ଓଡିଶା

odisha

ETV Bharat / technology

ଉପକୃତ ହେବେ ଛାତ୍ର ଓ ଶିକ୍ଷକ; ଗୁଗଲ୍‌ ଆଣିଲା 'Learn About' ଲର୍ଣ୍ଣିଂ ଟୁଲ୍‌ - GOOGLE LEARNING COMPANION

ଏଣିକି ପାଠ ପଢିବା ଓ ପଢାଇବା ହେବା ସହଜ । ଗୁଗଲ୍‌ ଆଣୁଛି Learn About AI ଟୁଲ୍‌ । କଣ ଏହା ବିସ୍ତୃତ ଭାବରେ ଜାଣନ୍ତୁ...

Google 'Learn About' AI
Google 'Learn About' AI (Credit- Google)

By ETV Bharat Tech Team

Published : Nov 13, 2024, 6:10 PM IST

ହାଇଦ୍ରାବାଦ: ଗୁଗଲ୍‌ ପରୀକ୍ଷଣ ଭାବରେ ଏକ ଏଆଇ ଟୁଲ୍‌ 'Learn About' ଲଞ୍ଚ କରିଛି । ଏହାକୁ ବିଶେଷ କରି ପାଠପଢା ସମ୍ବନ୍ଧୀୟ ସହଯୋଗ ଲାଗି ଗୁଗଲର LearnLM AI model ଦ୍ବାରା ଚାଳିତ ଏହି ଟୁଲ୍‌ର ବିକଶିତ କରାଯାଇଛି । ଯାହାଦ୍ବାରା ଅଧିକାଂଶ ମାତ୍ରାରେ ଶିକ୍ଷକ ଓ ଛାତ୍ର ଉପକୃତ ହେବେ । ଏବେ ଏହି ଟୁଲ୍‌କୁ ପରୀକ୍ଷଣ ଭାବେ ଲଞ୍ଚ କରାଯାଇଛି ।

ଅନ୍ୟ ଟୁଲ୍‌ଠାରୁ କିପରି ଅଲଗା 'Learn About':-

AI ଚାଟବଟ୍ ଯେପରି ଚାଟ୍ ଜିପିଟି (ChatGPT), ଜେମିନି (Gemini) ତୁଳନାରେ ଗୁଗଲ୍‌ର ଏହି ନୂଆ ଟୁଲ୍‌ ଇଣ୍ଟରାକ୍ଟିଭ୍ ତାଲିକା, କୁଇଜ୍ ଏବଂ ଅତିରିକ୍ତ ସୂଚନା ବକ୍ସକୁ ବ୍ୟବହାର କରି ଏକ ଭିଜୁଆଲ୍ ଆକର୍ଷଣୀୟ ଫର୍ମାଟରେ ତଥ୍ୟ ସଂଗଠିତ କରି ଏହାକୁ ସଂଜ୍ଞା ଆଧାରରେ ପ୍ରଦାନ କରିଥାଏ । ଯାହାଦ୍ବାରା କୌଣସି ପ୍ରସଙ୍ଗ ସମ୍ପର୍କରେ ସର୍ଚ୍ଚ କରୁଥିବା ଛାତ୍ର କିମ୍ବା ଶିକ୍ଷକଟିଏ ଉକ୍ତ ବିଷୟକୁ ଅଧିକ ଭଲ ଭାବେ ବୁଝିପାରିବ । ଖାଲି ସେତିକି ନୁହେଁ, ଆପଣ ସର୍ଚ୍ଚ କରୁଥିବା ପ୍ରସଙ୍ଗ ସମ୍ବନ୍ଧୀୟ ଅନ୍ୟ ତଥ୍ୟଗୁଡ଼ିକୁ ମଧ୍ୟ ପ୍ରଦାନ କରିବା ଲାଗି ଏହି ଟୁଲ୍‌ ଆପଣଙ୍କ ଅନୁମତି ଲୋଡ଼ିଥାଏ ।

Google's latest AI tool can act as your teacher (Credit- Google)
ଏହା ବି ପଢନ୍ତୁ
  1. LG କଲା କମାଲ; ଆଣିଲା ଦୁନିଆର ପ୍ରଥମ ଷ୍ଟ୍ରେଚେବଲ୍‌ ଡିସପ୍ଲେ, 50% ଲମ୍ବିଯିବ
  2. ଆପଣଙ୍କ ଅଞ୍ଚଳର ପବନ କେତେ ସୁରକ୍ଷିତ ? AQIର ଲାଇଭ ଅପଡେଟ ଦେବ Google Maps
  3. Google ଆଣ୍ଡ୍ରଏଡ ଫୋନ ପାଇଁ ଆଣିଲା କମାଲ ଫିଚର; ଜାଣନ୍ତୁ କଣ ଖାସ
  4. ଜେମିନି ଓ ଚାଟ ଜିପିଟି ମଧ୍ୟରେ ପାର୍ଥକ୍ୟ କଣ ? ଗୁଗଲ-ଓପନଏଆଇ ମଧ୍ୟରେ ହେବ କି ଟକ୍କର
Google's latest AI tool can act as your teacher (Credit- Google)

ଏହି ଟୁଲ୍‌ର କଣ ଉଦ୍ଦେଶ୍ୟ ?

ଏହି ଟୁଲ୍‌ ମାଧ୍ୟମରେ ମୁଖ୍ୟତଃ ଶିକ୍ଷାଗତ ଅନୁସନ୍ଧାନ ଉପରେ ଲକ୍ଷ୍ୟ ରଖାଯାଇଛି । ଲର୍ଣ୍ଣ ଏବାଉଟ୍‌ (Learn About) ସର୍ବଦା ଭରସାଯୋଗ୍ୟ ପ୍ଲାଟଫର୍ମରୁ ଆପଣ ସର୍ଚ୍ଚ କରୁଥିବା ପ୍ରସଙ୍ଗ ବିଷୟରେ ସୂଚନା ପ୍ରଦାନ କରେ । ଉଦାହରଣ ସ୍ବରୂପ, 'ବ୍ରହ୍ମାଣ୍ଡର ଆକାର କିପରି' ପ୍ରଶ୍ନରେ ଯେତେବେଳେ ଗୁଗଲ୍ ଜେମିନି ସାଧାରଣ ପ୍ରଶ୍ନ ପାଇଁ ଉଇକିପିଡ଼ିଆ (WikiPedia)ରୁ ତଥ୍ୟ ସଂଗ୍ରହ କରେ, ସେହି ସମୟରେ ଲର୍ଣ୍ଣ ଏବାଉଟ ପ୍ଲାଟଫର୍ମ ଅନୁସନ୍ଧାନକାରୀ (ସର୍ଚ୍ଚ କରୁଥିବା ବ୍ୟକ୍ତି)ଙ୍କୁ ଏକାଡେମିକ୍ ସାଇଟ୍ ଉଲ୍ଲିଖିତ ଫିଜିକ୍ସ ଫୋରମ୍ ବିଷୟରେ ତଥ୍ୟ ପ୍ରଦାନ କରେ ।

Google's latest AI tool can act as your teacher (Credit- Google)

କେମିତି 'Learn About'ର ବ୍ୟବହାର କରିବେ ?

ଗୁଗଲ୍‌ର ଏହି ଲର୍ଣ୍ଣ ଏବାଉଟ ଟୁଲ୍‌ଟି ବର୍ତ୍ତମାନ ପରକ୍ଷୀଣ ଭାବରେ ୱେବରେ ଏହା କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ଉପଲବ୍ଧ ଅଛି । ଏହି ତାଲିକାରେ ଆମ ଦେଶ ଭାରତ ନାହିଁ । ଟେଷ୍ଟିଂ ଫେଜ ସଫଳ ହେବା ପରେ ହୁଏତ ଏହା ଭାରତ ସମେତ ଅନ୍ୟ ଦେଶରେ ବ୍ୟବହାର ଲାଗି ଉପଲବ୍ଧ ହେବ ।

ABOUT THE AUTHOR

...view details