ଭୁବନେଶ୍ବର: ଓଡ଼ିଶାରେ ଦୂରସଞ୍ଚାର ଭିତ୍ତିଭୂମି ବିକାଶର ସମୀକ୍ଷା । ଉଦଘାଟିତ ହେଲା ଆଇଏଫ ଟିଭି । ୫୫୦ ଲାଇଭ୍ ଟିଭି ଚାନେଲ ଦେଖିବା ପାଇଁ ନିଃଶୁଳ୍କ ସେବା । ବିଏସଏନଏଲ ବୋର୍ଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ବିଏସଏନଏଲ ଭବନରେ ଓଡ଼ିଶାର ପ୍ରଦର୍ଶନକୁ ନେଇ ସମୀକ୍ଷା କରିଥିଲେ । ତେବେ ସମୀକ୍ଷା ବୈଠକରେ ବିଏସଏନଏଲର ମୁଖ୍ୟ ମହାପ୍ରବନ୍ଧକ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବା ସହିତ ଅଧ୍ୟକ୍ଷ ଓଡ଼ିଶା ପରିମଣ୍ଡଳରେ ରାଜସ୍ୱ ବୃଦ୍ଧି, ଭାରତ ଫାଇବର ବିକାଶ, 4G ସମ୍ପୂର୍ଣ୍ଣତା ପ୍ରକଳ୍ପର ବିସ୍ତୃତ ସମୀକ୍ଷା କରାଯାଇଥିଲା ।
- ଓଡ଼ିଶାରେ ଉଦଘାଟିତ ହେଲା ଆଇଏଫ ଟିଭି:
ବିଏସଏନଏଲ ସିଏମଡି ସ୍କାଇପ୍ରୋ ସହଭାଗିତାରେ ବିଏସଏନଏଲ ଓଡ଼ିଶା ପରିମଣ୍ଡଳର ଏଫଟିଟିଏଚ ଗ୍ରାହକଙ୍କ ପାଇଁ ଆଇଏଫ ଟିଭି (ଇଣ୍ଟରନେଟ୍ ଫାଇବର ଟିଭି) ସେବାକୁ ଉଦଘାଟନ କରାଯାଇଛି । ଏହି ସେବା ଜରିଆରେ ବିଏସଏନଏଲ ଓଡ଼ିଶା ପରିମଣ୍ଡଳର ଏଫଟିଟିଏଚ ଗ୍ରାହକଙ୍କୁ ପାଖାପାଖି ୫୫୦ ଲାଇଭ୍ ଟିଭି ଚ୍ୟାନେଲ ଦେଖିବା ପାଇଁ ନିଃଶୁଳ୍କ ସେବା ଯୋଗାଇ ଦିଆଯିବ । ବିଏସଏନଏଲ ଗ୍ରାହକଙ୍କ ପାଇଁ ବିଶେଷ କରି ଗ୍ରାମୀଣ କ୍ଷେତ୍ରରେ ଡିଜିଟାଲ ମନୋରଞ୍ଜନକୁ ଅଧିକ ସୁଲଭ କରିବ ।
- କେତେ ଟାୱାର 4G ରହିଛି:
ବିଏସଏନଏଲ ସିଏମଡି କହିଛନ୍ତି,"ବିଏସଏନଏଲ ବିଆଇ ଟିଭି ବ୍ରାଣ୍ଡ ନାମରେ ବିଏସଏନଏଲ ମୋବାଇଲ ଗ୍ରାହକଙ୍କ ପାଇଁ ମାଗଣା ଟିଭି ଦେଖିବାର ସେବା ଆରମ୍ଭ କରିଛି । ବିଏସଏନଏଲ ଓଡ଼ିଶା ପରିମଣ୍ଡଳ ଡିଜିଟାଲ ଭାରତ ନିଧି ପ୍ରକଳ୍ପ ଅଧିନରେ ବିଭିନ୍ନ ଜିଲ୍ଲାର ଉପାନ୍ତ ଇଲାକାରେ ପୂର୍ବରୁ ୭୮୬ ନୂଆ 4G ଟାୱାର୍ ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ୨୬୯୫ ମୋବାଇଲ ଟାୱାରକୁ 3Gରୁ 4G ସେବାକୁ ଉନ୍ନତିକରଣ କରାଯାଇଛି । ଯାହାଫଳରେ ବିଏସଏନଏଲ ଗ୍ରାହକଙ୍କୁ ସାରା ରାଜ୍ୟରେ ହାଇସ୍ପିଡ୍ ମୋବାଇଲର ତତ୍କାଳ ସୁବିଧା ମିଳିପାରୁଛି ।"