ଓଡିଶା

odisha

ETV Bharat / technology

ଗଣତନ୍ତ୍ର ଦିବସ, ଗୁଗଲ ଡୁଡୁଲ ଦେଖାଇଲା ହାଇଟେକ ପରେଡର ଝଲକ - ଗଣତନ୍ତ୍ର ଦିବସ

Google Doodle on Republic Day: ଗଣତନ୍ତ୍ର ଦିବସ ଅବସରରେ ସ୍ବତନ୍ତ୍ର ଡୁଡୁଲ ତିଆରି କରିଲା ଗୁଗଲ । ବ୍ଲାକ ଆଣ୍ଡ ହ୍ବାଇଟ ଟିଭଠୁ ନେଇ ସ୍ମାର୍ଟ ଟିଭି ଏବଂ ମୋବାଇଲ ସ୍କ୍ରିନରେ ଦେଖାଇଲା ହାଇଟେକ ପରେଡର ଝଲକ । ଅଧିକ ପଢନ୍ତୁ

Google Doodle
Google Doodle

By ETV Bharat Odisha Team

Published : Jan 26, 2024, 10:39 AM IST

ହାଇଦ୍ରାବାଦ:ଆଜି 75ତମ ଗଣତନ୍ତ୍ର ଦିବସ ପାଳନ କରୁଛି ଦେଶ । ଏହି ପବିତ୍ର ଦିବସ ଅବସରରେ ସବୁଠି ଉଡୁଛି ତ୍ରିରଙ୍ଗା ଏବଂ ଶୁଭୁଛି ବନ୍ଦେ ମାତରମ୍ । ଏହି କ୍ରମରେ ଗୁଗଲ ମଧ୍ୟ ସ୍ସେଶାଲ ଡୁଡଲ କରି ସାଧାରଣତନ୍ତ୍ର ଦିବସକୁ ପାଳନ କରୁଛି । ଗୁଗଲ ଏକ ସ୍ବତନ୍ତ୍ର ଡୁଡୁଲ କରି ପ୍ରତ୍ୟେକ ଉତ୍ସବ ପାଳନ କରୁଥିବା ବେଳେ ଏହି କ୍ରମରେ ଆଜି ମଧ୍ୟ ଏକ ଡୁଡୁଲ ତିଆରି କରିଛି । ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ପୃଷ୍ଠାରେ ଦେଖିବାକୁ ମିଳିଛି ଏହି ଡୁଡୁଲ । ଗଣତନ୍ତ୍ର ଦିବସର ଗୁଗଲ ଡୁଡୁଲ ମୋବାଇଲ ଏବଂ ଓ୍ବେବ ଭର୍ସନରେ ଦେଖିବାକୁ ମିଳୁଛି ।

ଗୁଗଲର ଏହି ଡୁଡୁଲକୁ ବିନ୍ଦ୍ରା ଜାବେରୀ ତିଆରି କରିଛନ୍ତି । ଆଜିର ଗୁଗଲ ଡୁଡୁଲରେ ଗଣତନ୍ତ୍ର ଦିବସ ପରେଡକୁ ବ୍ଲାକ ଆଣ୍ଡ ହ୍ବାଇଟ ଟିଭି , ସ୍ମାର୍ଟ ଟିଭି ଏବଂ ମୋବାଇଲ ସ୍କ୍ରିନରେ ଦର୍ଶାଯାଇଛି । ଏହି ରିପବ୍ଲିକ ଡେ ଡୁଡୁଲରେ ପ୍ୟାରେଡରେ ଅଂଶଗ୍ରହଣ କରୁଥିବା ଓଟମାନଙ୍କୁ ଦର୍ଶାଯାଇଛି । ଗୁଗଲର ରିପବ୍ଲିକ ଡୁଡୁଲ ଉପରେ କ୍ଲିକ କରିବା ପରେ ରଙ୍ଗୀନ କାଗଜ ଟୁକୁରା ବର୍ଷା ହେଲା ଭଳି ମନେ ହେଉଛି ।

ପ୍ରକାଶଥାଉକି, ଗତ ବର୍ଷ ଅର୍ଥାତ 2023 ମସିହା ଗଣତନ୍ତ୍ର ଦିବସ ଅବସରରେ ଗୁଜୁରାଟର କଳାକାର ପାର୍ଥ କୋଠେକର ଭାରତର 74ତମ ଗଣତନ୍ତ୍ର ଦିବସ ଅବସରରେ ଏକ ଡୁଡୁଲ ତିଆରି କରିଥିଲେ । ହାତରେ ତିଆରି ଏକ ଜଟିଳ କଳାକୃତି କରିଥିଲେ । ଯେଉଥିରେ ରାଷ୍ଟ୍ରପତି ଭବନ, ଇଣ୍ଡିଆ ଗେଟ, ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (CRPF) ର ମାର୍ଚିଂ କଣ୍ଟିଜେଣ୍ଟ୍ ଏବଂ ମୋଟରସାଇକେଲ ଚାଳକକୁ ସ୍ଥାମନ ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଆଜି ୭୫ତମ ସାଧାରଣତନ୍ତ୍ର ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ବ୍ରିଟିଶ ସରକାର କବଳରୁ ସ୍ବାଧୀନ ହୋଇଥିଲା, କିନ୍ତୁ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା । ଏହାପରେ ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ବରେ ଏକ ସମ୍ବିଧାନ ଡ୍ରାଫଟିଂ କମିଟି ଗଠନ କରାଯାଇ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ବିଶ୍ବର ଦୀର୍ଘତମ ଲିଖିତ ସମ୍ବିଧାନ ଆଗତ କରାଯାଇଥିଲା । ଏହାର ଠିକ୍ ଦୁଇ ବର୍ଷ ପରେ ଅର୍ଥାତ ୧୯୫୦ ମସିହା ଜାନୁଆରୀ ୨୬ରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସମ୍ବିଧାନ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details