ହାଇଦ୍ରାବାଦ: କୁହାଯାଏ ପରିବେଶ ସୁରକ୍ଷା ଜୀବନ ରକ୍ଷା । ଆଜି ବିଶ୍ବ ପୃଥିବୀ ଦିବସ । ପରିବେଶର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟେରେ ପ୍ରତିବର୍ଷ ଏପ୍ରିଲ 22 ତାରିଖକୁ ବିଶ୍ବ ପୃଥିବୀ ଦିବସ ଭାବେ ପାଳନ କରାଯାଇଥାଏ । ତେବେ ଆଜିକା ସମୟରେ ମନୁଷ୍ୟ ବିକାଶ ଦିଗରେ କାର୍ଯ୍ୟ କରୁଥିବା ବେଳେ ପରିବେଶକୁ ମଧ୍ୟ ସେତିକି ପ୍ରଦୂଷଣ କରୁଛି । ତାପମାତ୍ରା ବୃଦ୍ଧି, ପ୍ରଦୂଷଣ ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି । କିନ୍ତୁ ସମସ୍ତ ଭାରତୀୟ ଏଥିପ୍ରତି ଚିନ୍ତାଶୀଳ ହେବା ଉଚିତ । କାରଣ ସଭିଙ୍କ ପାଇଁ ପୃଥିବୀ ହିଁ ଏକମାତ୍ର ବାସସ୍ଥାନ । ତେଣୁ ଧରିତ୍ରୀ ମାସର ସୁରକ୍ଷା ଅତ୍ୟନ୍ତ ଜରୁରୀ ଅଟେ । ବର୍ତ୍ତମାନ ବିଶ୍ବର 141ଟି ଦେଶରେ ଏହି ଦିବସ ପାଳନ କରାଯାଉଛି ।
ପ୍ରତ୍ୟେକ ବର୍ଷ ଏକ ଥିମ୍କୁ ଆଧାର କରି ପୃଥିବୀ ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ ହେଉଛି ପୃଥିବୀ ବନାମ ପ୍ଲାଷ୍ଟିକ(Planet Versus Plastic) । ତେବେ ପ୍ରତ୍ୟକ ବର୍ଷ ଗୁଗଲ ମଧ୍ୟ ଏକ ଡୁଡୁଲ ପ୍ରସ୍ତୁତ କରି ପୃଥିବୀ ଦିବସ ପାଳନ କରିଥାଏ । ଚଳିତ ବର୍ଷ ଗୁଗଲ ଏକ ଡୁଡୁଲ କରି ଗ୍ରହର ଏରିୟଲ ଭ୍ୟୁ ଦେଖାଇଛି । ପୃଥିବୀ ଦିବସ ଉପଲକ୍ଷେ ଗୁଗଲ ପକ୍ଷରୁ ତିଆରି ହୋଇଥିବା ଡୁଡଲରେ ପୃଥିବୀର ପ୍ରାକୃତିକ ଦୃଶ୍ୟ ଦେଖାଇଛି । ଆଜିର ଦିନରେ ଜଳବାୟୁ ପରିବର୍ତ୍ତନ ନେଇ ଦୃଷ୍ଟି ଆକର୍ଷଣ କରାଯାଉଥିବା ବେଳେ ଠିକ ସମାନ ଢଙ୍ଗରେ ଡୁଡୁଲ ପ୍ରସ୍ତୁତ କରିଛି ଗୁଗଲ । ଏହା ବ୍ୟତୀତ ଏକ ସମୃଦ୍ଧ ଜୈବ ବିବିଧତାକୁ ଦର୍ଶାଇ ଏରିୟଲ ଫଟୋଗ୍ରାଫ ପ୍ରଦର୍ଶନ କରିଛି । ଯାହାକି ଭବିଷ୍ୟତ ପିଢି ପାଇଁ ପ୍ରକୃତିର ସଂରକ୍ଷଣକୁ ଗୁରୁତ୍ବ ଦେଇଛି ।
ଏହା ମଧ୍ୟ ପଢନ୍ତୁ:ଅନ୍ତରାଷ୍ଟ୍ରୀୟ ଧରିତ୍ରୀ ମାତା ଦିବସ: ଧରିତ୍ରୀର ଅବକ୍ଷୟ ଆମ ଧ୍ବଂସର ସତର୍କ ଘଣ୍ଟି - INTERNATIONAL MOTHER EARTH DAY
ଡୁଡଲରେ ପ୍ରକୃତିର ଭିନ୍ନ ଭିନ୍ନ ଦୃଶ୍ଯ ଦେଖାଯାଇଥିଲା । ସେୟାର କରାଯାଇଥିବା 6ଟି ଗ୍ରହର ରୂପରେଖର ଦୃଶ୍ୟରେ ଗୁଗଲର ଛବି ମଧ୍ୟ ରହିଥିଲା । ଗୁଗଲ ବିଶ୍ବର ଏଭଳି ସ୍ଥାନକୁ ପ୍ରତିପାଦନ କରୁଛି ଯେଉଥିରେ ଲୋକେ ସମ୍ପ୍ରଦାୟ ଏବଂ ସରକାରମାନେ ଗ୍ରହର ପ୍ରାକୃତିକ ସୌନ୍ଦର୍ଯ୍ୟ, ଜୈବ ବିବିଧତା ଏବଂ ସମ୍ବଳର ସୁରକ୍ଷା ପାଇଁ ପ୍ରତିଦିନ କାର୍ଯ୍ୟ କରୁଛନ୍ତି ।
Gପ୍ରଥମ ଫଟୋ ତୁର୍କ ଏବଂ କୈକୋସ ଦ୍ବୀପ ସମୂହ: ଏହି ଦ୍ୱୀପପୁଞ୍ଜଗୁଡ଼ିକରେ ଜୈବବିବିଧତା କ୍ଷେତ୍ରରେ ଘର ରହିଛି । ପରିବେଶ ଆହ୍ବାନର ସମାଧାନ ପାଇଁ ଏଠାରେ ସଂରକ୍ଷଣ ପ୍ରୟାସ ଚାଲିଛି ।