ହାଇଦ୍ରାବାଦ: ଇଟାଲୀୟ ଦୁଇ ଚକିଆ ନିର୍ମାତା କମ୍ପାନୀ ଡୁକାଟି ଭାରତରେ ଏହାର ନୂଆ ବାଇକ୍ DesertX Discoveryକୁ ଲଞ୍ଚ କରିଛି । ଏହା ଆଡଭେଞ୍ଚର ବାଇକ୍ ଷ୍ଟାଣ୍ଡାର୍ଡ ଓ Rally DesertX ଲାଇନଅପ୍ରେ ମଝିରେ ଆସୁଛି । କିନ୍ତୁ ଏହି ନୂଆ ବାଇକ୍ରେ ଅତିରିକ୍ତ ଉପକରଣ ଲାଗିଥିବାବେଳେ ଏହାର ରଙ୍ଗରେ ପରିବର୍ତ୍ତନ କରାଯାଇଛି । ଏଥିଲାଗି ଏହି ବାଇକ୍ର ଦାମ ମଧ୍ୟ ବୃଦ୍ଧି ପାଇଛି । କୌଣସି ଗ୍ରାହକ ଯଦି ଏହି ବାଇକ୍କୁ କିଣିବାକୁ ଚାହୁଁଛନ୍ତି ତେବେ ସାରା ଦେଶରେ ଥିବା ଡୁକାଟି ଡିଲରସିପ୍ଙ୍କ ନିକଟରୁ କିଣିପାରିବେ ।
Ducati DesertX Discovery: ଦାମ ଓ ପ୍ରତିଦ୍ବନ୍ଦ୍ବୀ
ଡୁକାଟି ଡିଜର୍ଟଏକ୍ସ ଡିସ୍କଭରି ବାଇକ୍ର ଦାମ 21,78,200 ଟଙ୍କା (ଏକ୍ସଶୋରୁମ) ରହିଛି, ଯାହାକି ଷ୍ଟାଣ୍ଡାର୍ଡ ଡୁକାଟି DesertX ଭାରିଏଣ୍ଟଠାରୁ 3.45 ଲକ୍ଷ ଟଙ୍କା ଅଧିକ । ଏହି ବାଇକ୍ଟି ବଜାରରେ ଅନ୍ୟ ଆଡଭେଞ୍ଚର ବାଇକକୁ ଟକ୍କର ଦେବ ଯେଉଁଥିରେ Triumph Tiger 900 Rally Pro ଓ BMW F 900 GS ସାମିଲ ।
Ducati DesertX Discovery: ଫିଚର
ଏହି ମୋଟରସାଇକେଲର ଫିଚର କଥା କହିଲେ ଏହା ଷ୍ଟାଣ୍ଡାର୍ଡ ଭାରିଏଣ୍ଟ ସହିତ ପ୍ରାୟତଃ ସମାନ । ଏଥିରେ 5-ଇଞ୍ଚ TFT ଡିସପ୍ଲେ ରହିଛି ଯାହାକି ସ୍ମାର୍ଟଫୋନ କନେକ୍ଟିଭିଟିକୁ ସପୋର୍ଟ କରିଥାଏ । ଏହାବାଦ ଏଥିରେ ଟର୍ଣ୍ଣ-ବାଏ-ଟର୍ଣ୍ଣ ନାଭିଗେସନ, କଲ୍ ଓ SMS ଆଲର୍ଟ ଓ Ducati Link ଆପ୍ ଜରିଆରେ ମ୍ୟୁଜିକ୍ କଣ୍ଟ୍ରୋଲ ମଧ୍ୟ କରାଯିବ । ଏହାବାଦ ଏଥିରେ 6 ରାଇଡିଂ ମୋଡ୍ (Touring, Sport, Wet, Urban, Enduro, Rally) ସାମିଲ । ସେପଟେ ABS, ହ୍ବିଲ୍ କଣ୍ଟ୍ରୋଲ, ଇଞ୍ଜିନ ବ୍ରେକିଂ କଣ୍ଟ୍ରୋଲ, କ୍ରୁଜ୍ କଣ୍ଟ୍ରୋଲ୍, ସେଲ୍ଫ କ୍ୟାନ୍ସେଲିଂ ଇଣ୍ଡିକେଟର, ଷ୍ଟିଅରିଂ ଡାମ୍ପର, USB ଚାର୍ଜିଂ ପୋର୍ଟ ରହିଛି ।
Ducati DesertX Discovery Motorcycle (Image Credit: Ducati India) Ducati DesertX Discovery: ସ୍ପେଶିଫିକେସନ
ଡୁକାଟି ଡିଜର୍ଟଏକ୍ସ ଡିସ୍କଭରି ବାଇକ୍ 937cc ଲିକ୍ବିଡ୍-କୁଲଡ୍ ଇଞ୍ଜିନ, 6-ସ୍ପିଡ୍ ଗିଅରବକ୍ସ ରହିଛି । ଇଞ୍ଜିନ 9250rpmରେ 108.4bhp ଶକ୍ତି ଉତ୍ପନ୍ନ କରିଥାଏ, ସେହିପରି 6500rpmରେ 92nm ଟର୍କ ଉତ୍ପନ୍ନ କରେ । ଏହାର ଓଜନ 210କେଜି ଥିବାବେଳେ ତେଲ ଟାଙ୍କିର କ୍ଷମତା 21 ଲିଟର ରହିଛି ।
Ducati DesertX Discovery Motorcycle (Image Credit: Ducati India) Ducati DesertX Discovery: କଣ ନୂଆ ?
ଡୁକାଟି ଡିଜର୍ଟଏକ୍ସ ଡିସ୍କଭରି ଦୁଇଟି ନୂଆ କଲର ଅପସନ ଥ୍ରିଲିଂ ବ୍ଲାକ୍ ଓ ଡୁକାଟି ରେଡ୍ ସହିତ ଉପଲବ୍ଧ । ବାଇକ୍ର ଆଗରେ ପୂର୍ବାପେକ୍ଷା ଏକ ଲମ୍ବା ୱିଣ୍ଡସ୍କ୍ରିନ ରହିଛି, ଯାହାକି ଯାତ୍ରା ସମୟରେ ଅଧିକ ଆରାମଦାୟକ ହେବ । ଏହାସହିତ ଏଥିରେ ଏକ ସେଣ୍ଟର ଷ୍ଟାଣ୍ଡ୍ ରହିଛି ଯାହାକି ଅସମତୁଲ ଚଟାଣରେ ମଧ୍ୟ ପାର୍କିଂ ଲାଗି ସହଜ ହେବ । ଏକ ସବସ୍କ୍ରିପସନ୍ ଉପରେ ଆଧାର କରି ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର ଟର୍ଣ୍ଣ-ଟୁ-ନାଭିଗେସନକୁ ସମର୍ଥନ କରେ । ଉଲ୍ଲେଖଯୋଗ୍ୟ ପ୍ରଥମ ପାଞ୍ଚ ବର୍ଷ ପାଇଁ ଏହି ଫିଚର ମାଗଣା ଆସେ |
Ducati DesertX Discovery Motorcycle (Image Credit: Ducati India)