିଛି । ତେବେ ତାଲିକାରେ କିଏ କିଏ ଅଛନ୍ତି ଆସନ୍ତୁ ଜାଣିବା...

GOOGLE BEST PLAY STORE APPS 2024
GOOGLE BEST PLAY STORE APPS 2024 (Credit- Google)

By ETV Bharat Tech Team

Published : 5 hours ago

ହାଇଦ୍ରାବାଦ: ଆଉ ଗୋଟିଏ ମାସ ପରେ ବର୍ଷ 2024 ବିଦାୟ ନେବାକୁ ବସିଛି । ଏହା ପରେ ସମସ୍ତେ ବେଶ ଆନନ୍ଦର ସହିତ 2025କୁ ସ୍ବାଗତ କରିବେ । ଏହାରି ମଧ୍ୟରେ ଗୁଗଲ୍‌ ନିଜର ପ୍ଲେ ଷ୍ଟୋରର ବେଷ୍ଟ ଆପ୍‌ ଓ ଗେମ୍ ନାଁର ଖୁଲାସା କରିଛି । ତେବେ ଭାରତରେ ଏଥର 'ବେଷ୍ଟ 2024 ଆୱାର୍ଡ' କାହାକୁ ମିଳିବାକୁ ଯାଉଛି ? କେଉଁ ଆପ୍‌ 2024ରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିଛି ଓ କେଉଁ ଗେମ୍‌କୁ ଲୋକେ ଅଧିକ ପସନ୍ଦ କରିଛନ୍ତି ? ବିଜେତା ସେହି ହୋଇଛି ଯିଏକି ଅଧିକ ୟୁଜରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିପାରିଛି ।

ନଭେମ୍ବର 19 ତାରିଖରେ ଗୁଗଲ୍‌ର ଏହାର ଆୱାର୍ଡ ତାଲିକା ଜାରି କରିଛି । ଏହି ତାଲିକାରେ ଥିବା ସମସ୍ତ ଆପ୍‌ ଓ ଗେମ୍‌ ଗୁଗଲ୍‌ ପ୍ଲେ ଷ୍ଟୋର (Google Play Store)ରେ ଉପଲବ୍ଧ । ଆସନ୍ତୁ ନଜର ପକାଇବେ କେଉଁ ଆପ୍‌ ବିଜେତା ଭାବେ ଘୋଷିତ ହୋଇଛି । ଏଥିଲାଗି Google ଏକ ସ୍ପେଶାଲ କାଟେଗୋରି ପ୍ରସ୍ତୁତ କରିଛି । ଏଥିରେ ‘ଦୈନନ୍ଦିନ ଜରୁରୀ’ ଏବଂ ‘ମଜା ପାଇଁ ସର୍ବୋତ୍ତମ’ ଅନ୍ତର୍ଭୁକ୍ତ । 2024ରେ ‘ସର୍ବୋତ୍ତମ ଗୁଗଲ୍ ପ୍ଲେ ଆପ୍’ ସମ୍ପର୍କରେ ନିମ୍ନରେ ଜାଣନ୍ତୁ:

  • ଆଲି (Alle)- (ଏକ AI ଫ୍ୟାଶନ୍ ଷ୍ଟାଇଲିଷ୍ଟ) 2024 ଭାରତର ସର୍ବୋତ୍ତମ ଆପ୍ ଏବଂ ମଜା ବା ଫନ‌୍‌ ପାଇଁ ସର୍ବୋତ୍ତମ ପୁରସ୍କାର ପାଇଛି ।
  • ହ୍ବାଟ୍ସଆପ୍ ମେସେଞ୍ଜର (WhatsApp LLC) ସର୍ବୋତ୍ତମ ମଲ୍ଟି-ଡିଭାଇସ୍ ଆପ୍ ଆୱାର୍ଡ ଜିତିଛି ।
  • ବ୍ୟକ୍ତିଗତ ଅଭିବୃଦ୍ଧି ପାଇଁ ସର୍ବୋତ୍ତମ ଆପ୍‌ ହେଉଛି Headlyne (AI ସହିତ ଦୈନିକ ଖବର) ।
  • ଦୈନନ୍ଦିନ ଜରୁରୀ ଜିନିଷ ପାଇଁ ସର୍ବୋତ୍ତମ ଆପ୍‌ Fold (ଖର୍ଚ୍ଚ ଟ୍ରାକର୍)
  • ସର୍ବୋତ୍ତମ ହିଡେନ୍‌ ଜେମ୍‌ ଆପ୍ ହେଉଛି Rise: Habit list (ଥିଙ୍କ ଲାଇକ ପ୍ରୋ)
  • ବେଷ୍ଟ ୱାଚ୍ ଆପ୍ ପାଇଁ ସର୍ବୋତ୍ତମ ଆପ୍‌ ହେଉଛି Baby Daybook
  • ବଡ଼ ପରଦା ପାଇଁ ସର୍ବଶ୍ରେଷ୍ଠ ଆପ୍‌ ହେଉଛି ସୋନି LIV (କ୍ରୀଡା ଏବଂ ମନୋରଞ୍ଜନ ପାଇଁ)
ଏହା ବି ପଢନ୍ତୁ
  1. 'ମଣିଷ ତୁମେ ଦୁନିଆ ପାଇଁ ବୋଝ, ଯାଅ ମରିଯାଅ'; ଏମିତି କାହିଁକି କହିଲା Google Gemini
  2. ଏବେ ଆଇଫୋନ ୟୁଜର ବି ପାଇବେ Gemini AI ସୁବିଧା; ଆପ୍‌ ଷ୍ଟୋରରେ ହେଲା ଉପଲବ୍ଧ

ସେହିପରି ଭାରତରେ ବେଷ୍ଟ ଗୁଗଲ୍‌ ପ୍ଲେ ଗେମ୍ସଉପରେ ନଜର ପକାଇଲେ ଏହି ତାଲିକାରେ ଆସୁଛନ୍ତି:

  • ବେଷ୍ଟ ଗେମ 2024 ହେଉଛି 'Squad Busters'
  • ବେଷ୍ଟ ମଲ୍ଟି-ଡିଭାଇସ ଗେମ୍‌ ପାଇଁ 'Clash of clans'
  • ବେଷ୍ଟ ପିକ୍‌ ଅପ୍‌ ଆଣ୍ଡ ପ୍ଲେ ପାଇଁ 'Bullet Echo India'କୁ ଆୱାର୍ଡ ମିଳିଛି ।
  • ବେଷ୍ଟ ଇଣ୍ଡି ଗେମ୍‌- Bloom (ଏହା ହେଉଛି ଏକ ପଜଲ୍‌ ଆଡଭେଞ୍ଚର ଗେମ୍‌)
  • ବେଷ୍ଟ ଷ୍ଟୋରୀ ଥିବା ଗେମ୍‌- ‘Yes,your grace’
  • ବେଷ୍ଟ ଅନଗୋଇଙ୍ଗ ଗେମ୍‌- ‘Battlegrounds Mobile India’
  • ଭାରତରେ ବିକଶିତ ବେଷ୍ଟ ଗେମ୍‌- ‘Indus Battle Royale Mobile’
  • ଲ୍ୟାପଟପ୍‌ରେ ସର୍ବୋତ୍ତମ ଗୁଗଲ ପ୍ଲେ ଗେମ୍ସ ହେଉଛି 'Cookie Run: Tower of adventures'

ABOUT THE AUTHOR

...view details