ହାଇଦ୍ରାବାଦ:ଆପଲ୍ର ଲାଟେଷ୍ଟ ଆଇଫୋନ 16 ଗତ ସେପ୍ଟେମ୍ବର 9 ତାରିଖରେ ଲଞ୍ଚ ହୋଇଥିଲା । 20 ତାରିଖରୁ ଏହାର ସେଲ୍ ଆରମ୍ଭ ହୋଇଥିଲା । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମେକ ଇନ ଇଣ୍ଡିଆର iPhone 16 ସ୍ମାର୍ଟଫୋନର ଚାହିଦା ଦେଶରେ ବୃଦ୍ଧି ପାଇଛି ବୋଲି ଟ୍ରେଡ ଆନାଲିଷ୍ଟ ମତ ରଖିଛନ୍ତି । ଆଇଫୋନରେ ଅନେକ ଲାଭଦାୟକ ଫିଚର ଥିବାରୁ ଲୋକେ ଏହାକୁ ପସନ୍ଦ କରୁଛନ୍ତି ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି ।
ଦେଶରେ ବଢୁଛି ମେକ ଇନ ଇଣ୍ଡିଆ iPhone 16ର ଚାହିଦା:-
ଆପଲର ନିଜସ୍ବ 'ମେକ୍ ଇନ୍ ଇଣ୍ଡିଆ' ଆଇଫୋନ୍ 16 ଦେଶରେ ଚାହିଦା ଦେଖିବାକୁ ମିଳିଛି । ଶୁକ୍ରବାର ବାଣିଜ୍ୟ ବିଶ୍ଳେଷକଙ୍କ ଅନୁଯାୟୀ ଆକର୍ଷଣୀୟ ଆର୍ଥିକ ଯୋଜନା ଏବଂ ଆପଲ୍ ରିଟେଲ ଷ୍ଟୋରରେ ତଥା ଅନଲାଇନ୍ରେ ଟ୍ରେଡ୍ ଇନ୍ ଅଫର ଯୋଗୁଁ ନୂତନ ଆଇଫୋନ୍ ଦ୍ରୁତ ଗତିରେ ବିକ୍ରି ହେଉଛି । ଏହି ଫୋନରେ କ୍ୟାମେରା କଣ୍ଟ୍ରୋଲ୍, ଏକ ଶକ୍ତିଶାଳୀ 48 MP ଫ୍ୟୁଜନ୍ ଲେନ୍ସ ସିଷ୍ଟମ୍ (ଗୋଟିଏରେ ଦୁଇଟି ଅପ୍ଟିକାଲ୍-ଗୁଣାତ୍ମକ କ୍ୟାମେରା), ନୂତନ A18 ଚିପ୍ ଏବଂ ଉନ୍ନତ ବ୍ୟାଟେରୀ ଲାଇଫ୍ ଭଳି ଅନେକ ମହତ୍ବପୂର୍ଣ୍ଣ ଫିଚର ଅଛି । କାଉଣ୍ଟର ପଏଣ୍ଟ ରିସର୍ଚ୍ଚର ଉପସଭାପତି ନୀଲ ଶାହା କହିଛନ୍ତି ଯେ ଦେଶରେ ଆଇଫୋନ୍ 16 ପ୍ରତି ଉତ୍ସାହ ପ୍ରକୃତରେ ବହୁତ ଭଲ ।