ହାଇଦ୍ରାବାଦ:ଇଟାଲୀୟ ଦୁଇ ଚକିଆ ନିର୍ମାତା କମ୍ପାନୀ ଡୁକାଟୀ ଭାରତୀୟ ବଜାର ପାଇଁ 2025 ବର୍ଷ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । 14ଟି ନୂଆ ଉତ୍ପାଦ ସହିତ ବଜାରରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପ୍ରସ୍ତୁତ ହୋଇସାରିଛି । ଚଳିତ ବର୍ଷ କମ୍ପାନୀ ଭାରତରେ 14ଟି ମୋଟରସାଇକେଲ ଲଞ୍ଚ କରିବ ବୋଲି ଘୋଷଣା କରିଛି ଯେଉଁଥିରେ ବ୍ରାଣ୍ଡର ନୂତନ ଉତ୍ପାଦ, ସ୍ବତନ୍ତ୍ର ସଂସ୍କରଣ ମଡେଲ ଏବଂ ବିଦ୍ୟମାନ ବାଇକର ଅପଡେଟ୍ ଭର୍ସନ ସାମିଲ ।
ନୂତନ ବାଇକ୍ରେ କିଏ ସାମିଲ ?
- ଏହା ବ୍ୟତୀତ କମ୍ପାନୀ ପ୍ରମୁଖ ସହରରେ ଅଧିକ ଷ୍ଟୋର ଖୋଲି ଭାରତରେ ଏହାର ଡିଲରସିପ୍ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ନୂତନ ବାଇକରେ ଶକ୍ତିଶାଳୀ Ducati Panigale V4 ସ୍ପୋର୍ଟବାଇକ୍ର ଲାଟେଷ୍ଟ ଭର୍ସନ ଅନ୍ତର୍ଭୁକ୍ତ ହେବ । ଏହାର ସପ୍ତମ ପିଢିକୁ ଗତ ବର୍ଷ ଅନ୍ତର୍ଜାତୀୟ ବଜାର ପାଇଁ ବ୍ୟାପକ ପରିବର୍ତ୍ତନ କରାୟାଇଥିଲା ଏବଂ 2025 ମସିହାରେ ଏହା ଭାରତରେ ଲଞ୍ଚ ହୋଇପାରେ ବୋଲି ଆଶା କରାଯାଉଛି ।
- Ducati Panigale ସହିତ କମ୍ପାନୀ ଏହାର ନେକେଡ୍ ଭର୍ସନ, Streetfighter V4ର ଚତୁର୍ଥ ଜେନେରସନ ମଧ୍ୟ ଆସିବ । ଏହା ବ୍ୟତୀତ କମ୍ପାନୀ ବଜାରରେ ଏହାର ନୂତନ V2 ପ୍ଲାଟଫର୍ମ ଉପରେ ଆଧାର କରି ଉତ୍ପାଦ ମଧ୍ୟ ଲଞ୍ଚ କରିବ, ଯେଉଁଥିରେ Multistrada V2, Streetfighter V2 ଏବଂ Panigale V2 ସାମିଲ ।
- ଏହି ବାଇକ୍ ଗୁଡିକରେ DesertX Discovery ଏବଂ ଦ୍ବିତୀୟ ଜେନେରେସନର Scrambler Dark ସାମିଲ ହେବ । କମ୍ପାନୀ ଦ୍ବାରା ଲଞ୍ଚ ହେବାକୁ ଥିବା ପାଞ୍ଚଟି ସୀମିତ ସଂସ୍କରଣ ମଡେଲ ମଧ୍ୟରୁ 3ଟି ବିକ୍ରି ହୋଇସାରିଛି, ଯେଉଁଥିରେ Diavel For Bentley, Panigale V2 Final Edition ଓ Panigale V4 Tricolore Italia ସାମିଲ ।
- ସେଥିମଧ୍ୟରୁ କମ୍ପାନୀ Scrambler Rizoma ଏବଂ Panigale V4 Tricolore ପାଇଁ ବୁକିଂ ଆରମ୍ଭ କରିଛି । ଡୁକାଟୀ 2025ର ପ୍ରଥମ ତ୍ରୟ ମାସିକରୁ ପର୍ଯ୍ୟାୟ କ୍ରମେ ଏହି ବାଇକ୍ ଲଞ୍ଚ କରିବା ଆରମ୍ଭ କରିବ । ଏହି ମଡେଲଗୁଡିକର ସାଙ୍କେତିକ ମୂଲ୍ୟ ଜାନୁଆରୀ 2025ର ଦ୍ବିତୀୟ ସପ୍ତାହରୁ କମ୍ପାନୀର ଇଣ୍ଡିଆ ୱେବସାଇଟରେ ଲାଇଭ୍ ହେବ ଏବଂ ଚୂଡ଼ାନ୍ତ ମୂଲ୍ୟ ଲଞ୍ଚ ହେବା ପୂର୍ବରୁ ଘୋଷଣା କରାଯିବ ।