ହାଇଦ୍ରାବାଦ: ଆଜିକାଲି ଲୋକେ ଦାମି ବା ବ୍ରାଣ୍ଡେଡ ଜିନିଷ ବ୍ୟବହାର କରିବା ପ୍ରତି ରୁଚି ରଖୁଛନ୍ତି । କାରଣ ଦାମି ଜିନିଷ ଆପଣଙ୍କୁ ଏକ ରିଚ୍ ଲୁକ୍ ଦେବା ସହ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାରଯୋଗ୍ୟ । ତେବେ ଏହାରି ଭିତରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଜଣାପଡ଼ିଛି ଯେ ଭାରତରେ ଦାମି ସ୍ମାର୍ଟଫୋନର ଚାହିଦା ବୃଦ୍ଧି ପାଉଛି । ଗ୍ରାହକମାନେ ପ୍ରାୟ 1ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ସ୍ମାର୍ଟଫୋନ କ୍ରୟ କରୁଛ୍ତି ।
SALE OF COSTLY MOBILE IN INDIA (SAMSUNG) ବଢୁଛି ଦାମି ଫୋନର କ୍ରେଜ:-
କାଉଣ୍ଟର ପଏଣ୍ଟ ରିସର୍ଚ୍ଚ ଅନୁଯାୟୀ, ଚଳିତ କ୍ୟାଲେଣ୍ଡର ବର୍ଷର ପ୍ରଥମ ତ୍ରିମାସରେ 1 ଲକ୍ଷରୁ ଅଧିକ ମୂଲ୍ୟର ସ୍ମାର୍ଟଫୋନର ପରିବହନ 20% ବୃଦ୍ଧି ପାଇଥିବା ବେଳେ ଦ୍ବିତୀୟ ତ୍ରିମାସରେ 10% ବୃଦ୍ଧି ପାଇଛି । ଚଳିତ ବର୍ଷର ପ୍ରଥମାର୍ଦ୍ଧରେ 1 ଲକ୍ଷରୁ ଅଧିକ ସେଗମେଣ୍ଟର ବଜାର ଅଂଶ ଏକ ପ୍ରତିଶତରୁ ଅଧିକ ରହିଥିଲା ।କାଉଣ୍ଟର ପଏଣ୍ଟ ରିସର୍ଚ୍ଚର ନିର୍ଦ୍ଦେଶକ ତରୁଣ ପଠକ କହିଛନ୍ତି, "ସାମସଙ୍ଗ ଗାଲାକ୍ସି ଫୋଲଡେବଲ୍ ଏବଂ ନୂତନ ଆପଲ୍ ଆଇଫୋନ୍ ସିରିଜ୍ ଆସିବା ପରେ ଦ୍ବିତୀୟାର୍ଦ୍ଧରେ ଏହି ଅଂଶ ସାମାନ୍ୟ ବୃଦ୍ଧି ପାଇବ ।"
ଏହା ବି ପଢନ୍ତୁ- ବାରମ୍ବାର ଆପଣଙ୍କ ଫୋନ ହିଟ୍ ହୋଇଯାଉଛି କି ? ଶୀଘ୍ର କରନ୍ତୁ ଏହି ସେଟିଂ, ନଚେତ ଘଟିପାରେ ଅଘଟଣ
ସେ ଆହୁରି କହିଛନ୍ତି ଯେ 2021 ମସିହାରେ ଦେଶରେ ଲକ୍ସରୀ ବା ସୁପର ପ୍ରିମିୟମ ସ୍ମାର୍ଟଫୋନର ବିକ୍ରି 14 ପ୍ରତିଶତ ବୃଦ୍ଧି ପାଇଛି । 2022ରେ 96 ପ୍ରତିଶତ ଏବଂ 2023ରେ 53 ପ୍ରତିଶତ ବୃଦ୍ଧି ପାଇଥିଲା । 2023 ମସିହାରେ ସାମସଙ୍ଗ ସୁପର ପ୍ରିମିୟମ ସ୍ମାର୍ଟଫୋନ ବଜାରରେ 52 ପ୍ରତିଶତ ଅଂଶଧନ ହାସଲ କରିଥିବାବେଳେ ଆପଲ (Apple)ର ଅଂଶ 46 ପ୍ରତିଶତ ଥିଲା ।
ସାଇବର ମିଡିଆ ରିସର୍ଚ୍ଚ (ସିଏମଆର)ର ଉପାଧ୍ୟକ୍ଷ ପ୍ରଭାସ ରାମଙ୍କ ଅନୁଯାୟୀ, ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ପ୍ରିମିୟାଇଜେସନର ଲହର କ୍ରମାଗତ ଭାବରେ ଶକ୍ତିଶାଳୀ ହେଉଛି । ସେ କହିଛନ୍ତି ଯେ ଗ୍ରାହକମାନେ ବର୍ତ୍ତମାନ ଏପରି ସ୍ମାର୍ଟଫୋନ୍ ଡିଭାଇସକୁ ପସନ୍ଦ କରୁଛନ୍ତି ଯାହା କେବଳ ଉନ୍ନତ ବିଶେଷତା ଏବଂ ଫିଚର ପ୍ରଦାନ କରେ ନାହିଁ, ବରଂ ଲାଇଫଷ୍ଟାଇଲ ଷ୍ଟେଟମେଣ୍ଟ ଭାବରେ ମଧ୍ୟ କାର୍ଯ୍ୟ କରେ ।
ସବୁଠୁ ଆଗରେ Samsung:-
ପ୍ରଭାସଙ୍କ କହିବାନୁସାରେ, ଗତ 6 ମାସ ମଧ୍ୟରେ 1ଲକ୍ଷରୁ ଅଧିକ ମୂଲ୍ୟର ଫୋନ ବିକ୍ରି ପ୍ରାୟ 80 ପ୍ରତିଶତ ବୃଦ୍ଧି ପାଇଛି । ଏପ୍ରିଲ-ଜୁନ ତ୍ରିମାସରେ, ସାମସଙ୍ଗ ମୂଲ୍ୟ ହିସାବରେ 25 ପ୍ରତିଶତ ବୃଦ୍ଧି ଘଟି ବଜାରରେ ପ୍ରଥମ ସ୍ଥାନରେ ରହିଛି । ଏହା ପଛକୁ Vivo ଓ Apple ସ୍ଥାନ ରହିଛି । କିନ୍ତୁ ଗତ କିଛି ମାସ ତଳେ ଆପଲ୍ ଫୋନରେ ଅଧିକ ରିହାତି ଦେଖିବାକୁ ମିଳିଥିଲା । ଫଳରେ ଆପଲ୍ କିଣିପାରୁନଥିବା ଗ୍ରାହକ ଏହି ସମୟର ଫାଇଦା ଉଠାଇଥିଲେ । ଏଥିଯୋଗୁଁ ଆଗାମୀ କିଛି ମାସରେ ଆପଲ୍ କିଛି ସ୍ଥାନ ଉପରକୁ ଉଠିପାରେ ବୋଲି ଆଶା କରାଯାଉଛି । ଚଳିତ ବର୍ଷର ଦ୍ବିତୀୟ ତ୍ରିମାସରେ, 5G ସ୍ମାର୍ଟଫୋନ ବଜାରରେ ଅଂଶଧନ ରେକର୍ଡ ସଂଖ୍ୟକ ଭାବେ 77 ପ୍ରତିଶତରେ ରହିଛି ।
ଏହା ବି ପଢନ୍ତୁ- 25ହଜାର ଭିତରେ କିଣନ୍ତୁ ବେଷ୍ଟ ଗେମିଂ ସ୍ମାର୍ଟଫୋନ; ଗରମ ଚିନ୍ତାକୁ କରନ୍ତୁ ବାଏ ବାଏ