ଓଡିଶା

odisha

ETV Bharat / technology

ବଟନ୍‌ ଚିପି ମଣିଷଙ୍କ ଭଳି କଥା କହିପାରେ କି କୁକୁର ? କଣ କହୁଛି ବିଜ୍ଞାନ - Can Dogs Talk By Pressing Buttons - CAN DOGS TALK BY PRESSING BUTTONS

CAN DOGS TALK BY PRESSING BUTTONS: ମଣିଷଙ୍କ ଭଳି ଭାଷାର ବ୍ୟବହାର କରେ କି କୁକୁର ? ସାଉଣ୍ଡବୋର୍ଡ ବଟନ୍‌ ସହାୟତାରେ ମଣିଷଙ୍କ ଭଳି କଥା ହୋଇପାରେ କି କୁକୁର ? ଏହାର ଉତ୍ତର ହଁ...ସାଉଣ୍ଡବୋର୍ଡ ବ୍ୟବହାର କରି ଜଣେ ମଣିଷଙ୍କ ଭଳି କୁକୁର ମଧ୍ୟ କଥା କହିପାରେ । ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା

CAN DOGS TALK BY PRESSING BUTTONS
CAN DOGS TALK BY PRESSING BUTTONS (Getty Images)

By ETV Bharat Tech Team

Published : Aug 30, 2024, 1:17 PM IST

ହାଇଦ୍ରାବାଦ:ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ସାଉଣ୍ଡବୋର୍ଡ ବଟନ୍‌ ଚିପି କୁକୁର ଭୋକିବା ଶବ୍ଦରେ ଏକ କୁକୁର ସହିତ କଥା ହେଉଥିଲା । ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକ୍‌ ଓ ଇନଷ୍ଟାଗ୍ରାମରେ ଏହା ଖୁବ ଭାଇରାଲ ହେଉଥିଲା । ଏହାପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ବାସ୍ତବରେ କଣ ଭାଷା ମାଧ୍ୟମରେ କୁକୁରଟିଏ ମଣିଷ ସହିତ ଯୋଗାଯୋଗ କରିପାରେ ନା ସେ କେବଳ ନିଜ ମାଲିକର ନିର୍ଦ୍ଦେଶକୁ ବୁଝେ ?

Researchers Amalia Bastos and Patrick Wood with one of the canine study subjects in the dog's home (Comparative Cognition Lab at UC San Diego)

କଣ କହୁଛି ଗବେଷଣା ?

କାଲିଫର୍ଣ୍ଣିଆର ଏକ ବିଶ୍ବବିଦ୍ୟାଳୟର ଗବେଷକମାନେ ଏହା ଉପରେ ଅଧ୍ୟୟନ କରିଥିଲେ । ଅଧ୍ୟୟନରୁ ଜଣାପଡ଼ିଛି ଯେ ସାଉଣ୍ଡବୋର୍ଡ ବଟନ୍ ସହିତ ତାଲିମ ପ୍ରାପ୍ତ କୁକୁରମାନେ ପ୍ରକୃତରେ ନିର୍ଦ୍ଦିଷ୍ଟ ଶବ୍ଦଗୁଡ଼ିକୁ ବୁଝିପାରିବେ । ଏହାସହିତ ପ୍ରସଙ୍ଗଗତ ଉପଯୁକ୍ତ ପ୍ରତିକ୍ରିୟା ମଧ୍ୟ ଉତ୍ପାଦନ କରିପାରିବେ । ୟୁସି ସାନ ଡିଏଗୋର କଗ୍ନିଟିଭ୍ ସାଇନ୍ସ ବିଭାଗର ଆସୋସିଏଟ୍ ପ୍ରଫେସର ତଥଆ ଲ୍ୟାବର ମୁଖ୍ୟ ଫେଡେରିକୋ ରୋସାନୋଙ୍କ ନେତୃତ୍ବରେ ବଟନ୍ ତାଲିମପ୍ରାପ୍ତ ଗୃହପାଳିତ ପଶୁମାନଙ୍କ ଉପରେ ଏହି ଗବେଷଣା କରାଯାଇଥିଲା ।

ଏହା ବି ପଢନ୍ତୁ- ଅଫିସ ଚାପରେ ଚେପା ରୋବୋଟ, ଚିନ୍ତାରେ ପଡି ହାରିଲା ଜୀବନ

ଅଧ୍ୟୟନରୁ ଜଣାପଡିଛି ଯେ ସାଉଣ୍ଡବୋର୍ଡ ବ୍ୟବହାର କରୁଥିବା ତାଲିମ ପ୍ରାପ୍ତ କୁକୁରମାନେ 'ଖେଳ' ଏବଂ 'ଆଉଟସାଇଡ' ଭଳି ଶବ୍ଦର ସଠିକ୍ ଭାବରେ ପ୍ରତିକ୍ରିୟା କରିଥିଲେ । ଏହି ଶବ୍ଦଗୁଡ଼ିକ ସେମାନଙ୍କ ମାଲିକଙ୍କ ଦ୍ବାରା କୁହାଯାଇଛି କିମ୍ବା ଏକ ବଟନ୍ ଦବାଇ ଟ୍ରିଗର ହୋଇଛି ଏବଂ ବଟନଗୁଡ଼ିକ ମାଲିକଙ୍କ ଦ୍ବାରା ଦବାଯାଇଛି କି ନାହିଁ କିମ୍ବା ଅଜଣା ବ୍ୟକ୍ତିଙ୍କ ଦ୍ବାରା ଦବାଯାଇଛି ତାହା କୁକୁରମାନେ ଖାତିର କରିନଥିଲେ । ଏହା ସୂଚିତ କରେ ଯେ କୁକୁରମାନେ କେବଳ ସେମାନଙ୍କର ମାଲିକମାନଙ୍କ ଶରୀର ଭାଷା ବା ଉପସ୍ଥିତି ପଢୁନାହାଁନ୍ତି, ବରଂ ଶବ୍ଦଗୁଡ଼ିକୁ ଚିହ୍ନଟ କରୁଛନ୍ତି । ଏହି ଅନୁସନ୍ଧାନ ଗୁରୁତ୍ବପୂର୍ଣ୍ଣ କାରଣ ଏହି ଶବ୍ଦ କୁକୁରମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ ଏବଂ ସେମାନେ କେବଳ ଶବ୍ଦଗୁଡ଼ିକର ଉତ୍ତର ମଧ୍ୟ ଦେଉଛନ୍ତି ।

ଏହା ବି ପଢନ୍ତୁ- 2025ରେ ମହାକାଶରୁ ଫେରିବେ ସୁନୀତା; 8 ଦିନ ପାଇଁ ଯାଇଥିଲେ, 8 ମାସ ପର୍ଯ୍ୟନ୍ତ କେମିତି ବଞ୍ଚିବେ !

ଗବେଷକମାନେ ବର୍ତ୍ତମାନ ଏହା ଉପରେ ନିଜର ଅଧ୍ୟୟନ ଜାରି ରଖିଛନ୍ତି । କୁକୁରମାନେ କିପରି ସକ୍ରିୟ ଭାବେ ଏହି ବଟନ୍‌ର ବ୍ୟବହାର କରୁଛନ୍ତି, ନିଜ ଘରେ ଓ ବାହାରେ ପାଳିତ କୁକୁରମାନଙ୍କର ବ୍ୟବହାର କିପରି ରହୁଛି ସେ ସମ୍ପର୍କରେ ମଧ୍ୟ ଅଧିକ ଗବେଷଣା ଜାରି ରଖିଛନ୍ତି ବୈଜ୍ଞାନିକ ।

ABOUT THE AUTHOR

...view details